Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନୂଆଦିଲ୍ଲୀରେ `JOBS AT YOUR DOOR STEP’ ରିପୋର୍ଟ ଲଞ୍ଚ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନୂଆଦିଲ୍ଲୀରେ `JOBS AT YOUR DOOR STEP’ ରିପୋର୍ଟ ଲଞ୍ଚ

Key Points

  • ନୂଆଦିଲ୍ଲୀରେ `JOBS AT YOUR DOOR STEP’ ରିପୋର୍ଟ ଲଞ୍ଚ
  • ଲଞ୍ଚ୍ କଲେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନସୁଖ ମାଣ୍ଡଭୀୟ
  • ଯୁବପୀଢ଼ିଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ରୋଜଗାର ଯୋଗାଇବା ଲକ୍ଷ୍ୟ
  • କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଲେ, ବିଶ୍ବ ବିକାଶର ସାରଥୀ ହେବ ଭାରତ 
  • `ଦେଶକୁ ଗ୍ଲୋବାଲ୍ ସ୍କିଲ୍‌ ହବ୍‌ କରିବାକୁ କଳ୍ପନା ରଖିଛନ୍ତି ପ୍ରଧାନମନ୍ତ୍ରୀ'
     

ଅର୍ଗସ ବ୍ୟୁରୋ:  ନୂଆଦିଲ୍ଲୀରେ JOBS AT YOUR DOORSTEP ରିପୋର୍ଟ ଲଞ୍ଚ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଭାରତ ସରକାରଙ୍କ ସ୍କୁଲ ବିଭାଗ ଏବଂ ବିଶ୍ବ ବ୍ୟାଙ୍କର ମିଳିତ ଉଦ୍ୟମରେ stars କାର୍ଯ୍ୟକ୍ରମ ହେଉଛି । ୱାର୍ଲ୍ଡ ବ୍ୟାଙ୍କର ଯେଉଁ ଯେଉଁ ରାଜ୍ୟରେ କାମ ଚାଲିଛି, ସେହି ରାଜ୍ୟର କିଛି ଜିଲ୍ଲାକୁ ନେଇ ପ୍ରାଇମେରୀ ଏବଂ ସେକେଣ୍ଡାରୀ ଡାଟାର ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ପିଲାଙ୍କ ଇଚ୍ଛା, ସମ୍ଭାବନା, ସୁଯୋଗକୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ଜିଲ୍ଲା ଗୁଡ଼ିକୁ ପ୍ୟାନ୍ ଇଣ୍ଡିଆ ମଡେଲ୍ କରିବା ପାଇଁ ମଧ୍ୟ ଉଲ୍ଲେଖ କରାଯାଇଛି । ମାନବ ସମ୍ବଳ ଉପରେ ନିରନ୍ତର ସ୍କିଲିଂ, ଅପ୍-ସ୍କିଲିଂ, ରି-ସ୍କିଲିଂର ଆବଶ୍ୟକତା ରହିଛି । ଦେଶକୁ ଗ୍ଲୋବାଲ ସ୍କିଲ୍‌ ହବ୍‌ କରିବାକୁ କଳ୍ପନା ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବିଶ୍ବ ବିକାଶର ସାରଥୀ ହେବାକୁ ଯାଉଛି ଭାରତ, ସେଥିପାଇଁ ଆମ ସ୍କିଲ୍ ସାମାର୍ଥ୍ୟକୁ ବଢ଼ାଇବାକୁ ପଡ଼ିବ ।

ସେହିପରି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିଅ କହିଛନ୍ତି, ଦକ୍ଷତା ବା କୌଶଳ ବୃଦ୍ଧି ହେଲେ ନିଯୁକ୍ତି ବୃଦ୍ଧି ହେବ । ଆଜିର ଦିନରେ କିପରି ପିଲାଙ୍କ ଘରୁ ଚାକିରି ସୃଷ୍ଟି ହୋଇପାରିବ ସେ ନେଇ ଚିନ୍ତା କରାଯାଉଛି । ମଡେଲ୍ ସୃଷ୍ଟି କରାଯାଉଛି । ଫଳରେ ପିଲାମାନେ ଅଧିକରୁ ଅଧିକ SELF EMPLOYED ହେବେ ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସଚିବ ସଞ୍ଜୟ କୁମାର, ବିଶ୍ବ ବ୍ୟାଙ୍କର ନିର୍ଦ୍ଦେଶକ ଅଗଷ୍ଟ ଟାନୋ କୁଆମେଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister for Education, Dharmendra Pradhan, along with Minister of Labour and Employment and Youth Affairs and Sports Dr Mansukh Mandaviya launched a report titled Jobs at Your Doorstep | Argus News