Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bangladesh / ବାଂଲାଦେଶରେ ଥମିବାର ନାଁ ନେଉନି ଅରାଜକତା

Rashmita Mishra
Browse all articles by Rashmita Mishra
·6 months ago·2 min read
ବାଂଲାଦେଶରେ ଥମିବାର ନାଁ ନେଉନି ଅରାଜକତା
Bangladesh

Key Points

ବାଂଲାଦେଶରେ ଥମିବାର ନାଁ ନେଉନି ଅରାଜକତା ।
ସଂସ୍କୃତି ନାଁରେ ମୁସଲମାନ ମୌଳବାଦୀଙ୍କ ଅତ୍ୟାଚାର ବଢ଼ିଚାଲିଛି ।

ବାଂଲାଦେଶରେ ସଂସ୍କୃତି ନାଁରେ ବଢ଼ିଚାଲିଛି ମୁସଲମାନ ମୌଳବାଦୀଙ୍କ ଅତ୍ୟାଚାର । ଢାକାର ଫରିଦପୁର ସ୍କୁଲରେ ଚାଲିଥିବା ମ୍ୟୁଜିକ କନସର୍ଟକୁ ବିରୋଧ । କ୍ଷଣକେ ରଣକ୍ଷେତ୍ର ପାଲଟିଗଲା ସଙ୍ଗୀତ କାର୍ଯ୍ୟକ୍ରମ । ଷ୍ଟେଜ ଉପରକୁ ଟେକା ପଥର ମାଡ଼ ସହ ଭଙ୍ଗାରୁଜା । ଆକ୍ରମଣକାରୀଙ୍କ ସହ ଛାତ୍ର ମୁହାଁମୁହିଁ ।

ସୂଚନାନୁଯାୟୀ ବାଂଲାଦେଶରେ ଥମିବାର ନାଁ ନେଉନି ଅରାଜକତା । ସଂସ୍କୃତି ନାଁରେ ମୁସଲମାନ ମୌଳବାଦୀଙ୍କ ଅତ୍ୟାଚାର ବଢ଼ିଚାଲିଛି । ଢାକାର ଫରିଦପୁରର ଏକ ସ୍କୁଲରେ ଚାଲିଥିଲା ମ୍ୟୁଜିକ କନସର୍ଟ । ଯୋଗ ଦେଇଥିଲେ ପ୍ରତିଷ୍ଠିତ ରକ୍ ମ୍ୟୁଜିସିଆନ୍- ଜେମ୍ସ । ଏତିକିବେଳେ ସେଠାରେ ପହଞ୍ଚି ଯାଇଥିଲେ ସଂସ୍କୃତିର ଠିକା ନେଇଥିବା ତଥାକଥିତ ମୁସଲମାନ ମୌଳବାଦୀ ଗୋଷ୍ଠୀ । କନସର୍ଟକୁ ତୁରନ୍ତ ବନ୍ଦ କରିବା ପାଇଁ କହିଥିଲେ।

ଫରିଦପୁର ଜିଲ୍ଲା ସ୍କୁଲ ତାର ୧୮୫ତମ ବର୍ଷପୂର୍ତ୍ତି ପାଳନ କରୁଥିବାରୁ ବାଂଲାଦେଶର ପ୍ରତିଷ୍ଠିତ ରକଷ୍ଟାର ଜେମ୍ସ ଏଥିରେ ଏକ ମ୍ୟୁଜିକ କନସର୍ଟରେ ଯୋଗ ଦେବାର ଥିଲା । ଜେମ୍ସଙ୍କ ଲୋକପ୍ରିୟତା ଯୋଗୁଁ ତାଙ୍କୁ ଦେଖିବା ପାଇଁ ସ୍କୁଲ ପିଲାଙ୍କ ସହ ବଡ଼ ଲୋକଙ୍କର ମଧ୍ୟ ପ୍ରବଳ ଭିଡ଼ ହୋଇଥିଲା । ସ୍କୁଲ ପିଲାଙ୍କ ସହ ଆଲୁମିନି ଅର୍ଥାତ ସ୍କୁଲର ପୁରାତନ ଛାତ୍ରଛାତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଥିଲା ।

ହେଲେ ମ୍ୟୁଜିକ କନସର୍ଟକୁ ବିରୋଧ କରିଥିଲେ ମୌଳବାଦୀ ଗୋଷ୍ଠୀ । ଷ୍ଟେଜ ଉପରକୁ ପ୍ରବଳ ଟେକା ପଥର ମାଡ଼ କରିଥିଲେ। ଏପିରିକି ଏକାଧିକ ବାଦ୍ୟଯନ୍ତ୍ରକୁ ଭାଙ୍ଗି ପକାଇଥିଲେ। ଆକ୍ରମଣକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ ସ୍କୁଲ ଛାତ୍ର। ଚାହୁଁ ଚାହୁଁ କ୍ଷଣକରେ ରଣକ୍ଷେତ୍ର ପାଲଟିଗଲା ମ୍ୟୁଜିକ କନସର୍ଟ । ମୌଳବାଦୀ ଗୋଷ୍ଠୀଙ୍କ ଆକ୍ରମଣରେ ୨୫ରୁ ଅଧିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ଲୋକପ୍ରିୟ ବାଂଲାଦେଶୀ ଗାୟକ ଜେମ୍ସଙ୍କ ଏକ କନସର୍ଟକୁ ବାତିଲ କରାଯାଇଛି । ଏହି ଘଟଣା ପରେ ସେଠାରେ ହିଂସା ଘଟି ୨୫ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ରିପୋର୍ଟ ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୯ଟାରେ କନସର୍ଟଟି ଆରମ୍ଭ ହେବାର ଥିଲା । ଏହା ଏକ ସ୍ଥାନୀୟ ସ୍କୁଲର ବାର୍ଷିକୀ ପାଳନର ଏକ ଅଂଶ ଥିଲା। କିନ୍ତୁ, କିଛି ଆକ୍ରମଣକାରୀ ଜୋରଜବରଦସ୍ତ ସେହି ସ୍ଥାନରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏବଂ ଦର୍ଶକଙ୍କ ଉପରକୁ ଇଟା ଏବଂ ପଥର ଫିଙ୍ଗିବା ପରେ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡିଥିଲା ।

ତେବେ ଜେମ୍ସ ହେଉଛନ୍ତି ଜଣେ ବାଂଲାଦେଶୀ ଗାୟକ ଏବଂ ଗୀତିକାର। ଅନେକ ହିନ୍ଦୀ ଚଳଚ୍ଚିତ୍ର ପାଇଁ ସେ ଗୀତ ଗାଇଛନ୍ତି। ସେ ବାଂଲାଦେଶରେ ବହୁତ ଲୋକପ୍ରିୟ ମଧ୍ୟ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଇନଷ୍ଟାଗ୍ରାମରେ ଘଟଣାର ଏକ ଭିଡ଼ିଓ ସେୟାର କରି ଦେଶରେ ଗାୟକ ଏବଂ କଳାକାରଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବା ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସାଂସ୍କୃତିକ କେନ୍ଦ୍ର ଛାୟାନୌତ ପୋଡ଼ି ପାଉଁଶ ହୋଇଯାଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bangladesh | Unrest in Bangladesh Shows No Signs of Stopping | Argus News