Humanity Shamed In UP / ୟୁପିରେ ମାନବିକତାକୁ ଲଜ୍ଜା: ୫ ବର୍ଷ ଧରି ବନ୍ଦୀ, ଭୋକରେ ବାପା ମୃତ–ଝିଅ କଙ୍କାଳ ସମାନ
·8 months ago·2 min read

Key Points
ଅମର ଅଭିଯୋଗ କରିଛନ୍ତି ଯେ ଦମ୍ପତି ସମ୍ପୂର୍ଣ୍ଣ ଘର କବଜା କରି ନେଇଥିଲେ, ବାପା ଏବଂ ଝିଅଙ୍କୁ ତଳ କୋଠରୀରେ ବନ୍ଦୀ କରି ରଖୁଥିଲେ। ଏବଂ ସେମାନେ ଉପର ମହଲାରେ ଆରାମରେ ରହୁଥିଲେ।
ମଣିଷପଣିଆକୁ ଧିକ କହିବାକୁ ପଡ଼ୁଛି। କାରଣ ଏଥିପାଇଁ ଯିଏ ଘର ଦେବ ଚାକିରି ଦେବ ସେହି ମଣିଷ ଦିନେ ସୁଯୋଗ ପାଇ ମାଲିକ ଉପରେ ନିଜର ସ୍ଥିତି ଜାହିର କରିବ। ମାଲିକ ବୁଢା ହୋଇଯାଇଥିବାରୁ ଖାଇବାକୁ ନ ଦେଇ ଚାକର ଭଳି ଖଟାଇ ଶେଷରେ ମାରି ଦେଇଛନ୍ତି। ସତରେ ଆଜିକାଲି ସମୟରେ କାହାକୁ ଭରସା କରାଯାଇପାରିବନି।
ଉତ୍ତର ପ୍ରଦେଶର ମହୋବା ଜିଲ୍ଲାରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀ ଏବଂ ତାଙ୍କ ମାନସିକ ବିକୃତ ଝିଅଙ୍କୁ ସେମାନଙ୍କର ଯତ୍ନ ନେଉଥିବା ସ୍ବାମୀସ୍ତ୍ରୀ ପାଞ୍ଚ ବର୍ଷ ଧରି ବନ୍ଦୀ କରି ରଖି ନିର୍ଯାତନା ଦେଇଥିଲେ, ଯାହା ଫଳରେ ତାଙ୍କ ମାଲିକଙ୍କ ମୃତ୍ୟୁ ଘଟିଥିଲା।
୭୦ ବର୍ଷୀୟ ଅବସରପ୍ରାପ୍ତ ବରିଷ୍ଠ ରେଳବାଇ କ୍ଲର୍କ ଓମ୍ ପ୍ରକାଶ ସିଂହ ରାଠୋର ଏବଂ ତାଙ୍କ ୨୭ ବର୍ଷୀୟ ମାନସିକ ବିକୃତ ଝିଅ ରଶ୍ମି ଏକୁଟିଆ ରହୁଥିଲେ। ୨୦୧୬ ମସିହାରେ ଓମ୍ ପ୍ରକାଶଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ଏକ ପୃଥକ ଘରେ ରହୁଥିଲେ। ଓମ୍ ପ୍ରକାଶଙ୍କ ଭାଇ ଅମର ସିଂହଙ୍କ ଅନୁଯାୟୀ, ପରିବାର ସେମାନଙ୍କ ଯତ୍ନ ନେବା ପାଇଁ ରାମ ପ୍ରକାଶ କୁଶୱାହା ଏବଂ ତାଙ୍କ ପତ୍ନୀ ରାମଦେବୀଙ୍କୁ ନିଯୁକ୍ତି ଦେଇଥିଲେ।
