ପ୍ରୟାଗରାଜ କୁମ୍ଭମେଳାରେ ବୁଡ ପକାଇଲେ ୟୁପି ମୁଖ୍ୟମନ୍ତ୍ରୀ
·1 year ago

ଅର୍ଗସ ବ୍ୟୁରୋ: ପ୍ରୟାଗରାଜ କୁମ୍ଭମେଳାରେ ବୁଡ ପକାଇଲେ ୟୁପି ମୁଖ୍ୟମନ୍ତ୍ରୀ । ଯୋଗୀ ଆଦିତ୍ୟନାଥଙ୍କ ସହ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ ପକାଇଲେ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ । ମେଳାସ୍ଥଳରେ କିଛି ସମୟ ପୂର୍ବରୁ ଯୋଗୀ କରିଥିଲେ କ୍ୟାବିନେଟ୍ ବୈଠକ ।
ପ୍ରୟାଗରାଜ ମହାକୁମ୍ଭର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଥି ସହ ଦୁଇ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକଙ୍କ ସମେତ ମନ୍ତ୍ରିମଣ୍ଡଳର 54 ଜଣ ସଦସ୍ୟ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି । କିଛି ସମୟ ପୂର୍ବରୁ କୁମ୍ଭମେଳାରେ କ୍ୟାବିନେଟ୍ ବୈଠକ କରିଥିଲେ ଯୋଗୀ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମନ୍ତ୍ରିମଣ୍ଡଳର ୫୪ ସଦସ୍ୟ ମାନେ ଏଥିରେ ଯୋଗ ଦେଇଥିଲେ ।.
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: