UP Police / ଉତ୍ତରପ୍ରଦେଶ ଛାଡ଼ି ଛତ୍ରଭଙ୍ଗ ଦେଲେଣି ବଡ଼ ବଡ଼ ଅପରାଧୀ

Key Points
ଆଗରୁ ଏମିତି କୌଣସି ସରକାରରେ ହୋଇ ନଥିଲା
ଏପର୍ଯ୍ୟନ୍ତ ହେଲାଣି ୧୭୦୦୦ରୁ ଅଧିକ ଏନ୍କାଉଣ୍ଟର
ଉତ୍ତରପ୍ରଦେଶ ଛାଡ଼ି ଛତ୍ରଭଙ୍ଗ ଦେଲେଣି ବଡ଼ ବଡ଼ ଅପରାଧୀ
ଯୋଗୀଙ୍କ ରାଜ୍ୟରେ ପ୍ରତିଦିନ ହେଉଛି ଏନ୍କାଉଣ୍ଟର । ଆଗରୁ ଏମିତି କୌଣସି ସରକାରରେ ହୋଇ ନଥିଲା । ଏପର୍ଯ୍ୟନ୍ତ ହେଲାଣି ୧୭୦୦୦ରୁ ଅଧିକ ଏନ୍କାଉଣ୍ଟର । ଉତ୍ତରପ୍ରଦେଶ ଛାଡ଼ି ଛତ୍ରଭଙ୍ଗ ଦେଲେଣି ବଡ଼ ବଡ଼ ଅପରାଧୀ । ଗୁଳିର ଶବ୍ଦରେ ଥରି ଉଠୁଛି ଯୋଗୀଙ୍କ ରାଜ୍ୟ ।
ସୂର୍ଯ୍ୟ ଅସ୍ତ ହେଲା ମାନେ ପୋଲିସ କରୁଛି ଏନ୍କାଉଣ୍ଟର । ଅପରାଧୀ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଏନ୍କାଉଣ୍ଟର କରୁଛି ପୋଲିସ୍ । ୧୭୦୦୦ରୁ ଅଧିକ ଏନ୍କାଉଣ୍ଟର ହେଲାଣି ଯୋଗୀଙ୍କ ରାଜ୍ୟରେ । ଭୟରେ ଥରିଲେଣି ମାଫିଆ ଫେରାର ହେଲେଣି ଅପରାଧୀ । ଉତ୍ତରପ୍ରଦେଶରେ ବଢ଼ି ଚାଲିଥିଲା ଅପରାଧ ।
ଅହରହ ହେଉଥିଲା ହତ୍ୟା ଅପହରଣ ଲୁଟ ଭଳି ସାଂଘାତିକ ଅପରାଧ। ଆଇନ୍ ସୃଙ୍ଖଳା ପୁରା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ପୋଲିସ୍ ପ୍ରଶାସନକୁ ଚ୍ୟାଲେଞ୍ଜ ଦେଉଥିଲେ ଅପରାଧୀ । ନେତା ମାନଙ୍କର ସାଥୀ ପାଲଟିତିଲେ ମାଫିଆ । କିନ୍ତୁ ୨୦୧୭ ପରେ ବଦଳିଗଲା ଉତ୍ତର ପ୍ରଦେଶର ସ୍ଥିତି । କାରଣ ମାଫିଆ ମାନଙ୍କ ପାଇଁ କାଳ ହୋଇ ଆସିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ । ତାଙ୍କ ଗୋଟିଏ ମନ୍ତ୍ର ଥିଲା ଅପରାଧୀଙ୍କ ବିରୁଦ୍ଧରେ ଏନ୍କାଉଣ୍ଟର ।
ଅପରାଧୀଙ୍କୁ କେମିତି ଏନ୍କାଉଣ୍ଟର କରୁଛି ପୋଲିସ। ଯିଏ ଅପରାଧ ଘଟାଇଲା ସେ ପୋଲିସ ଗୁଳିର ଶିକାର ହେଲା। ୯ ବର୍ଷ ହେଲା ଆକ୍ସନ ମୋଡ଼ରେ ରହିଛି ଉତ୍ତର ପ୍ରଦେଶ ପୋଲିସ। ଜାରି ରହିଛି ଏନ୍କାଉଣ୍ଟରର ଧାରା। ଏହିଭଳି ଭାବରେ କରୁଛି ଏନ୍କାଉଣ୍ଟର। ଯାହାପରେ ଏବେ ଅପରାଧୀ ମାନେ ଅପରାଧ ଘଟାଇବାକୁ ଭୟ କଲେଣି ।
ଯଦି ଦେଖିବା ଉତ୍ତର ପ୍ରଦେଶରେ ପ୍ରତିଦିନ ହେଉଛି ହାରାହାରି ୫ଟି ଏନକାଉଣ୍ଟର। ଯୋଗୀ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସଦ୍ୟତମ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୧୭ରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ରାଜ୍ୟରେ ଏପର୍ଯ୍ୟନ୍ତ ସମୁଦାୟ ୧୭୦୦୦ରୁ ଅଧିକ ପୋଲିସ ଏନକାଉଣ୍ଟର ହୋଇସାରିଛି। ସେଥିରୁ ପାଖାପାଖି ୩୦ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଏନ୍କାଉଣ୍ଟରରେ ମୃତ୍ୟୁ ହୋଇଛି ।
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ଏବଂ ମାଫିଆ ଓ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ପୋଲିସକୁ ‘ଫ୍ରି ହ୍ୟାଣ୍ଡ’ ବା ମୁକ୍ତ ହସ୍ତ ଦିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଯାହାପରେ ପୋଲିସ ଅପରାଧୀଙ୍କୁ ନେଇ ଏକ ଲିଷ୍ଟି ତିଆରି କରିଛି। ଯିଏ ଅପରାଧ ଘଟାଇଉଛି ତାକୁ ସଙ୍ଗେ ସଙ୍ଗେ ଏନ୍କାଉଣ୍ଟର କରାଯାଉଛି ।
ପ୍ରତିଦିନ ହେଉଛି ଏନ୍କାଉଣ୍ଟର। ତେବେ ଏହି ବଡ଼ ଧରଣର ଏନକାଉଣ୍ଟର ଅଭିଯାନକୁ ନେଇ କିଛି ମହଲରେ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି। କିନ୍ତୁ ବିଜେପି ସରକାର ଏହାକୁ ରାଜ୍ୟରୁ ‘ଗୁଣ୍ଡାରାଜ୍’ ଶେଷ କରିବାର ଏକ ସଫଳ ପ୍ରୟାସ ବୋଲି ଦାବି କରୁଛନ୍ତି। ଏହି ବ୍ୟାପକ ଏନକାଉଣ୍ଟର ସଂଖ୍ୟା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ୟୁପି ପୋଲିସର ଏହି ‘ଅପରେସନ୍ କ୍ଲିନ’ ଆଗକୁ କେଉଁ ରୂପ ନେଉଛି, ତାହା ସମୟ କହିବ।
📱 Get Argus News App
✨Related Topics
Explore more stories