Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହାକୁମ୍ଭରେ ବୁଡ଼ ପକାଇବା ସହ ତ୍ରିବେଣୀ ସଙ୍ଗମରେ ସ୍ନାନ କଲେ କେନ୍ଦ୍ରମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ମହାକୁମ୍ଭରେ ବୁଡ଼ ପକାଇବା ସହ ତ୍ରିବେଣୀ ସଙ୍ଗମରେ ସ୍ନାନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ମହାକୁମ୍ଭ ସନାତନ ସଭ୍ୟତା, ସଂସ୍କୃତି, ଦର୍ଶନ ଏବଂ ଆମ ଶାସ୍ୱତ ପରମ୍ପରାର ଜୀବନ୍ତତାର ପ୍ରତୀକ । ରବିବାର ପ୍ରୟାଗରାଜ ଠାରେ ତ୍ରିବେଣୀ ସଙ୍ଗମରେ ସପରିବାର ବୁଡ ପକେଇବା ସହ ସ୍ନାନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ମା’ ଗଙ୍ଗା, ଯମୁନା ଏବଂ ସରସ୍ଵତୀଙ୍କ ତ୍ରିବେଣୀ ସଙ୍ଗମରେ ସପରିବାର ବୁଡ ପକେଇବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦୀର୍ଘ ୧୪୪ ବର୍ଷ ପରେ ମହାକୁମ୍ଭର ଅଲୌକିକ ସଙ୍ଗମର ଅବସର ଉପନୀତ ହୋଇଛି । ଏହି ସଙ୍ଗମରେ ପୂଜ୍ୟ ସାଧୁ ସନ୍ଥ ଏବଂ ଭକ୍ତମାନେ ଏକାଠି ହୋଇଛନ୍ତି । ଏହା ହେଉଛି ଧର୍ମ ଏବଂ ବିଶ୍ୱାସର ସବୁଠାରୁ ମହାନ ପର୍ବ । ଏହି ଭଳି ଦିବ୍ୟ ଅବସରରେ ଏକତାର ମହାପର୍ବ ‘ମହାକୁମ୍ଭ’ରେ ସପରିବାର ଶ୍ରଦ୍ଧାର ସହିତ ସ୍ନାନ କରିବା ମୋ ପାଇଁ ଦିବ୍ୟ ଅନୁଭୁତି ଏବଂ ପରିବାର ପାଇଁ ସୌଭାଗ୍ୟର ବିଷୟ।


ମହାକୁମ୍ଭ କେବଳ ଏକ ପର୍ବ ନୁହେଁ ବରଂ ଏହା ଭାରତର ହଜାର ହଜାର ବର୍ଷ ପୁରୁଣା ଅଧ୍ୟାତ୍ମିକତା ଏବଂ ସାଂସ୍କୃତିକ ଚେତନାର ଜୀବନ୍ତ ଜ୍ୟୋତି । ଏହି ଦିବ୍ୟ ଅବସରରେ ସମଗ୍ର ବିଶ୍ଵ ସନାତନ ସଂସ୍କୃତିର ଭବ୍ୟତା, ଶ୍ରଦ୍ଧା ଏବଂ ଭକ୍ତିରେ ମୁଁ ଅଲୌକିକ ଶକ୍ତିକୁ ଅନୁଭବ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ଅବସରରେ ମା’ ଗଙ୍ଗାଙ୍କ ପାଖରେ ସମସ୍ତଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନଙ୍କ ପାଇଁ ମହାକୁମ୍ଭ ମେଳା ସୁବ୍ୟବସ୍ଥିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଛନ୍ତି ।


ତ୍ରିବେଣୀ ସଙ୍ଗମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଉତ୍ତର ପ୍ରଦେଶର ଉଚ୍ଚ ଶିକ୍ଷା ମନ୍ତ୍ରୀ ଯୋଗେନ୍ଦର ଉପାଧ୍ୟାୟ, ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂହ ଓ ଏମଏସଏମଇ ମନ୍ତ୍ରୀ ରାକେଶ ସଚନ ପ୍ରମୁଖ ମଧ୍ୟ ବୁଡ ପକାଇଥିଲେ ।

Sponsored
Union Minister Dharmendra Pradhan & Wife Take Holy Dip At Mahakumbh | Argus News