Videos
|
National

ପ୍ରୟାଗରାଜ କୁମ୍ଭମେଳାରେ ୟୁପି କ୍ୟାବିନେଟର ବୈଠକ

Rashmita Mishra
Browse all articles by Rashmita Mishra
·1 year ago·1 min read
ପ୍ରୟାଗରାଜ କୁମ୍ଭମେଳାରେ ୟୁପି କ୍ୟାବିନେଟର ବୈଠକ

Key Points

ମହାକୁମ୍ଭରେ ସନାତନ ସଂସ୍କୃତିର ଦିବ୍ୟ ଉତ୍ସବ
ପ୍ରୟାଗରାଜ କୁମ୍ଭମେଳାରେ ୟୁପି କ୍ୟାବିନେଟର ବୈଠକ
ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କ ସହ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ଯୋଗୀ ଆଦିତ୍ୟନାଥ
କୁମ୍ଭମେଳାରୁ ସାସ୍କୃତିକ ସମୃଦ୍ଧି ଓ ଏକତାର ସନ୍ଦେଶ
ଲୋକାଭିମୁଖୀ ଶାସନ ଓ ଆସ୍ଥା ପ୍ରତି ଯୋଗୀଙ୍କ ସମ୍ମାନ
     

ଅର୍ଗସ ବ୍ୟୁରୋ: କୁମ୍ଭମେଳାର ଅମୃତ ଭୂଇଁରେ ପୁଣିଥରେ ୟୁପି କ୍ୟାବିନେଟ ବୈଠକ । ସାସ୍କୃତିକ ସମୃଦ୍ଧି ଓ ଏକତାର ସନ୍ଦେଶ ସହ ଶାସନ ବ୍ୟବସ୍ଥାକୁ ଯୋଡ଼ି ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ। ପୂର୍ବ ନିଷ୍ପତ୍ତି ଅନୁସାରେ କୁମ୍ଭମେଳାସ୍ଥଳରେ କ୍ୟାବିନେଟ ବୈଠକ ପରେ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି ଯୋଗୀ ଆଦିତ୍ୟନାଥ। ଯୋଗୀଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳର ୫୪ ସଦସ୍ୟ ବି ସଙ୍ଗମରେ ବୁଡ଼ ପକାଇ ଦେଇଛନ୍ତି ଏକତାର ସନ୍ଦେଶ । ପୂର୍ବରୁ ୨୦୧୯ କୁମ୍ଭମେଳା ସମୟରେ ବି ଯୋଗୀ ସଙ୍ଗମରେ କରିଥିଲେ କ୍ୟାବିନେଟ୍ ବୈଠକ ।


ଦୀର୍ଘ ୧୪୪ ବର୍ଷ ପରେ ତୀର୍ଥରାଜ ପ୍ରୟାଗରାଜର ଅମୃତ ଭୂମିକୁ ମହାକୁମ୍ଭର ଶୁଭ ମୁହୂର୍ତ୍ତ ଫେରିଥିବାବେଳେ ସଂଗମରେ ଦେଖିବାକୁ ମିଳିଛି ଆଧ୍ୟାତ୍ମିକ ଉତ୍ସାହର ବାତାବରଣ । ପବିତ୍ର ପୌଷ ପୂର୍ଣ୍ଣିମାରୁ ୪୫ ଦିନିଆ ଉତ୍ସବ ଆରମ୍ଭ ହୋଇଥିବାବେଳେ ଆସନ୍ତା ମହାଶିବରାତ୍ରୀ ଯାଏ ଜାରି ରହିବ ମହାକୁମ୍ଭ ମେଳା । ମାତ୍ର ୧୦ ଦିନ ମଧ୍ୟରେ ୧୩ ଆଖଡ଼ା ସଦସ୍ୟ, ସାଧୁ, ସନ୍ଥଙ୍କ ସମେତ ଦେଶ ବିଦେଶର ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ଗଙ୍ଗାରେ କରିଛନ୍ତି ଅମୃତ ସ୍ନାନ । ସମର୍ପଣ ଓ ଶ୍ରଦ୍ଧାରେ କେନ୍ଦ୍ରସ୍ଥଳ ପ୍ରୟାଗରାଜରେ ସନାତନ ସଂସ୍କୃତି ସହ ଆଧୁନିକତାର ମହାମିଳନକୁ ଦେଖୁଛି ବିଶ୍ବ । ଯାତ୍ରୀ, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ହୋଇଛି ବ୍ୟାପକ ଆୟୋଜନ। ପ୍ରୟାଗରାଜକୁ ବିଦେଶରୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ମେଳାସ୍ଥଳରେ ବିଭିନ୍ନ ରାଜ୍ୟର କଳା ମଞ୍ଚରେ ଦେଖିବାକୁ ମିଳୁଛି ବିଭେଦ ମଧ୍ୟରେ ଏକତାର ଆଧାର । ବସୁଧୈବ କୁଟୁମ୍ବକମର ବାର୍ତ୍ତା ବାଣ୍ଟୁଛି ପ୍ରୟାଗରାଜ । 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: