Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ ଉପେନ୍ଦ୍ର ଦ୍ବିବେଦୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ଜମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ ଉପେନ୍ଦ୍ର ଦ୍ବିବେଦୀ

ଗତ ମଙ୍ଗଳବାର ପହଲଗାମରେ ମୃତ୍ୟୁର ବିଭୀଷିକା ରଚିଛନ୍ତି ଆତଙ୍କବାଦୀ। ଧର୍ମ ପଚାରି ମାରିଲେ ଗୁଳି। ଏ ହୃଦୟ ବିଦାରକ ଘଟଣା ଛାତି ଥରାଇ ଦେଇଛି ସମସ୍ତଙ୍କର। କି ଦୋଷ କରିଥିଲେ ସେମାନେ ? ସେମାନଙ୍କର ଦୋଷ କେବଳ ଏତିକି ସେମାନେ ହିନ୍ଦୁ ଥିଲେ।

ହୋଟେଲର ଘାସ ଗାଲିଚାରେ ପ୍ରକୃତିର ମଜା ନେଉଥାନ୍ତି ପର୍ଯ୍ୟଟକ। କିଏ ଖାଉଥାଏ, କିଏ ଖେଳୁଥାଏ ଆଉ କିଏ ସ୍ମୃତିକୁ ସାଇତି ରଖିବାକୁ କ୍ୟାମେରାରେ କଏଦ କରୁଥାନ୍ତି। ଆଉ ଏତିକି ବେଳେ ହଠାତ୍ ସେନା ଆଉ ପୋଲିସ ପୋଷାକ ବିନ୍ଧି ପ୍ରବେଶ କରନ୍ତି ତିନି ଚାରିଜଣ। ସୁରକ୍ଷା କର୍ମୀ ଭାବି ସମସ୍ତେ ସହଯୋଗ କରନ୍ତି। ପ୍ରଥମେ ସେମାନେ ପର୍ଯ୍ୟଟକଙ୍କ ପରିଚୟ ମାଗନ୍ତି। ଆଉ ଯିଏ ହିନ୍ଦୁ ବୋଲି କୁହନ୍ତି ତାଙ୍କ ଉପରେ କରନ୍ତି ଅତର୍କିତ ଗୁଳି ଚାଳନା। ଏହି ସବୁ ସ୍ଥିତିର ସମିକ୍ଷା କରିବାକୁ ଆଜି ଶ୍ରୀନଗରରେ ପହଞ୍ଚିଛନ୍ତି ସେନାମୁଖ୍ୟ

ଭାରତ-ପାକିସ୍ତାନ ଟେନସନ୍ ଭିତରେ ଶ୍ରୀନଗରରେ ପହଞ୍ଚିଛନ୍ତି ସେନା ମୁଖ୍ୟ। ଆର୍ମୀ ଚିଫ୍ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଶ୍ରୀନଗର ଯାଇଛନ୍ତି । ଜମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷିରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ ।

ଜମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନର ସମୀକ୍ଷା କରିବେ । ଆର୍ମୀର ଟପ୍ କମାଣ୍ଡର ସେନା ମୁଖ୍ୟଙ୍କୁ ସ୍ଥିତି ସଂପର୍କରେ ଅବଗତ କରିବେ । ଏଲଓସି ସ୍ଥିତିର ମଧ୍ୟ ସମୀକ୍ଷା କରିବେ କାଉଣ୍ଟର ଟେରରିଷ୍ଟ ଏଲଓସି ସ୍ଥିତିର ମଧ୍ୟ ସମୀକ୍ଷା କରିବେ ଜେନେରାଲ ଦ୍ବିବେଦୀ ।

15 Corps କମାଣ୍ଡର ଓ ଅନ୍ୟ ରାଷ୍ଟ୍ରୀୟ ରାଇଫଲର କମାଣ୍ଡରମାନେ ସେନାମୁଖ୍ୟଙ୍କ ଗସ୍ତ ବେଳେ ଉପସ୍ଥିତ ରହିବେ । ପହଲଗାମରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ନିପାତ ପାଇଁ ବଡ଼ ଅଭିଯାନ ଆରମ୍ଭ କରିଛି ଭାରତୀୟ ସେନା । ଯବାନଙ୍କ ଘେରା ବନ୍ଦୀରେ ରହିଛି ଆତଙ୍କବାଦୀଙ୍କ ଏକାଧିକ ଆଡ୍ଡା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
upendra-dwivedi-to-review-security-situation-in-jammu-and-kashmir | Argus News