ନିଆରା ବାହାଘର ; କାନ୍ଧରେ ଆସିଲା କନିଆଁ, ଜେସିବିରେ ଆସିଲା ବର

ଚାଲିଛି ବିବାହ ଋତୁ । ସମସ୍ତେ ନିଜ ନିଜର ବିବାହକୁ ଟିକେ ସ୍ପେଶାଲ କରିବା ପାଇଁ ଭିନ୍ନ ଚେଷ୍ଟା କରିଥାନ୍ତି । କିଏ ନିଆରା ପ୍ରି ୱେଡିଂ ସୁଟ କରିଥାନ୍ତି, ତ କିଏ ବିବାହରେ ନିଆରା ପ୍ରଥା କରିଥାନ୍ତି । ନିଜର ବିବାହକୁ ଅବିସ୍ମରଣୀୟ କରିବା ପାଇଁ ସବୁ ନବ ଦମ୍ପତ୍ତି ନୂଆ ନୂଆ ଜିନିଷ କରିଥାନ୍ତି । ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଠି, କନିଆଁ ନିଜ ଭାଇର କାନ୍ଧରେ ବସି ବାହାଘର ବେଦିକୁ ଆସୁଛନ୍ତି, ଏବଂ ବର ବୁଲଡୋଜରରେ ଆସିଛନ୍ତି । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ପ୍ରଥମେ କନିଆଁ ନିଜ ଭାଇମାନଙ୍କ କାନ୍ଧରେ ବସି ବେଦିକୁ ଆସିଥିଲେ । ଯାହା ସେଠାରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହାପରେ ପୁଣି ନଜର ଯାଇଥିଲା ବର ଉପରକୁ । ବର ଜେସିପି ଗାଡିରେ ବସି ବେଦି ନିକଟକୁ ଆସିଥିଲା । ଯାହ ଆହୁରି ଆକର୍ଷଣୀୟ ଥିଲା । ସେଠାରେ ଥିବା ପ୍ରତ୍ୟେକ ଲୋକେ ଏପରି ଦୃଶ୍ୟକୁ ନିଜ ଫୋନରେ ଉତ୍ତୋଳନ କରିଥିଲେ । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପ୍ରାୟ ଏହି ଭିଡିଓଖୁ ୧.୪ ମିଲିୟନ ଲୋକ ଦେଖି ସାରିଛନ୍ତି। ଜଣେ ୟୁଜର୍ସ ମଜାରେ ତାଙ୍କୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଣଜା ବୋଲି କମେଣ୍ଟ କରିଛନ୍ତି । ସେହିପରି ଆଉଜଣେ ବଡଲୋକଙ୍କ ନିଆରା ପସନ୍ଦ ବୋଲି କହିଛନ୍ତି ।