Videos
|
National

ପୁଣି ଟିଭି ପରଦାକୁ ଫେରିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

Ritu Das
Browse all articles by Ritu Das
·1 year ago·1 min read
ପୁଣି ଟିଭି ପରଦାକୁ ଫେରିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

Key Points

ପୁଣି ଟିଭି ପରଦାକୁ ଫେରିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ପୁଣିଥରେ ଲୋକପ୍ରିୟ ହିନ୍ଦୀ ଟେଲିଭିଜନ ଧାରାବାହିକକୁ ଫେରିଛନ୍ତି

‘କ୍ୟୁଁକି ସାସ୍‌ ଭି କଭି ବହୂ ଥି’ରେ ସ୍ମୃତିଙ୍କ ଏଣ୍ଟ୍ରି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ପୁଣିଥରେ ଲୋକପ୍ରିୟ ହିନ୍ଦୀ ଟେଲିଭିଜନ ଧାରାବାହିକ ‘କ୍ୟୁଁକି ସାସ୍‌ ଭି କଭି ବହୂ ଥି’କୁ ଫେରିଛନ୍ତି। ଏହାର ପ୍ରିମିୟର ପୂର୍ବରୁ ସ୍ମୃତି ଇରାନୀ ତୁଲସୀ ବିରୱାନି ଚରିତ୍ରରେ ନଜର ଆସିଛନ୍ତି। ଏହାର ପ୍ରଥମ ଚିତ୍ର ସାମ୍ନାକୁ ଆସିଛି। ସ୍ମୃତି ଏକ ମେରୁନ୍‌ ରଙ୍ଗର ଶାଢ଼ି ପିନ୍ଧିଛନ୍ତି। ସେଥିରେ ସୁନେଲି ବୁଟି ଏବଂ ଜରି ବର୍ଡର ରହିଛି। ମଥାରେ ସେ ତାଙ୍କ ଚିରାଚରିତ ବଡ଼ ବିନ୍ଦି ପିନ୍ଧିବା ସହିତ ବେକରେ ପାରମ୍ପରିକ ମନ୍ଦିର ଗହଣା ଓ ମଙ୍ଗଳସୂତ୍ର ପକାଇଛନ୍ତି। ୨୦୦୦ରୁ ୨୦୦୮ରେ ହିନ୍ଦୀ ଧାରାବାହିକ ‘କ୍ୟୁଁକି ସାସ୍‌ ଭି କଭି ବହୂ ଥି’ ଟେଲିଭିଜନ ଦୁନିଆରେ ବିଶେଷ ଆକର୍ଷଣ ହାସଲ କରିଥିଲା। ଏହି ଧାରାବାହିକ ଜରିଆରେ ଅଭିନେତ୍ରୀ ସ୍ମୃତି ଇରାନୀ ଅଭୂତପୂର୍ବ ଲୋକପ୍ରିୟତା ଅର୍ଜନ କରିଥିଲେ।


ଗତ ସାଧାରଣ ନିର୍ବାଚନରେ ଆମେଥିରୁ ହାରିବା ପରେ ବର୍ତ୍ତମାନ ପୁଣିଥରେ ସ୍ମୃତି ସେହି ଟେଲିଭିଜନ ଧାରାବାହିକକୁ ଫେରିଛନ୍ତି। ୱି ଦି ୱିମ୍ୟାନ୍‌ର ଏକ ଏପିସୋଡ୍‌ରେ ସ୍ମୃତି ଇରାନୀ ଧାରାବାହିକ ପ୍ରକାଶର ବିଳମ୍ବ ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିରେ ସେ କହିଛନ୍ତି, ଏହି ଧାରାବାହିକକୁ ସମ୍ପୂର୍ଣ୍ଣ ଦେଖିଲେ ଜାଣିପାରିବେ ଯେ ୨୦୧୪ରେ ଏହା ପୁଣିଥରେ ସୁଟିଂ କରିବାକୁ ସେ ଚୁକ୍ତି କରିଥିଲେ। କିନ୍ତୁ ପରେ ଭାରତର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାରୁ ଏଥିରୁ ସେ ବାହାରିଯାଇଥିଲେ। ସେତେବେଳେ ସୁଟିଂ ସେଟ୍‌ ପ୍ରସ୍ତୁତ ହୋଇଯାଇଥିଲା, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଶପଥ ନେବା ନିମନ୍ତେ ଫୋନ୍‌ କଲ୍‌ ଆସିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: