Videos
|
National

Modern Marriage / ବିବାହ ପାଇଁ ଯୁବକଙ୍କ ଅଜବ ସର୍ତ୍ତ, ପତ୍ନୀ ରୋଜଗାର କରିବେ, ସ୍ୱାମୀ ସମ୍ଭାଳିବେ ଘର

Rashmita Mishra
Browse all articles by Rashmita Mishra
·17 mins ago·2 min read
ବିବାହ ପାଇଁ ଯୁବକଙ୍କ ଅଜବ ସର୍ତ୍ତ, ପତ୍ନୀ ରୋଜଗାର କରିବେ, ସ୍ୱାମୀ ସମ୍ଭାଳିବେ ଘର
Modern Marriage

Key Points

ଚାକିରିଆ ପତ୍ନୀ ଦରକାର, ମୁଁ ହେବି ହାଉସ୍ ହଜବ୍ୟାଣ୍ଡ, ବର୍ଷକୁ ୧୨ ଲକ୍ଷ ରୋଜଗାର ସହ ରଖିଲେ ୨ ସର୍ତ୍ତ
ବିବାହ ପାଇଁ ଯୁବକଙ୍କ ଅଜବ ସର୍ତ୍ତ, ପତ୍ନୀ ରୋଜଗାର କରିବେ, ସ୍ୱାମୀ ସମ୍ଭାଳିବେ ଘର
ପତ୍ନୀଙ୍କ ଦରମା ୧୨ ଲକ୍ଷ ହେବା ଜରୁରୀ, ନିଜେ ହେବେ ଫୁଲ୍ ଟାଇମ୍ ହାଉସ୍ ହଜବ୍ୟାଣ୍ଡ
ନା ପିଲା, ନା ଚାକିରି ! ଘର ସମ୍ଭାଳିବେ ସ୍ୱାମୀ, ରୋଜଗାର କରିବେ ପତ୍ନୀ; ଯୁବକଙ୍କ ସର୍ତ୍ତ ଭାଇରାଲ୍ 
 

ଆଜିକାଲି ବିବାହ ପାଇଁ ଯୁବକ-ଯୁବତୀଙ୍କ ପସନ୍ଦ ଓ ସର୍ତ୍ତ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ରେଡିଟ୍‌ରେ ଜଣେ ଯୁବକ ନିଜ ବିବାହକୁ ନେଇ ଏପରି ଏକ ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଇଣ୍ଟରନେଟ୍‌ରେ ଦୁଇଭାଗ ହୋଇଯାଇଛନ୍ତି ଲୋକେ ।

ଯୁବକ ଜଣକ ନିଜ ପୋଷ୍ଟର ଶୀର୍ଷକ ରଖିଥିଲେ, 'ମୋତେ ଏମିତି ଜଣେ ପତ୍ନୀ ଦରକାର, ଯିଏ ରୋଜଗାର କରୁଥିବେ ।' ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ ଜଣେ ଫୁଲ୍ ଟାଇମ୍ ହାଉସ୍ ହଜବ୍ୟାଣ୍ଡ ହେବାକୁ ଚାହାନ୍ତି । ରୋଷେଇ କରିବା, ଘର ସଫା କରିବା, ଲୁଗାପଟା ଧୋଇବା ସହ ଘରର ସମସ୍ତ କାମ କରିବାକୁ ତାଙ୍କର ଆପତ୍ତି ନାହିଁ ।

ତାଙ୍କ କହିବା ଅନୁସାରେ, ଭବିଷ୍ୟତର ପତ୍ନୀ ନିଜ ଇଚ୍ଛା ଅନୁସାରେ ଚାକିରି, ବ୍ୟବସାୟ କିମ୍ବା ଅନ୍ୟ କୌଣସି କାମ କରିପାରିବେ । ଘରର ସମସ୍ତ ଦାୟିତ୍ୱ ସେ ନିଜେ ସମ୍ଭାଳିବେ ଏବଂ ପତ୍ନୀ ପରିବାରର ଆର୍ଥିକ ଦାୟିତ୍ୱ ତୁଲାଇବେ ।

ଯୁବକଙ୍କ ଦୁଇଟି ସର୍ତ୍ତ ଶୁଣି ତାଜୁବ ନେଟିଜେନ୍ସ
ଯୁବକଙ୍କ ପୋଷ୍ଟରେ ଥିବା ଦୁଇଟି ସର୍ତ୍ତକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି । ପ୍ରଥମ ସର୍ତ୍ତ ହେଉଛି, ତାଙ୍କ ହେବାକୁ ଥିବା ପତ୍ନୀ ବର୍ଷକୁ ଅତି କମରେ ୧୨ ଲକ୍ଷ ଟଙ୍କା ରୋଜଗାର କରୁଥିବା ଦରକାର । ଦ୍ୱିତୀୟ ସର୍ତ୍ତ ହେଉଛି, ସେ ଚାହୁଁଛନ୍ତି ଏକ ଚାଇଲ୍ଡଫ୍ରି ବିବାହ । ଅର୍ଥାତ୍ ବିବାହ ପରେ ସେମାନେ ସନ୍ତାନ ଚାହାନ୍ତି ନାହିଁ ।

ସୋସିଆଲ ମିଡିଆରେ ଦୁଇଭାଗ ହେଲେ ଲୋକେ
ଏହି ପୋଷ୍ଟକୁ ନେଇ ନେଟିଜେନ୍ସଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଛି । କିଛି ଲୋକ ଯୁବକଙ୍କ ସମର୍ଥନ କରି କହିଛନ୍ତି ଯେ, ଯଦି ଜଣେ ମହିଳା ହାଉସ୍‌ୱାଇଫ୍ ହୋଇ ଘର ସମ୍ଭାଳିପାରୁଛନ୍ତି, ତେବେ ଜଣେ ପୁରୁଷ ହାଉସ୍ ହଜବ୍ୟାଣ୍ଡ ହେବାରେ ଅସୁବିଧା କ'ଣ ? ଘର କାମ ମଧ୍ୟ ଏକ ପ୍ରକାର ଶ୍ରମ ବୋଲି ସେମାନେ କହିଛନ୍ତି ।
ଅନ୍ୟପଟେ କିଛି ଲୋକ ଏହାକୁ ଓଲଟା ଯୌତୁକ ଦାବି ବୋଲି କହିଛନ୍ତି । ନିଜେ ଘରେ ରହିବାକୁ ଚାହିଁବା ସହ ପତ୍ନୀଙ୍କଠାରୁ ବର୍ଷକୁ ୧୨ ଲକ୍ଷ ଟଙ୍କା ରୋଜଗାର ଆଶା କରିବା କେତେଦୂର ଠିକ୍ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ତେବେ ଆଉ କିଛି ଲୋକଙ୍କ ମତରେ, ଯଦି ଉଭୟ ପକ୍ଷ ଏଥିରେ ରାଜି ଅଛନ୍ତି, ତେବେ ଅନ୍ୟ କାହାର ଆପତ୍ତି ରହିବା ଉଚିତ୍ ନୁହେଁ । ଶେଷରେ ବିବାହ ହେଉଛି ପରସ୍ପରର ବୁଝାମଣା ଓ ସହମତିର ସମ୍ପର୍କ । ତେବେ ପ୍ରଶ୍ନ ହେଉଛି, ଯୁବକଙ୍କ ଏହି ଚିନ୍ତାଧାରା ଠିକ୍ ନା ଭୁଲ୍ ? ଆପଣ କ'ଣ ଏଭଳି ବିବାହ ପାଇଁ ରାଜି ହେବେ ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: