Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲଘୁ ସମ୍ପ୍ରଦାୟ ବେଶ ବଦଳାଇ ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗ

National

ଲଘୁ ସମ୍ପ୍ରଦାୟ ବେଶ ବଦଳାଇ ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଲଘୁ ସମ୍ପ୍ରଦାୟ ବେଶ ବଦଳାଇ ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗ

ଅର୍ଗସ ବ୍ୟୁରୋ:  କାଉଡିଆ ଯାତ୍ରୀଙ୍କୁ ଦିଆଯାଉଛି ଆମିଷ ଖାଦ୍ୟ। ଶ୍ରଦ୍ଧାଳୁଙ୍କ ଆସ୍ଥା ଉପରେ କୁଠାରଘାତ। ଏଭଳି ଅଭିଯୋଗ କରିଛନ୍ତି ଶ୍ରଦ୍ଧାଳୁ। ଲଘୁ ସମ୍ପ୍ରଦାୟ ବେଶ ବଦଳାଇ ଖାଦ୍ୟ ବିକ୍ରି କରୁଛନ୍ତି । ଶାକାହାରୀ ନାଁରେ ମାଂସାହାରୀ ଖାଦ୍ୟ ବିକି ସେମାନଙ୍କ ଆସ୍ଥା ଉପରେ କୁଟାରଘାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି କାଉଡିଆଙ୍କ ପାଇଁ ବଡ଼ ପଦକ୍ଷେପ ଗ୍ରହଣ କଲେ ଉତ୍ତରପ୍ରଦେଶ ସରକାର । ଜୁଲାଇ ୨୨ରୁ ଆରମ୍ଭ ହେବ ଶ୍ରାବଣ ମାସର ବହୁ ପବିତ୍ର ବୋଲବମଯାତ୍ରା । ବିଭିନ୍ନ ଶୈବପୀଠରେ ଦେଖିବାକୁ ମିଳିବ ପ୍ରବଳ ଭିଡ।  କାଉଡିଆ ଯାତ୍ରା ସମୟରେ ଯାତ୍ରୀମାନଙ୍କ ଲାଗି ବାଟରେ ବିଭିନ୍ନ ସଂଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମାଗଣା ବା ଦେୟମୁକ୍ତ ଭୋଜନର ବ୍ୟବସ୍ଥା କରାଯାଇଥାଏ। ଉତ୍ତରପ୍ରଦେଶ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ।

ଯେଉଁମାର୍ଗ ଦେଇ କାଉଡିଆ ଯିବେ ସେହି ମାର୍ଗରେ ଥିବା ସମସ୍ତ ଭୋଜନାଳୟ ମାଲିକଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଭୋଜାନାଳୟ ମାଲିକମାନେ ଦୋକାନରେ ନିଜ ନାଁ, କ୍ୟୁଆର କୋର୍ଡ ଓ ଫୋନ ନମ୍ବର ଲଗାଇବେ । ଶ୍ରଦ୍ଧାଳୁ ଏହା ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ମୁସଲିମ ବ୍ୟବସାୟ ବେଶ ବଦଳାଇ ଖାଦ୍ୟ ବିକ୍ରି କରୁଛନ୍ତି । ଶାକହାରୀ ନାଁରେ ମାଂସାହାରୀ ଖାଦ୍ୟ ବିକି ସେମାନଙ୍କ ଆସ୍ଥା ଉପରେ କୁଟାରଘାତ କରୁଛନ୍ତି । ତେଣୁ ସରକାର ଏନେଇ କିଛି ପଦକ୍ଷେପ ଗ୍ରହଣ କରନ୍ତୁ । ତେବେ ଏହାକୁ ବିରୋଧ କରିଛି କଂଗ୍ରେସ । ଏହା ଦ୍ବାରା ସାମ୍ପ୍ରଦାୟିକ ହିଂସା ଉପଜିବା ସମ୍ଭାବନା ରହିଛି । ଅନେକ ସମୟରେ ଅଣହିନ୍ଦୁମାନେ ଭୋଜନାଳୟ ଖୋଲିବା ସହିତ ଯାତ୍ରୀଙ୍କୁ ଆମିଷ ଭୋଜନ ଦେଇ ସେମାନଙ୍କ ପବିତ୍ରତାକୁ ନଷ୍ଟ କରୁଛନ୍ତି। କାଉଡିଆମେନଙ୍କ ପବିତ୍ରତା ବଜାୟ ରଖିବା ଲାଗି ଭୋଜନାଳୟ ବାହାରେ ମାଲିକଙ୍କ ନାମ ଲେଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus Whatsapp Channel Mobile Top
Sponsored
UP minister claims Muslims using Hindu names sell non-veg food to Kanwar Yatris | Argus News