Odisha crime news / ୨୪ ଘଣ୍ଟାରେ ଦ୍ଵିତୀୟ ଏନ୍କାଉଣ୍ଟର; ୯୦ ମାମଲାର ୱାଣ୍ଟେଡ ଦୁର୍ଦ୍ଦାନ୍ତ ଅନସାରୀକୁ ଗୁଳି
·5 months ago·2 min read

Key Points
ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ରିହାନ ଅନସାରୀ ନିହତ ହୋଇଛି । ଅନସାରୀ ମୁଣ୍ଡରେ ୫୦ ହଜାର ଟଙ୍କା ପୁରସ୍କାର ଥିଲା ।
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶାମଲିରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଓ ଅପରାଧୀ ମୁହାଁମୁହିଁ ହୋଇଛନ୍ତି । ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ରିହାନ ଅନସାରୀ ନିହତ ହୋଇଛି । ଅନସାରୀ ମୁଣ୍ଡରେ ୫୦ ହଜାର ଟଙ୍କା ପୁରସ୍କାର ଥିଲା ।
ଗୁଳିବିନିମୟ ବେଳେ ଅନସାରୀ ନିହତ ହୋଇଥିବା ବେଳେ ତାର ଜଣେ ସାଥୀ ଖସିଯିବାରେ ସଫଳ ହୋଇଛି । ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ବେଶ କିଛି ସମୟ ଧରି ଗୁଳିବିନିମୟ ହୋଇଥିଲା । ଗୁଳିବିନିମୟ ସମୟରେ ଶାମଲି କୋତବାଲିରେ ନିୟୋଜିତ ସିପାହି ସୁମିତଙ୍କ ଦେହରେ ଗୁଳି ଲାଗିଥିବାରୁ ସେ ଆହତ ହୋଇଛି ।
ଏଥିସହ ପଢ଼ନ୍ତୁ: ଦିବ୍ୟାଙ୍ଗ ଝିଅକୁ ୬ ମାସ ଧରି ବାପା କରୁଥିଲା ଦୁଷ୍କର୍ମ ! ମୁଖା ଖୋଲିଦେଲା DNA ଟେଷ୍ଟ
ଉତ୍ତରପ୍ରଦେଶ ପୋଲିସ ଅନୁସାରେ, ନିହତ ରିହାନ ଅନସାରୀ ବିରୋଧରେ ଲୁଟ୍ ସହିତ ବିଭିନ୍ନ ଧାରାରେ ୯୦ରୁ ଅଧିକ ମାମଲା ଥିଲା । ନମ୍ବର ପ୍ଲେଟ୍ ନଥିବା ବାଇକ୍ ଧରି ଅନସାରୀ ଓ ତାର ଜଣେ ସାଥୀ ବୁଲୁଥିବା ପୋଲିସ ସୂଚନା ପାଇଁ ଏନ୍କାଉଣ୍ଟର କରିଥିଲା ।
୨୪ ଘଣ୍ଟା ଭିତରେ ଉତ୍ତର ପ୍ରଦେଶ ପୋଲିସର ଏହା ଦ୍ଵିତୀୟ ଏନ୍କାଉଣ୍ଟର । ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ସୁଟର ବନାରସି ଯାଦବଙ୍କୁ ଏନ୍କାଉଣ୍ଟର କରିଥିଲେ ଏସଟିଏଫ୍ । ଏବେ ପୋଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅନସାରୀ ନିହତ ହୋଇଛି ।
ଶାମଲି ଏସ୍ପି ଏନ୍ପି ସିଂ କହିଛନ୍ତି, "ବିଳମ୍ବିତ ରାତିରେ ସୂଚନା ମିଳିଥିଲା ଲୁଟ୍ ଉଦ୍ଦେଶ୍ଯରେ ଦୁଇ ଜଣ ଦୁର୍ବୃତ୍ତ କସେରୱା ଗାଁ ନିକଟରେ ଛିଡ଼ା ହୋଇଛନ୍ତି । ସୂଚନା ମିଳିବା ପରେ କୋତବାଲି ପୋଲିସ ଓ ଏସଓଜି ଟିମ୍ ପହଞ୍ଚିଥିଲା । ପୋଲିସକୁ ଦେଖି ଅନସାରୀ ଓ ତାର ସହଯୋଗୀ ଫାୟାରିଂ ଆରମ୍ଭ କରିଥିଲେ ।"
ପୋଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ଅନସାରୀ ଗୁରୁତର ଆହତ ହୋଇଥିବା ବେଳେ ତାର ସହଯୋଗୀ ଅନ୍ଧାରର ସୁଯୋଗ ନେଇ ଖସି ପଳାଇଥିଲା । ଅନସାରୀକୁ ମେଡିକାଲ୍ ନିଆ ଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ଏଥିସହ ପଢ଼ନ୍ତୁ: ସରପଞ୍ଚ ହେବାକୁ ବାଟ ଓଗାଳୁଥିଲା ୩ ସନ୍ତାନ ନିୟମ; ଝିଅକୁ କେନାଲକୁ ଠେଲିଦେଲା ବାପା
ଏନ୍କାଉଣ୍ଟର ସୂଚନା ମିଳିବା ପରେ ଏସ୍ପି ଏନ୍ପି ସିଂ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିହତ ଦୁର୍ଦ୍ଦାନ୍ତ ଅପରାଧୀ ଅନସାରୀ ବିରୋଧରେ ସାମଲି ସହ ବାଗପତ, ଗାଜିଆବାଦ, ଦିଲ୍ଲୀ ଓ ହରିୟାଣାରେ ଲୁଟ୍ ସହ ବିଭିନ୍ନ ଧାରାରେ ୯୦ରୁ ଅଧିକ ମାମଲା ରହିଛି ।
ପୋଲିସ ଅନୁସାରେ, ଅନସାରୀ ପ୍ରାୟ ୧୦ ବର୍ଷ ଧରି ଏକ ଗ୍ୟାଙ୍ଗକୁ ପରିଚାଳନା କକପଥିଲା । ଏହି ଗ୍ୟାଙ୍ଗ କୁଖ୍ୟାତ ୟାହିୟା ଗ୍ୟାଙ୍ଗ ସହ ସମ୍ପର୍କରେ ଥିଲା । ଏବେ ପୋଲିସ ଦେଶୀ ବନ୍ଧୁକ ସହ ୮ଟି ଗୁଳି, ୭ଟି ଖୋକା ସହ ବାଇକ୍, ନଗଦ ଟଙ୍କା ଜବତ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories