କଂଗ୍ରେସ ଦଳ ଦେବାଳିଆ ହୋଇଯାଇଛି- ଧର୍ମେନ୍ଦ୍ର

Key Points
ଓବିସିକୁ ନେଇ ରାହୁଲଙ୍କ ବୟାନର ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ
`ଗତ ୧୧ ବର୍ଷ ଧରି ଏକ ଓବିସିଙ୍କ ନେତୃତ୍ୱରେ ଦେଶ ସେବା ଚାଲିଛି'
`କଂଗ୍ରେସ ଦଳ ଓବିସି, ଏସସି, ଏସଟି ବିରୋଧୀ'
ଓବିସିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନର ଜବାବ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କଂଗ୍ରେସ ଦଳ ଦେବାଳିଆ ହୋଇଯାଇଛି । ସେମାନଙ୍କ ନେତା ମଧ୍ୟ ଦେବାଳିଆ ଅବସ୍ଥାରେ ଅଛନ୍ତି । ସ୍ୱାଧୀନତା ପରେ, ପ୍ରଥମ ଥର ପାଇଁ, ଗତ ୧୧ ବର୍ଷ ଧରି ଏକ ଓବିସିଙ୍କ ନେତୃତ୍ୱରେ ଦେଶ ସେବା ଚାଲିଛି । କଂଗ୍ରେସ ଏହାକୁ ପସନ୍ଦ କରୁନାହିଁ । ପିଢ଼ି ପରେ ପିଢ଼ି କଂଗ୍ରେସ ଦଳ ସଂରକ୍ଷଣ ବିରୋଧରେ ରହିଛି, ବିଶେଷ କରି ଏସସି-ଏସଟି-ଓବିସିଙ୍କ ସଶକ୍ତିକରଣ ବିରୁଦ୍ଧରେ ।
#WATCH | Union Minister Dharmendra Pradhan says, "Congress party has become bankrupt. Their leader is also undergoing bankruptcy. Today we heard Congress party taking the support of lies once again. They have said that Modi Govt has not done anything for OBCs. After independence,… pic.twitter.com/EtdYmP8s6z
📱 Get Argus News App
✨ନେହେରୁଙ୍କ ପରେ ଯଦି କେହି ସବୁଠାରୁ ଦୀର୍ଘ ସମୟ ଧରି ଦେଶ ସେବା କରିଛନ୍ତି, ତେବେ ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଯିଏ ଏକ ପଛୁଆ ପରିବାରରୁ ଆସିଛନ୍ତି । ରାହୁଲ ଗାନ୍ଧୀଙ୍କ ମାଙ୍କୁ ଦଳର ମୁଖ୍ୟ କରିବା ପାଇଁ, ସୀତାରାମ କେଶରୀଙ୍କୁ ଶୌଚାଳୟରେ ବନ୍ଦ କରି ଦିଆଯାଇଥିଲା । ତାଙ୍କୁ କଂଗ୍ରେସ ଦଳ ଅପମାନଜନକ ଭାବରେ ବାହାର କରିଦେଇଥିଲେ । କଂଗ୍ରେସ ଦଳ ଓବିସି, ଏସସି, ଏସଟି ବିରୋଧୀ ।