Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଧାନସଭାର ନୋ ପାର୍କିଂ ଜୋନ୍‌ରେ ଛିଡ଼ା ହୋଇଥିଲା ମନ୍ତ୍ରୀଙ୍କ କାର୍, କ୍ରେନ୍‌ରେ ଉଠାଇ ନେଲା ଟ୍ରାଫିକ୍ ପୋଲିସ

Sushanta Sahoo
Browse all articles by Sushanta Sahoo
·11 months ago·2 min read
ବିଧାନସଭାର ନୋ ପାର୍କିଂ ଜୋନ୍‌ରେ ଛିଡ଼ା ହୋଇଥିଲା ମନ୍ତ୍ରୀଙ୍କ କାର୍, କ୍ରେନ୍‌ରେ ଉଠାଇ ନେଲା ଟ୍ରାଫିକ୍ ପୋଲିସ

Key Points

ସମସ୍ତଙ୍କୁ ଚକିତ କଲା ଭଳି ଏ ଘଟଣା ଘଟିଛି ଉତ୍ତରପ୍ରଦେଶ ବିଧାନସଭା ପରିସରରେ । ମନ୍ତ୍ରୀଙ୍କ କାରକୁ ପୋଲିସ କ୍ରେନ୍‌ରେ ନେବା ବେଳର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଲକ୍ଷ୍ନୌ: କ୍ୟାବିନେଟ୍ ମନ୍ତ୍ରୀଙ୍କ କାରକୁ କ୍ରେନ୍ ଲଗାଇ ଉଠାଇ ନେଲା ଟ୍ରାଫିକ୍ ପୋଲିସ । ସମସ୍ତଙ୍କୁ ଚକିତ କଲା ଭଳି ଏ ଘଟଣା ଘଟିଛି ଉତ୍ତରପ୍ରଦେଶ ବିଧାନସଭା ପରିସରରେ । ମନ୍ତ୍ରୀଙ୍କ କାରକୁ ପୋଲିସ କ୍ରେନ୍‌ରେ ନେବା ବେଳର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।


ସୂଚନା ଅନୁସାରେ, ୟୁପି ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ ଫର୍ଚ୍ୟୁନର ଗାଡ଼ିଟି ଲକ୍ଷ୍ନୌ ସ୍ଥିତ ବିଧାନସଭାର ନୋ ପାର୍କିଂ ଜୋନ୍‌ରେ ଛିଡ଼ା ହୋଇଥିଲା । ଏହି ଘଟଣା ଗୁରୁବାରର । ବିଧାନସଭା ଚାଲିଥିବା ବେଳେ ଟ୍ରାଫିକ୍ ପୋଲିସ ଗାଡ଼ି ଉଠାଇ ନେଇଥିଲା । କୁହାଯାଉଛି, ନୋ ପାର୍କିଂ ଜୋନ୍‌ରେ ଗାଡ଼ି ଛିଡ଼ା କରିଥିବାରୁ ସେଠାରେ ଜାମ ହୋଇଥିଲା । ଆଉ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ କ୍ରେନ୍‌ରେ ଗାଡ଼ି ଉଠାଇ ନେଇଥିଲା । ଏହି ସମୟରେ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୟ ନିଷାଦ ବିଧାନସଭାରେ ଉପସ୍ଥିତ ଥିଲେ ।


ମନ୍ତ୍ରୀଙ୍କ ଗାଡ଼ି ଭୁଲ୍ ସ୍ଥାନରେ ପାର୍କିଂ ଯୋଗୁଁ ଅନ୍ୟମାନଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା, ଫଳରେ ଭିଡ଼ ବଢ଼ିଥିଲା । ଆଉ ପୋଲିସ ବିଳମ୍ବ ନ କରି କ୍ରେନ୍ ଡାକି ସେହି ସ୍ଥାନରୁ ଗାଡ଼ିକୁ ହଟାଇ ନେଇଥିଲା । ଆଉ ସେହି ସମୟରେ କେହି ଭିଡିଓ କରି ସୋସିଆଲ୍ ମିଡିଆରେ ଅପଲୋଡ୍ କରିବାରୁ ତାହା ଭାଇରାଲ୍ ହେବାରେ ଲାଗିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସଞ୍ଜୟ ନିଷାଦ ୟୁପି ସରକାରରେ ମତ୍ସ୍ୟ ପାଳନ ମନ୍ତ୍ରୀ ଅଛନ୍ତି । ସେ ୨୦୨୨ ମାର୍ଚ୍ଚ ୨୫ରେ କ୍ୟାବିନେଟ୍ ମନ୍ତ୍ରୀ ପଦର ଶପଥ ନେଇଥିଲେ । ତେବେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନରୁ ବାର୍ତ୍ତା ଦିଆଯାଇଛି, ସେ ବଡ଼ ନେତା ହୁଅନ୍ତୁ କି ଅନ୍ୟ କେହି ନିୟମ ପାଳନ ସମସ୍ତଙ୍କ ପାଇଁ ସମାନ । ପୋଲିସର ଏହି ପଦକ୍ଷେପକୁ ସୋସିଆଲ୍ ମିଡିଆରେ ବି ଲୋକେ ବେଶ୍ ତାରିଫ୍ କରୁଛନ୍ତି ।

Sponsored
UP Traffic Police Tow Cabinet Minister’s Car for Illegal Parking, Video Goes Viral | Argus News | Argus News