Videos
|
National

ଜାତିଭିତ୍ତିକ ଜନଗଣନାକୁ ନେଇ କଂଗ୍ରେସକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଶାନା

Ritu Das
Browse all articles by Ritu Das
·1 year ago·1 min read
ଜାତିଭିତ୍ତିକ ଜନଗଣନାକୁ ନେଇ କଂଗ୍ରେସକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଶାନା

ଜାତିଭିତ୍ତିକ ଜନଗଣନାକୁ ନେଇ କଂଗ୍ରେସକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଶାନା । କଂଗ୍ରେସର ନୀତିକୁ ଟାର୍ଗେଟ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । କହିଲେ ଦୀର୍ଘଦିନ ଧରି କ୍ଷମତାରେ ରହି ଅହଙ୍କାରୀ ହୋଇଯାଇଥିଲା କଂଗ୍ରେସ । ଦେଶକୁ ନିଜର ଜାଗିର ବୋଲି ଭାବୁଥିଲେ ଗାନ୍ଧି ପରିବାର । ଜାତିଭିତ୍ତିକ ଜନଗଣନାରେ ବଞ୍ଚିତ ବର୍ଗଙ୍କୁ ମିଳିବ ଅଧିକାର । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା । ଆସନ୍ତା ଜନଗଣନାରେ ସାମିଲ ହେବ ଜାତିଭିତ୍ତିକ ଜନଗଣନା ।


ବଞ୍ଚିତ ବର୍ଗଙ୍କୁ ସେମାନଙ୍କ ଅଧିକାର ମିଳିବ । ମଣ୍ଡଳ କମିଶନ ରିପୋର୍ଟକୁ ୧୦ ବର୍ଷ ଚାପି ଦିଆଯାଇଥିଲା । କଂଗ୍ରେସ କ୍ଷମତାରେ ଥିଲେ ମଧ୍ୟ ପଦକ୍ଷେପ ନେଇନଥିଲା । ସାମାଜିକ ନ୍ୟାୟକୁ ଅଣଦେଖା କରିଥିଲେ ପୂର୍ବର କଂଗ୍ରେସ ସରକାର । ସାଧାରଣ ବର୍ଗ, ପଛୁଆ ବର୍ଗର ଉନ୍ନତି ଚାହୁଁନଥିଲା କଂଗ୍ରେସ । ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କୁ ନିଶାନା କଲେ କେନ୍ଦ୍ରମନ୍ତ୍ରୀ । ଗତ ୧୧ ବର୍ଷ ଭିତରେ ଲୋକଙ୍କ ପାଖରେ ପହଞ୍ଚିଛି ଜନକଲ୍ୟାଣ ଯୋଜନା । ଦେଶକୁ ନିଜର ଜାଗିର ଭାବୁଥିଲେ ଗାନ୍ଧୀ ପରିବାର । ରାହୁଲ ଗାନ୍ଧୀଙ୍କ କଥାକୁ କେହି ଗୁରୁତ୍ବ ଦେଉନାହାନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
union-minister-dharmendra-pradhan-targets-congress-over-caste-based-census | Argus News