ଅମର ଅଭିଯୋଗ କରିଛନ୍ତି ଯେ ଦମ୍ପତି ସମ୍ପୂର୍ଣ୍ଣ ଘର କବଜା କରି ନେଇଥିଲେ, ବାପା ଏବଂ ଝିଅଙ୍କୁ ତଳ କୋଠରୀରେ ବନ୍ଦୀ କରି ରଖୁଥିଲେ। ଏବଂ ସେମାନେ ଉପର ମହଲାରେ ଆରାମରେ ରହୁଥିଲେ। ଏହି ଦମ୍ପତି ପୀଡିତାଙ୍କୁ ସବୁ ସୁବିଧାରୁ ବଞ୍ଚିତ କରି ରଖିଥିଲେ। ଖାଇବାକୁ ମଧ୍ୟ ଦେଉ ନ ଥିଲେ। "ଯେତେବେଳେ ସମ୍ପର୍କୀୟମାନେ ଭେଟିବାକୁ ଆସୁଥିଲେ, ଚାକର ବାହାନା କରି ସେମାନଙ୍କୁ ପଠାଇ ଦେଉଥିଲେ, ଓମପ୍ରକାଶ କାହାକୁ ଭେଟିବାକୁ ଚାହୁଁ ନଥିଲେ ବୋଲି ଅମର କହିଛନ୍ତି।
ସୋମବାର ଦିନ ଯେତେବେଳେ ଓମପ୍ରକାଶଙ୍କ ମୃତ୍ୟୁ ଖବର ପରିବାର ପାଖରେ ପହଞ୍ଚିଲା, ସମ୍ପର୍କୀୟମାନେ ଘରେ ପହଞ୍ଚି ଏକ ଭୟଙ୍କର ଦୃଶ୍ୟ ଦେଖିଲେ। ଓମପ୍ରକାଶଙ୍କ ମୃତଦେହକୁ ଦେଖି ଚିହ୍ନି ହେଉ ନ ଥିଲା। ଏବଂ ତାଙ୍କ ଝିଅକୁ ଏକ ଅନ୍ଧାର କୋଠରୀରେ ଉଲଗ୍ନ ଅବସ୍ଥାରେ ମିଳିଥିଲା। ରଶ୍ମିଙ୍କ ଶରୀର ଭୋକ ଯୋଗୁଁ 80 ବର୍ଷୀୟ ବୃଦ୍ଧାଙ୍କ ପରି ଦେଖାଯାଉଥିଲା, ଜଣେ ସମ୍ପର୍କୀୟ ଦାବି କରିଛନ୍ତି। "ତାଙ୍କ ଶରୀରରେ କୌଣସି ମାଂସ ବାକି ନଥିଲା; କେବଳ ଏକ କଙ୍କାଳ ବାକି ରହିଥିଲା, ଦେଖିକି ବହୁତ କଷ୍ଟ ଲାଗୁଥିଲା। ଲାଗୁ ନ ଥିଲା ଝିଅଟି ବଞ୍ଚିବ। ଜଣେ ସମ୍ପର୍କୀୟ ପୁଷ୍ପା ସିଂହ ରାଠୋର କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡାକ୍ତରଖାନାରେ ପହଞ୍ଚିବା ମାତ୍ରେ ଡାକ୍ତରମାନେ ଓମପ୍ରକାଶଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୋଲିସ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ସବୁବେଳେ ସୁଟ୍ ଏବଂ ଟାଇ ପିନ୍ଧିଥିବା ଏହି ରେଳ କର୍ମଚାରୀଙ୍କ ଦୁଃଖଦ ଅବସ୍ଥା ଦେଖି ଓମପ୍ରକାଶଙ୍କ ପଡ଼ୋଶୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ପରିବାର ବର୍ତ୍ତମାନ ରଶ୍ମିଙ୍କ ଯତ୍ନ ନେଉଛନ୍ତି ଏବଂ ଦୋଷୀଙ୍କ ପାଇଁ ଯଥାସମ୍ଭବ କଠୋର ଦଣ୍ଡ ଦାବି କରୁଛନ୍ତି।
Related Topics
Explore more stories