Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହୋଲି ଓ ଜାମା ନମାଜ ଗୋଟିଏ ଦିନରେ ଥିବାରୁ ୟୁପିର ସମ୍ଭଲରେ ହାଇଆଲର୍ଟ

Ritu Das
Browse all articles by Ritu Das
·1 year ago
ହୋଲି ଓ ଜାମା ନମାଜ ଗୋଟିଏ ଦିନରେ ଥିବାରୁ ୟୁପିର ସମ୍ଭଲରେ ହାଇଆଲର୍ଟ

ଆଜି ଉଭୟ ହୋଲି ଓ ଜାମା ନମାଜ ଗୋଟିଏ ଦିନରେ ପଡୁଥିବାରୁ ଉତ୍ତର ପ୍ରଦେଶର ସମ୍ଭଲରେ ହାଇଆଲର୍ଟ। ସମ୍ଭଲ ଏସପି କୃଷ୍ଣ କୁମାର ବିଶୋୟୀ ଓ ସର୍କଲ ଅଫିସର ଅନୁଜ ଚୌଧୁରୀଙ୍କ ନେତୃତ୍ବରେ ଗତକାଲି ହୋଇଥିଲା ଫ୍ଲାଗ ମାର୍ଚ୍ଚ। ହୋଲି ପୂର୍ବରୁ ସହରର ୧୦ଟି ମସଜିଦକୁ ତାରପୋଲିନରେ ଘୋଡ଼ାଇ ଦିଆଯାଇଛି । ଶୁକ୍ରବାର ହୋଲି ପର୍ବ ପାଳନ ହେବାକୁ ଯାଉଥିବାରୁ ରଙ୍ଗ ଖେଳ ପରେ ଅପରାହ୍ନରେ ମସଜିଦରେ ନମାଜ ପାଠ ପାଇଁ ଉଭୟ ପକ୍ଷଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।


ଏହା ବ୍ୟତୀତ, ଆହ୍ଲାବାଦ ହାଇକୋର୍ଟ ସମ୍ଭଲର ଶାହି ଜାମା ମସଜିଦର ରିପାରିଂ ଏବଂ ରଙ୍ଗ କରିବା ପାଇଁ ମଧ୍ୟ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସ୍ଥିତିକୁ ନଜରରେ ରଖି, ପ୍ରଶାସନ ସମ୍ଭଲରେ ରାପିଡ ଆକ୍ସ ଫୋର୍ସ, PAC, RRFର ୫ଟି କମ୍ପାନି ମୁତୟନ ହୋଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
up-on-high-alert-as-holi-and-jama-namaz-fall-on-the-same-day | Argus News