Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମରିଗଲେ ବୋଲି ଲୋକ ୧୩ ଭୋଜି କରୁଥିଲେ, ହଠାତ୍‌ ଆସି ରିକ୍ସାରୁ ଓହ୍ଲାଇଲେ ମୃତ ବ୍ୟକ୍ତି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ମରିଗଲେ ବୋଲି ଲୋକ ୧୩ ଭୋଜି କରୁଥିଲେ, ହଠାତ୍‌ ଆସି ରିକ୍ସାରୁ ଓହ୍ଲାଇଲେ ମୃତ ବ୍ୟକ୍ତି

ମହାକୁମ୍ଭରେ ମୌନୀ ଅମାବାସ୍ୟାରେ ହୋଇଥିବା ଦଳାଚକଟାରେ ଚାଲିଯାଇଥିଲା ଜୀବନ ! ସାହି ଲୋକ ୧୩ ଭୋଜି ପାଇଁ କରୁଥିଲେ ପ୍ରସ୍ତୁତି । ହେଲେ ହଠାତ୍‌ ୧୩ ତମ ଦିନରେ ବ୍ୟକ୍ତି ଜଣକ ଆସି ସମସ୍ତଙ୍କ ସାମ୍ନାରେ ଜୀବିତ ଛିଡ଼ା ହେଲେ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । କାରଣ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଯୋଗୁଁ ସାହି ଲୋକ ସେଦିନ ୧୩ ଜଣ ବ୍ରାହ୍ମଣଙ୍କୁ ଡାକି ସନ୍ଧ୍ୟାରେ ୧୩ ଭୋଜି ଦେଉଥିଲେ । ଆଉ ଏହି ସମୟରେ ହଠାତ୍‌ ସମସ୍ତଙ୍କ ସାମ୍ନାରେ ଛିଡ଼ା ହୋଇଥିଲେ ଖୁଣ୍ଟି ଗୁରୁ । ଜିରୋ ରୋଡର ବାସିନ୍ଦା ହେଉଛନ୍ତି ଖୁଣ୍ଟି ଗୁରୁ ।

ପ୍ରୟାଗରାଜ ମହାକୁମ୍ଭକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ୫୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ଏବେ ସୁଦ୍ଧା ସଙ୍ଗମରେ ବୁଡ଼ ପକାଇସାରିଲେଣି । ଏହି ସଂଖ୍ୟା ୬୦ କୋଟି ଟପି ପାରେ ବୋଲି ଅନୁମାନ କରାଯାଉଛି । ତେବେ ଏତେ ମାତ୍ରାରେ ଶ୍ରଦ୍ଧାଳୁ ପାଇଁ ଏଠାରେ ୟୁପି ସରକାରଙ୍କ ପକ୍ଷରୁ ନାନା ବିଧି ବ୍ୟବସ୍ଥା ହୋଇଥିଲେ ବି ବେଳେ ବେଳେ ଛୋଟମୋଟ ଦୁର୍ଘଟଣା ଘଟିଯାଏ । ଠିକ୍ ଏମିତି ଏକ ଦୁର୍ଘଟଣା ଘଟିଥିଲା ମୌନି ଅମାବାସ୍ୟାରେ । ଏହି ଦିନ ଅତ୍ୟଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଯାହାଫଳରେ ଲୋକଙ୍କ ମଧ୍ୟରେ ଧାଁ ଦଉଡ଼ ପରିସ୍ଥିତି ଉପୁଜିଥିଲା । ଆଉ ଦଳାଚକଟାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଅନେକଙ୍କ ପରିବାର ଉଜୁଡ଼ିଯାଇଥିଲା । ସେହି ହଜିଯାଇଥିବା ବା ମୃତକଙ୍କ ମଧ୍ୟରେ ଥିଲେ ଖୁଣ୍ଟି ଗୁରୁ। କାରଣ ସେ ମୌନୀ ଅମାବାସ୍ୟାରେ ସ୍ନାନ କରିବା ପରେ ଆଉ ଘରକୁ ଫେରି ନଥିଲେ ।

