Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ୟୁପି ବଜେଟ: ଗରିବ, ଚାଷୀ, ଛାତ୍ରଛାତ୍ରୀ ଓ ମହିଳାଙ୍କ ଉପରେ ଫୋକସ୍

Rashmita Mishra
Browse all articles by Rashmita Mishra
·1 year ago·2 min read
 ୟୁପି ବଜେଟ: ଗରିବ, ଚାଷୀ, ଛାତ୍ରଛାତ୍ରୀ ଓ ମହିଳାଙ୍କ ଉପରେ ଫୋକସ୍

Key Points

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଯୋଗୀ ସରକାରଙ୍କ ୮ ଲକ୍ଷ ୮ ହଜାର କୋଟିର ବଜେଟ୍
ଗରିବ, ଚାଷୀ, ଛାତ୍ରଛାତ୍ରୀ ଓ ମହିଳାଙ୍କ ଉପରେ ଫୋକସ୍
ଉଚ୍ଚଶିକ୍ଷା କରୁଥିବା ମେଧାବୀ ଛାତ୍ରୀଙ୍କୁ ମାଗଣା ସ୍କୁଟି

ଆର୍ଥିକ ବିକାଶକୁ ଗତି ଦେବାକୁ ୪ଟି ନୂଆ ଏକ୍ସପ୍ରେସ-ୱେର ନିର୍ମାଣ
ଉତ୍ତରପ୍ରଦେଶର ଯୋଗୀ ସରକାର ନିଜର ୯ମ ବଜେଟରେ ଜନତାଙ୍କ ପାଇଁ ଖୋଲି ଦେଲେ ଖଜାନା । ୮ ଲକ୍ଷ ୮

୮ ଲକ୍ଷ ୮ ହଜାର ୭୩୬ କୋଟିର ବଜେଟରେ ଯୁବକଙ୍କୁ ବିନାସୁଧରେ ଋଣ। ଛାତ୍ରୀଙ୍କୁ ସ୍କୁଟି, ୪ଟି ନୂଆ ଏକ୍ସପ୍ରେସ ୱେ ସହ ଅନେକ ଲୋଭନୀୟ ଘୋଷଣା କରିଛନ୍ତି ଯୋଗୀ ସରକାର । ଯୁବକଙ୍କୁ ନିଯୁକ୍ତି ସହ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗ କରିବାକୁ ବିନା ସୁଧରେ ଋଣ ଯୋଗାଇ ଦେବେ ଯୋଗୀ ସରକାର । ରାଜ୍ୟରେ ୯୨,୯୧୯ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଯୋଗୀ ସରକାର। ଲକ୍ଷପତି ମହିଳା ଯୋଜନା ଅନ୍ତର୍ଗତ ୩୧ ଲକ୍ଷରୁ ଅଧିକ ଦିଦିଙ୍କୁ ଚିହ୍ନଟ କରାଯାଇଛି । ଉଜ୍ଜ୍ବଳା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ୨ଟି ମାଗଣା ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦେବେ ଯୋଗୀ ସରକାର । ଉଚ୍ଚଶିକ୍ଷା କରୁଥିବା ମେଧାବୀ ଛାତ୍ରୀଙ୍କୁ ଯୋଗ୍ୟତା ଆଧାରରେ ମାଗଣା ସ୍କୁଟି ପ୍ରଦାନ କରିବେ ଉତ୍ତରପ୍ରଦେଶ ସରକାର । ରାଣୀ ଲକ୍ଷ୍ମୀବାଇ ଯୋଜନା ଅନ୍ତର୍ଗତ କେଲଜ୍ ଯାଉଥିବା ମେଧାବୀ ଛାତ୍ରୀଙ୍କୁ ସ୍କୁଟି ପ୍ରଦାନ କରାଯିବ । ସ୍ବାମୀ ବିବେକାନନ୍ଦ ଯୁବ ସଶକ୍ତିରଣ ଯୋଜନା ଅନ୍ତର୍ଗତ ୪୯.୮୬ ଲକ୍ଷ ସ୍ମାର୍ଟଫୋନ୍ ଏବଂ ଟାବଲେଟ୍ ବଣ୍ଟନ କରିବେ ଯୋଗୀ ସରକାର ।


ଯୋଗୀ ସରକାରଙ୍କ ବଜେଟରେ ସ୍ମାର୍ଟ ସହରଠୁ ଆରମ୍ଭ କରି ଏକ୍ସପ୍ରେସ ୱେ ପର୍ଯ୍ୟନ୍ତ ଘୋଷଣା । ସିଏମ ଗ୍ରୀନ ରୋଡ୍ ଇନଫ୍ରାଷ୍ଟ୍ରକଚର ଯୋଜନା ପାଇଁ ୮୦୦ କୋଟିର ଘୋଷଣା ହୋଇଛି । ଆର୍ଥିକ ବିକାଶକୁ ଆହୁରି ଗତିଶୀଳ କରିବାକୁ ଆଉ ୪ଟି ନୂଆ ଏକ୍ସପ୍ରେସୱେ ନିର୍ମାଣ କରିବେ ଯୋଗୀ ସରକାର । ଏଥିପାଇଁ ୯୦୦ କୋଟିର ବ୍ୟବସ୍ଥା ହୋଇଛି। ସେହିପରି ମଳିନ ବସ୍ତି ବିକାଶ ଯୋଜନାରେ ୪୦୦ କୋଟି , ସ୍ମାର୍ଟ ସିଟି ପାଇଁ ୪୦୦ କୋଟିର ପ୍ରସ୍ତାବ ରଖିଛନ୍ତି ଯୋଗୀ ସରକାର ।


୨୦୧୭ ମସିହାରେ ଯୋଗୀ ସରକାର କ୍ଷମତାକୁ ଆସିବା ପୂର୍ବରୁ ଉତ୍ତରପ୍ରଦେଶର ବିକାଶରେ ଲାଗିଥିଲା ବ୍ରେକ୍ । ଦୃଢ ସଂକଳ୍ପ ସହ ଡବଲ୍ ଇଞ୍ଜିନ ସରକାରଙ୍କ ପ୍ରତିବଦ୍ଧତା ଉତ୍ତରପ୍ରଦେଶର ବିକାଶକୁ ଗତି ଦେଇଛି । ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅନ୍ତର୍ଗତ ଉତ୍ତରପ୍ରଦେଶ ୯.୫୭ କୋଟି ଖାତା ସହ ଦେଶରେ ପ୍ରଥମ ସ୍ଥାନରେ ରହିଛି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ଉତ୍ତରପ୍ରଦେଶ ୬.୫୨ କୋଟି ନାମାଙ୍କନ ସହ ପ୍ରଥମ ସ୍ଥାନରେ ରହିଛି। ସେହିପରି ଅଟଳ ପେନସନ୍ ଯୋଜନାରେ ୧.୧୨ କୋଟି ନାମାଙ୍କନ ସହ ଦେଶରେ ଉତ୍ତରପ୍ରଦେଶର ଉତ୍କୃଷ୍ଟ ପ୍ରଦର୍ଶନ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UP Budget: Focus on the poor, farmers, students and women | Argus News