Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

UP man climbs tower ; ପ୍ରଥମେ ସ୍ତ୍ରୀ, ପରେ ଶାଳୀ ଏବେ ଦ୍ଵିତୀୟ ଶାଳୀକୁ ବାହା ହେବାକୁ ଜିଦ୍

Swoyang prajna Mishra
Browse all articles by Swoyang prajna Mishra
·10 months ago·1 min read
UP man climbs tower ; ପ୍ରଥମେ ସ୍ତ୍ରୀ, ପରେ ଶାଳୀ ଏବେ ଦ୍ଵିତୀୟ ଶାଳୀକୁ ବାହା ହେବାକୁ ଜିଦ୍

Key Points

ବିବାହର ବର୍ଷକ ପରେ ଚାଲିଗଲେ ସ୍ତ୍ରୀ

ପରେ ଶାଳୀକୁ କଲେ ବିବାହ

ଏବେ ଦ୍ଵିତୀୟ ଶାଳୀକୁ ବାହା ହେବାକୁ ଜିଦ୍

ସ୍ତ୍ରୀ ନମାନିବାରୁ ଇଲେକ୍ଟ୍ରି ଖୁଣ୍ଟରେ ଚଢିଗଲେ

ବାହା ହେବା ଜିଦ୍‌ରେ ଇଲେକ୍ଟ୍ରି ଟାୱାର ଉପରେ ଚଢିଲେ ରାଜ୍ ସକ୍ସେନା । ଶାଳୀଙ୍କୁ ବିବାହ କରିବାର ନିଶା ଏମିତି ଘାରିଲା ଯେ, ଜିଦ୍‌ରେ ଶାଳୀଙ୍କୁ ବିବାହ କରିବାକୁ ଚିତ୍କାର ଛାଡିଲେ । ଏମିତି ଘଟଣା ଉତ୍ତରପ୍ରଦେଶର କନୌଜରେ ଦେଖିବାକୁ ମିଳିଛି । ରାଜ ସକ୍ସେନା ନାମକ ଜଣେ ବ୍ୟକ୍ତି ୨୦୨୧ରେ ପ୍ରଥମେ ବିବାହ କରିଥିଲେ । ବର୍ଷକ ପରେ କୌଣସି ଏକ ରୋଗରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ସ୍ତ୍ରୀଙ୍କ ମୃତ୍ୟୁ ପରେ ରାଜ ତାଙ୍କର ନିଜ ଶାଳୀଙ୍କୁ ବିବାହ କରିଥିଲେ । ଶାଳୀଙ୍କୁ ବିବାହ କରିବାର ଦୁଇ ବର୍ଷ ପରେ ସେ ତାଙ୍କର ଦ୍ଵିତୀୟ ସାନ ଭଉଣୀଙ୍କ ପ୍ରେମରେ ପୁଣି ପଡି ଯାଇଥିଲେ । ଏବଂ ତାଙ୍କୁ ବିବାହ କରିବାକୁ ନିଜ ପତ୍ନୀଙ୍କୁ କହି ଜିଦ୍ କରିଥିଲେ । ହେଲେ ପତ୍ନୀ ସିଧା ଏପରି ପ୍ରସ୍ତାବକୁ ମନା କରିଥିଲେ ।


ସକ୍ସେନା କିନ୍ତୁ ବିବାହ କରିବା ଜିଦ୍‌ରେ ଅଡି ବସି 'ସୋଲେ' ଫିଲ୍ମର ଏକ ସିନ୍‌ର ପୁନରାବୃତ୍ତି କରିଥିଲେ । ସିଧା ଇଲେକ୍ଟ୍ରି ଖୁଣ୍ଟ ଉପରେ ଚଢି ଶାଳୀଙ୍କୁ ବିବାହ କରିବା ପାଇଁ କହି ଚିତ୍କାର କରିଥିଲେ । ଏହାପରେ ତାଙ୍କ ପରିବାର ଏବଂ ପୋଲିସ ଅଧିକାରୀ ମାନେ ତାଙ୍କୁ ତାଙ୍କ ଶାଳୀଙ୍କ ସହ ବିବାହ କରାଇବାର ପ୍ରତିଶୃତି ଦେଇ ତଳକୁ ରାଜି କରି ଆଣିବା ପାଇଁ ପ୍ରାୟ ୭ ଘଣ୍ଟା ସମୟ ଲାଗି ଯାଇଥିଲା । ତେବେ ତଳକୁ ଆସିବା ପରେ ରାଜ୍ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି ଯେ, ତାଙ୍କ ଦ୍ଵିତୀୟ ଶାଳୀ ମଧ୍ୟ ତାଙ୍କୁ ଭଲ ପାଆନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UP man climbs tower for marrying his second sister-in-law | Argus News