Videos
|
National

୨୦ ମିନିଟ୍‌ରେ ଆତ୍ମହତ୍ୟାରୁ ମହିଳାଙ୍କୁ ରୋକିଲା ପୋଲିସ, IP ଟ୍ରେସ୍‌ରୁ ମିଳିଲା ସଫଳତା

Sushanta Sahoo
Browse all articles by Sushanta Sahoo
·1 year ago·2 min read
୨୦ ମିନିଟ୍‌ରେ ଆତ୍ମହତ୍ୟାରୁ ମହିଳାଙ୍କୁ ରୋକିଲା ପୋଲିସ, IP ଟ୍ରେସ୍‌ରୁ ମିଳିଲା ସଫଳତା

Key Points

ଭିଡିଓ ପୋଷ୍ଟର ୨୦ ମିନିଟରେ ପହଞ୍ଚିଲା ପୋଲିସ । ଅଳ୍ପକେ ବଞ୍ଚିଗଲା ମହିଳାଙ୍କ ଜୀବନ । ଭିଡିଓର ଆଇପି ଆଡ୍ରେସ୍ ଟ୍ରେସ୍‌ରୁ ଉତ୍ତରପ୍ରଦେଶ ପୋଲିସକୁ ସଫଳତା ମିଳିଛି ।

ଲକ୍ଷ୍ନୌ: ସୋସିଆଲ୍ ମିଡିଆରେ ଅବସାଦ ଭିଡିଓ । ଭିଡିଓ ପୋଷ୍ଟର ୨୦ ମିନିଟରେ ପହଞ୍ଚିଲା ପୋଲିସ । ଅଳ୍ପକେ ବଞ୍ଚିଗଲା ମହିଳାଙ୍କ ଜୀବନ । ଭିଡିଓର ଆଇପି ଆଡ୍ରେସ୍ ଟ୍ରେସ୍‌ରୁ ଉତ୍ତରପ୍ରଦେଶ ପୋଲିସକୁ ସଫଳତା ମିଳିଛି । ଆତ୍ମହତ୍ୟା କରିବାକୁ ଯାଉଥିବା ମହିଳାଙ୍କୁ ବଞ୍ଚାଇ ଦେଇଛି ପୋଲିସର ତ୍ଵରିତ ପଦକ୍ଷେପ ।


ସୂଚନା ଅନୁସାରେ, ଅବସାଦଗ୍ରସ୍ତ ମହିଳା ଜଣଙ୍କ ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଆଉ ଉକ୍ତ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ମାତ୍ରେ ଆସିଥିଲା ପୋଲିସର ନଜରକୁ । ସକାଳ ୮ଟାରେ ଭିଡିଓଟି ଆସିଥିଲା, ଯେଉଁଥିରେ ମହିଳା ଜଣଙ୍କ ସ୍ଵାମୀ ଅନ୍ୟମାନଙ୍କ ତାଙ୍କ ଜୀବନରେ ଅଶାନ୍ତି ପାଇଁ ଦାୟୀ କରିଥିଲେ । ଆଉ ତାଙ୍କ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରାଯିବ ନାହିଁ ବୋଲି କହିଥିଲେ ।


ପୋଲିସ ନଜରକୁ ଭିଡିଓ ଆସିବା ମାତ୍ରେ ଆରମ୍ଭ ହୋଇଥିଲା ଆଇପି ଆଡ୍ରେସ୍ ଟ୍ରେସ୍ । ଆଉ ପୋଲିସ ଜାଣିବାକୁ ପାଇଥିଲା ମହିଳା ଜଣଙ୍କ ନୋଏଡା ସେକ୍ଟର-୨୮ରେ ରହୁଛନ୍ତି । ତୁରନ୍ତ ସେକ୍ଟର-୨୦ର ପୋଲିସ ଟିମ୍ ବାହାରି ପଡ଼ିଥିଲା । ଆଉ ସକାଳ ୮ଟା ୨୦ରେ ମହିଳା ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଉଦ୍ଧାର କରିବାରେ ସଫଳ ହୋଇଥିଲା ପୋଲିସ । ମହିଳାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା ।


ମହିଳା ଜଣଙ୍କ ଏବେ ବିପଦ ମୁକ୍ତ ଏବଂ ଅବସାଦରେ ଥିବା ଡାକ୍ତର କହିଛନ୍ତି । ପୋଲିସ ଅନୁସାରେ, ମହିଳା ଜଣଙ୍କ ବୟସ ୩୦ ହେବ । ସେ ଏକ ପ୍ରତିଷ୍ଠିତ ଗଣମାଧ୍ୟମରେ କାର୍ଯ୍ୟ କରନ୍ତି । ୨୦୨୦ରେ ସେ ବିବାହ କରିଥିବା ବେଳେ ଏକାଧିକ ମାସ ହେଲା ସ୍ଵାମୀଙ୍କ ଠାରୁ ଅଲଗା ରହୁଛନ୍ତି । ଏହା ହିଁ ତାଙ୍କ ଅବସାଦର କାରଣ । ଏବେ ମହିଳାଙ୍କ କାଉନସେଲିଂ କରାଯିବା ସହ ଅବସାଦରୁ ମୁକ୍ତ ହେବା ଲାଗି ମାନସିକ ସହାୟତା ଦିଆଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୦୨୨ ମସିହାରେ ଉତ୍ତରପ୍ରଦେଶ ପୋଲିସ ଫେସବୁକ୍ ଓ ଇନଷ୍ଟାଗ୍ରମରେ ଆତ୍ମହତ୍ୟା ସମ୍ପର୍କିତ ପୋଷ୍ଟର ଆଲର୍ଟ ପାଇବା ଲାଗି ମେଟା ସହ ସହଭାଗୀତା କରିଥିଲେ । ଆଉ ଏହି ସହଭାଗୀତା ଏବେ ଉତ୍ତରପ୍ରଦେଶ ପୋଲିସକୁ ସଫଳତା ଦେଇଛି ।

UP Police Trace IP to Rescue Woman After Suicide Video Posted on Social Media | Argus News | Argus News