ଜିରୋ ରୋଡର ବାସିନ୍ଦା ଖୁଣ୍ଟି ଗୁରୁ ଜାନୁଆରୀ ୨୮ ତାରିଖରେ ମୌନୀ ଅମାବାସ୍ୟା ସ୍ନାନ ପାଇଁ ପ୍ରୟାଗରାଜ ମହାକୁମ୍ଭ ଯାଇଥିଲେ। ଖୁଣ୍ଟି ଗୁରୁଙ୍କ ପରିବାରରେ କେହି ନାହାନ୍ତି। ସେ ଏକା ରୁହନ୍ତି । ତାଙ୍କର ଠିକଣା ଜିରୋ ରୋଡ୍ ବସ୍ ଷ୍ଟାଣ୍ଡ ସାମ୍ନା । ଯେଉଁଠାରେ ସେ ଦୁଇ ଓଳି ଖାଦ୍ୟ ପାନୀୟ ଗ୍ରହଣ କରନ୍ତି । ପରିବାରରେ ଅନ୍ୟ କୌଣସି ସଦସ୍ୟ ନଥିବାରୁ, ସେ ସବୁବେଳେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗରେ ଠିଆ ହୋଇଥାନ୍ତି । ତାଙ୍କ ବନ୍ଧୁତ୍ୱପୂର୍ଣ୍ଣ ଏବଂ ସରଳ ସ୍ୱଭାବ ଯୋଗୁଁ ସମସ୍ତେ ତାଙ୍କୁ ଭଲ ପାଆନ୍ତି।

ହେଲେ ସେଦିନ ସେ ସଙ୍ଗମରେ ସ୍ନାନ କରିବା ପରେ ମହାକୁମ୍ଭରେ ଥିବା ବାବା ମାନଙ୍କ ସହ ମିଶିଥିଲେ । ସେଠାରେ ତାଙ୍କ ସହ କଥାବାର୍ତ୍ତା ହେବା ପରେ ତାଙ୍କ ସହ ରହିଁ ରହିଯାଇଥିଲେ । ଆଉ ତାଙ୍କ ସହ ମିଶି ଚିଲମ ଟାଣୁଥିଲେ ବୋଲି ନିଜେ କହିଛନ୍ତି ଖୁଣ୍ଟି ଗୁରୁ ।

ତ୍ରୟୋଦଶ ପୂର୍ବରୁ ଫେରିଆସିଲା


ମହାକୁମ୍ଭରେ ମୌନୀ ଅମାବାସ୍ୟାରେ ଦଳାଚକଟା ପରେ ଯେତେବେଳେ ଖୁଣ୍ଟି ଗୁରୁ କିଛି ଦିନ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ, ସ୍ଥାନୀୟ ଲୋକମାନେ ଭାବିଥିଲେ ଯେ ସେ ମଧ୍ୟ ଦଳାଚକଟାରେ ମୃତ୍ୟୁବରଣ କରିଛନ୍ତି। ଏହା ପରେ, ଲୋକମାନେ ତାଙ୍କର ୧୩ ଭୋଜି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏମିତିକି ସନ୍ଧ୍ୟାରେ ୧୩ ଜଣ ବ୍ରାହ୍ମଣଙ୍କୁ ଡାକି ଭୋଜି ପରିବେଷଣ କରାଯିବାର ଥିଲା। ଏହି ସମୟରେ, ଖୁଣ୍ଟି ଗୁରୁ ନିଜେ ଏକ ରିକ୍ସାରୁ ଓହ୍ଲାଇ ସମସ୍ତଙ୍କ ସାମ୍ନାକୁ ଆସିଲେ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ପାଚରିବାରୁ ସେ କହିଥିଲେ 'ମୁଁ ଚିଲମ ଟାଣୁଥିଲି ତାପରେ ରାସ୍ତା ଭୁଲିଗଲି' ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UP Man 'Dead' In Maha Kumbh Stampede Returns Alive On His 'Tehrvi' | Argus News