Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Chhangur Baba ଗ୍ୟାଙ୍ଗର ସବୁଠୁ ବଡ଼ ସହଯୋଗୀ କିଏ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ...

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Chhangur Baba ଗ୍ୟାଙ୍ଗର ସବୁଠୁ ବଡ଼ ସହଯୋଗୀ କିଏ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ...

Key Points

ମୁମ୍ବାଇରୁ ଦୁବାଇ ଯାଏ ଲମ୍ବିଛି ଛାଙ୍ଗୁର ବାବାର ଧର୍ମାନ୍ତରଣ ନେଟୱର୍କ ।

ସାମ୍ନାକୁ ଆସିବା ପରେ ଛାଙ୍ଗୁର ବିରୋଧରେ ଯୋଗୀ ସରକାରଙ୍କ ବୁଲଡୋଜର ଆକ୍ସନ ଜାରି ରହିଛି ।

ଛାଙ୍ଗୁର୍ ବାବା ବେଆଇନ ଧର୍ମାନ୍ତରୀକରଣ ଘଟଣାରେ ବଡ଼ ଖୁଲାସା । ବାବାଙ୍କ ଗ୍ୟାଙ୍ଗର ବଡ଼ ସହଯୋଗୀ ୟୁପି ଗାଜିଆବାଦର କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର । କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଅବଦୁଲ ରେହମାନ୍ ସିଦ୍ଦିକୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଗାଜିଆବାଦ ପୋଲିସ କମିଶନର ।

ଅବଦୁଲ ନାଁରେ ବାବାଙ୍କ ରାକେଟ୍ ଚଳାଇବା ସହ ଧର୍ମାନ୍ତରୀକରଣ ମାମଲାର ପୀଡିତାକୁ ଧମକ ଦେବାର ସାଘାଂତିକ ଅଭିଯୋଗ ରହିଛି । ୨୦୧୯ ମସିହାରେ ମେରଠରେ ଏକ ମାମଲା ଦାୟର କରିଥିଲେ ପୀଡ଼ିତା । ଯେଉଁଥିରେ ତତ୍କାଳୀନ ଇନ୍ସପେକ୍ଟର ଅବଦୁଲ ରେହମାନ ସିଦ୍ଦିକି ପୀଡ଼ିତାଙ୍କ ପରିବାରକୁ ଚୁପ୍ ରହିବାକୁ ଧମକ ଦେଇଥିଲେ ଏବଂ ମୁହଁ ଖୋଲିଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ ।

ସୂଚାନୁସାରେ, ମେରଠର ପୀଡିତା ଲଭ୍ ଜିହାଦ ଜାଲରେ ଫସି ଯାଇଥିଲେ ଏବଂ ତାଙ୍କୁ ଧର୍ମାନ୍ତରୀକରଣ କରିବାକୁ ବାଧ୍ୟ କରାଯାଇଥିଲା । ଏସମ୍ପର୍କରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ, ତତ୍କାଳୀନ ଇନସ୍ପେକ୍ଟର ସିଦ୍ଦିକି ମାମଲା ରୁଜୁ କରିଥିଲେ । ସିଦ୍ଦିକିଙ୍କ ବିରୋଧରେ ତଦନ୍ତରେ ଅବହେଳା ଏବଂ ପୀଡିତାଙ୍କୁ ଧମକ ଦେବାର ଅଭିଯୋଗ ହୋଇଥିଲା ।

ତେବେ କୁହାଯାଉଛି, ମୁମ୍ବାଇରୁ ଦୁବାଇ ଯାଏ ଲମ୍ବିଛି ଛାଙ୍ଗୁର ବାବାର ଧର୍ମାନ୍ତରଣ ନେଟୱର୍କ । ଧର୍ମାନ୍ତରଣ ରାକେଟର ମାଷ୍ଟରମାଇଣ୍ଡ ଅଭିଯୁକ୍ତ ଛାଙ୍ଗୁର ସହ ସହଯୋଗୀ ନୀତୁ ରୋହରା ଓରଫ ନସରୀନକୁ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିସାରିଛି ଉତ୍ତର ପ୍ରଦେଶ ATS । ଗତ ୧୫ ବର୍ଷ ଧରି ଉତ୍ତର ପ୍ରଦେଶରେ ଧର୍ମାନ୍ତରଣର ଜାଲ ବିଛାଇ ୧୫ ଶହରୁ ଅଧିକ ହିନ୍ଦୁ ମହିଳାଙ୍କ ଧର୍ମ ପରିବର୍ତ୍ତନ କରିଥିବା ଅଭିଯୁକ୍ତ ଜଲାଲଉଦ୍ଦୀନ କଳା କାରନାମାର ପର୍ଦ୍ଦାଫାସ କରିଛି ATS । ଛାଙ୍ଗୁର ବାବାର କୋଠିରେ ଲାଗିଥିବା ସିକ୍ରେଟ କ୍ୟାମେରା, ସିସିଟିଭି ଫୁଟେଜ ସହ ଗୁରୁତ୍ବପୂର୍ଣ୍ଣ କାଗତପତ୍ର ଜବତ କରି ତଦନ୍ତ ଜୋରଦାର କରିଛି ପୋଲିସ ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଛାଙ୍ଗୁର ବିରୋଧରେ ଯୋଗୀ ସରକାରଙ୍କ ବୁଲଡୋଜର ଆକ୍ସନ ଜାରି ରହିଛି । ବଳରାମପୁରରେ ୪୦ କୋଠରୀଯୁକ୍ତ ଆଲିସାନ ବଙ୍ଗଳାକୁ ମାଟିରେ ମିଶାଇଛି ୯ ବୁଲଡୋଜର । ଛାଙ୍ଗୁର ପରି ସମାଜ ବିରୋଧୀ, ଦେଶଦ୍ରୋହୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପୋଲିସ ସୂଚନା ଅନୁସାରେ ଛାଙ୍ଗୁର ଟାର୍ଗେଟରେ ନିସନ୍ତାନ, ବିଧବା, ସ୍ବାମୀ ପରିତ୍ୟକ୍ତା ଓ ମାନସିକ ଦୁର୍ବଳ ମହିଳା ।

ପ୍ରଥମରୁ ଚିକିତ୍ସା ଓ ଚମତ୍କାର ନାଁରେ ଫସାଇ ପରେ ଝିଅଙ୍କ ବ୍ରେନୱାସ କରି ଧର୍ମ ବଦଳାଉଥିଲା ଛାଙ୍ଗୁର । ଦୁଇବର୍ଷ ପୂର୍ବରୁ ଭାରତ-ନେପାଳ ସୀମାରେ ଔଷଧ କେନ୍ଦ୍ର କରିବାକୁ ଯୋଜନା କରିଥିଲା ଛାଙ୍ଗୁର । ଏଥିପାଇଁ ବିଦେଶୀ ଫଣ୍ଡିଂ ମିଳିବା ଆରମ୍ଭ ହୋଇସାରିଥିଲା । ଛାଙ୍ଗୁର ବାବାର ସହଯୋଗୀ ଧର୍ମାନ୍ତରଣ କରିବାକୁ ସାର୍ବଜନିକ କାର୍ଯ୍ୟକ୍ରମ କରୁଥିବା ନେଇ ଅଭିଯୋଗ ପରେ ଯୋଜନା ପଣ୍ଡ କରିଥିଲା ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UP Crime Branch Inspector ‘Helped’ Chhangur Baba Gang? How He ‘Intimidated’ Complainants 6 Yrs Ago | Argus News