ମୁର୍ସିଦାବାଦରେ ହିନ୍ଦୁଙ୍କ ଉପରେ ଅକଥନୀୟ ଅତ୍ୟାଚାର

Key Points
ଗ୍ରାଉଣ୍ଡ ଜିରୋରୁ ଅଦାଲତରେ ଓ୍ବାକଫ୍ ଯୁଦ୍ଧ
ମୁର୍ସିଦାବାଦରେ ହିନ୍ଦୁଙ୍କ ଉପରେ ଅକଥନୀୟ ଅତ୍ୟାଚାର
ସଂସଦରେ ପାରିତ ହୋଇସାରିଛି ଓ୍ବାକଫ୍ ସଂଶୋଧନ ବିଲ୍
ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ସାହାବାନୁକୁ କ୍ଷତିପୂରଣ ଦିଆଯାଉ
କଂଗ୍ରେସ ସରକାର ସଂସଦରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ବଦଳାଇ ଦେଇଥିଲେ
ଏବେ ସଂସଦରେ ପାସ ଆଇନକୁ ସୁପ୍ରିମକୋର୍ଟ ଦ୍ବାରା ବଦଳାଇବାକୁ ଉଦ୍ୟମ କରୁଛନ୍ତି ବିରୋଧି
ୱାକଫ ସଂଶୋଧନ ଆଇନ ୨୦୨୫ର ସାମ୍ଭିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟରେ ହୋଇଥିବା ୭୩ଟି ଆବେଦନ ମଧ୍ୟରୁ ଆଜି ୧୦ଟି ଆବେଦନ ଉପରେ ଶୁଣାଣି ହୋଇଛି । କୋର୍ଟରେ ଏହି ଆଇନର ବୈଧତାକୁ ଚ୍ୟାଲେଞ୍ଜ କରାଯାଇଛି । ପ୍ରଧାନ ବିଚାରପତି ସଂଜୀବ ଖାନା, ବିଚାରପତି ପି ଭି ସଂଜୟ କୁମାର ଏବଂ କେ ଭି ବିଶ୍ୱନାଥଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଛନ୍ତି । ଆଇନ ସପକ୍ଷରେ ଯୁକ୍ତି ବାଢିଥିଲେ ସରକାରୀ ଓକିଲ ତୁଷାର ମେହେଟା ।
ଆଇନ ବିରୋଧରେ ଯୁକ୍ତି ବାଢିଥିଲେ ବରିଷ୍ଠ ଆଇନଜୀବୀ କପିଲ ଶିବଲ, ଅଭିଶେଖ ମନୁ ସିଂଘଭି, ରାଜୀବ ଧଓ୍ବନ, ସି.ୟୁ ସିଂହ । ଆବେଦନ ଗୁଡିକରେ ଦାବି କରାଯାଇଛି କି ଓ୍ବାକଫ ସଂଶୋଧନ ଆଇନ ମୁସଲମାନଙ୍କ ମୈଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ସିଜେଆଇ ସଂଜୀବ ଖାନାକହିଛନ୍ତି ଯେ ଯେତେବେଳେ ସେ ଦିଲ୍ଲୀ ହାଇକୋର୍ଟରେ ଥିଲେ ସେତେବେଳେ ଆମକୁ କୁହାଯାଇଥିଲା ଯେ ଏହି ଜମି ୱାକଫ ଜମି। ଆମକୁ ଭୁଲ ବୁଝନ୍ତୁ ନାହିଁ । ଆମେ କହୁନାହୁଁ ଯେ ବ୍ୟବହାରକାରୀଙ୍କ ଦ୍ୱାରା ସମସ୍ତ ୱାକଫ ଭୁଲ ଭାବରେ ପଞ୍ଜୀକୃତ ହୋଇଛି । ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ଗୋଟିଏ ହାଇକୋର୍ଟକୁ ମଧ୍ୟ ମାମଲାର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇପାରିବ ।
ୱାକଫ ସଂଶୋଧନ ଆଇନକୁ ନେଇ ହେଉଥିବା ହିଂସା ଉପରେ ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି। "ହିଂସାକାଣ୍ଡ ଅତ୍ୟନ୍ତ ବିଚଳିତ କରୁଛି । ଏହି ପ୍ରସଙ୍ଗ କୋର୍ଟ ସମ୍ମୁଖରେ ଅଛି, ଏବଂ ଆମେ ହିଂସା ରୋକିବାକୁ ଖୁବ ଶୀଘ୍ର ନିଷ୍ପତ୍ତି ନେବୁ ବୋଲି କହିଛନ୍ତି CJI।
ବରିଷ୍ଠ ଆଇନଜୀବୀ କପିଲ ଶିବଲ କହିଥିଲେ ଯେ ଯଦି କେହି ୱାକଫ ସ୍ଥାପନ କରିବାକୁ ଚାହାଁନ୍ତି ତେବେ ତାଙ୍କୁ ଦେଖାଇବାକୁ ପଡିବ ଯେ ସେ ପାଞ୍ଚ ବର୍ଷ ଧରି ଇସଲାମ ପାଳନ କରୁଛନ୍ତି। ରାଜ୍ୟ ସରକାର କିପରି ନିଷ୍ପତ୍ତି ନେବେ ଯେ ସେହି ବ୍ୟକ୍ତି ମୁସଲମାନ କି ନାହିଁ? କଲେକ୍ଟର ହେଉଛନ୍ତି ଜଣେ ଅଧିକାରୀ ଯାହାକୁ କୌଣସି ସମ୍ପତ୍ତି ୱାକଫର କି ନାହିଁ ତାହା ନିଷ୍ପତ୍ତି ନେବା ପାଇଁ ନିଯୁକ୍ତ କରାଯାଇଛି। ଯାହା କି ଅସମ୍ଭିଧାନିକ । କେମିତି ଜଣେ ଜିଲ୍ଲାପାଳ ନିଜେ ନିଷ୍ପତ୍ତି ନେବେ । ଆଇନ ଦ୍ୱାରା ମୌଳିକ ଅଧିକାରର ସିଧାସଳଖ ହଡ଼ପ ବୋଲି ଶିବଲ ଖଣ୍ଡ ପୀଠଙ୍କୁ କହିଥିଲେ। ଓ୍ବାକଫ ସଂଶୋଧନ ଆଇନ ଲାଗୁହେଲେ ସମ୍ଭିଧାନର ଧାରା ଅନୁଛେଦ 26ର ହତ୍ୟା ହେବ ।
ୱାକଫ ସଂଶୋଧନ ଆଇନ ବିରୋଧରେ ହୋଇଥିବା ଆବେଦନକାରୀଙ୍କ ମଧ୍ୟରୁ ଉପସ୍ଥିତ ଥିବା ବରିଷ୍ଠ ଓକିଲ ରାଜୀବ ଧାୱନ କହିଛନ୍ତି ଯେ ଏହି ସଂଶୋଧନ ମୁସଲମାନମାନଙ୍କର ଧର୍ମ ପାଳନ କରିବାର ଅଧିକାରକୁ ଉଲ୍ଲଂଘନ କରୁଛି । ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ମଧ୍ୟ ୱାକଫ 2025 ଆଇନ ବିରୁଦ୍ଧରେ ଯୁକ୍ତି ରଖିଛନ୍ତି ।
ଗ୍ରାଉଣ୍ଡ ଜିରୋରୁ ଅଦାଲତରେ ଓ୍ବାକଫ୍ ଯୁଦ୍ଧ । ମୁର୍ସିଦାବାଦରେ ହିନ୍ଦୁଙ୍କ ଉପରେ ଅକଥନୀୟ ଅତ୍ୟାଚାର ସଂସଦରେ ପାରିତ ହୋଇସାରିଛି ଓ୍ବାକଫ୍ ସଂଶୋଧନ ବିଲ୍ । ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ସାହାବାନୁକୁ କ୍ଷତିପୂରଣ ଦିଆଯାଉ । କଂଗ୍ରେସ ସରକାର ସଂସଦରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ବଦଳାଇ ଦେଇଥିଲେ ଏବେ ସଂସଦରେ ପାସ ଆଇନକୁ ସୁପ୍ରିମକୋର୍ଟ ଦ୍ବାରା ବଦଳାଇବାକୁ ଉଦ୍ୟମ କରୁଛନ୍ତି ବିରୋଧି ।
ସେପଟେ ମମତା କହିଛନ୍ତି, ବେଙ୍ଗଲକୁ ବଦନାମ କରାଯାଉଛି । ବେଙ୍ଗଲ ହିଂସା ମାମଲାରେ କେନ୍ଦ୍ର ଉପରେ ମମତା ଟାର୍ଗେଟ୍ କରିଛନ୍ତି । ବାଂଲାଦେଶୀ ଆସି ହିଂସା କରିଥିଲେ ସୀମାରେ ରୋକାଗଲା ନାହିଁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଇମାମ୍ ମାନଙ୍କ ସହ ଆଲୋଚନା ବେଳେ ମମତା ବାନାର୍ଜୀ ଏ ବୟାନ ଦେଇଛନ୍ତି ।ଅନ୍ୟପଟେ ପଶ୍ଚିମବଙ୍ଗରେ ହିନ୍ଦୁ ସହିଦ ଦିବସ ପାଳିଛି ବିଜେପି । ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପୁରା ଘଟଣା ପାଇଁ ମମତା ବାନାର୍ଜୀ ଦାୟୀ । ସେ ତାଙ୍କ ପଦ ଛାଡ଼ନ୍ତୁ, ଆଉ ସେ ଜେଲ୍ ଯିବା ଦରକାର ।
ପଶ୍ଚିମବଙ୍ଗ ମୁକ୍ସିଦାବାଦରେ ହୋଇଥିବା ହିଂସାକାଣ୍ଡକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ , ଲାତୋ କେ ଭୁତ ବାତୋ ସେ ନେହି ମାନତେ ।ୱାକଫ ସଂଶୋଧନ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକର ଏକ ବ୍ୟାଚ୍ ଉପରେ ସୁପ୍ରିମକୋର୍ଟରେ ଆସନ୍ତାକାଲି ଶୁଣାଣି ଜାରି ରଖିବେ।