Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସିଙ୍ଗଡା ଆଣିଲେନି ବୋଲି ପୁରା ପଞ୍ଚାୟତ ଆଗରେ ସ୍ୱାମୀକୁ ବାଡେଇଲା ସ୍ତ୍ରୀ

Smruti Parija
Browse all articles by Smruti Parija
·10 months ago·2 min read
ସିଙ୍ଗଡା ଆଣିଲେନି ବୋଲି ପୁରା ପଞ୍ଚାୟତ ଆଗରେ ସ୍ୱାମୀକୁ ବାଡେଇଲା ସ୍ତ୍ରୀ

Key Points

ସ୍ୱାମୀଙ୍କୁ ନିର୍ଦ୍ଧୁମ୍ ପିଟିଲେ ସ୍ତ୍ରୀ

ସ୍ତ୍ରୀ ପାଇଁ ସିଙ୍ଗଡା ଆଣିଲେନି ବୋଲି ଘରେ ଖଣ୍ଡ ଯୁଦ୍ଧ

ପୁରା ପଞ୍ଚାୟତେ ସମ୍ମୁଖରେ ବାଡେଇଲା ସ୍ତ୍ରୀ

ସିଙ୍ଗଡା ପାଇଁ ଖଣ୍ଡ ଯୁଦ୍ଧ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଖିଟ୍ ପିଟ୍ ତ ଲାଗି ରହିଥାଏ । ହେଲେ ଏଠି ସାମାନ୍ୟ ସିଙ୍ଗଡା ପାଇଁ ସ୍ୱାମୀଙ୍କୁ ପୁରା ପଞ୍ଚାୟତେ ସମ୍ମୁଖରେ ବାଡେଇଲା ସ୍ତ୍ରୀ । ଉତ୍ତରପ୍ରଦେଶ ପିଲିଭିତ୍ ରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।


ପ୍ରକୃତ କଥା ହେଲା, ଶିବମ୍ ଓ ସଙ୍ଗୀତାଙ୍କର ଚଳିତ ବର୍ଷ ହିଁ ବିବାହ ହୋଇଛି । ଅଗଷ୍ଟ 30 ତାରିଖ ଦିନ ସ୍ୱାମୀ ଶିବମ୍ କାମରୁ ଫେରିବା ବେଳେ ସିଙ୍ଗଡା ଆଣିବା ପାଇଁ କହିଥିଲେ ପତ୍ନୀ ସଙ୍ଗୀତା । ହେଲେ ସିଙ୍ଗଡା ଆଣିବାକୁ ଭୂଲିଯାଇଥିଲେ ଶିବମ୍ ।


ରାତା ରାତି ସବୁ ଓଲଟ ପାଲଟ । ସଙ୍ଗୀତା ତାଙ୍କ ବାପ ଘର ଲୋକଙ୍କୁ ଫୋନ୍ କରି ତୁରନ୍ତ ଡକାଇଥିଲେ । ପଞ୍ଚାୟତ ବସିଥିଲା । କଥା ପଡୁ ପଡୁ ଝିଅ ଘର ଲୋକ ଶିବମ୍ ଏବଂ ତାଙ୍କ ପରିବାର ଲୋକଙ୍କୁ ନିର୍ଦ୍ଧୁମ୍ ପିଟିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ଏମିତି ପରିସ୍ଥିତି ଉପୁଜିଲା ଉଭୟ ପରିବାରର ଲୋକଙ୍କ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ ହୋଇଥିଲା । ଏପରିକି ଶିବମ୍ ଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ପଛାଇନଥିଲେ ସଙ୍ଗୀତାଙ୍କ ପରିବାର ଲୋକେ । କେହି ବି କିଛି ବୁଝିବାକୁ ନାରାଜ । ଶେଷରେ ପୁଅ ଘର ଓ ଝିଅ ଘର ଲୋକେ ଉଭୟଙ୍କ ନାଁ ରେ ଥାନାରେ ମାମଲା ରୁଜୁ କରିଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Sponsored
up-man-beaten-up-by-wife-her-family-over-not-getting-samosas | Argus News