Videos
|
National

Digital Payments / ୨ ହଜାରରୁ ଅଧିକ UPI ପେମେଣ୍ଟରେ ଚାର୍ଜ ଚର୍ଚ୍ଚା, ଜାଣନ୍ତୁ ଅନ୍ୟ ଦେଶରେ କେତେ ଦେବାକୁ ପଡ଼େ

Rashmita Mishra
Browse all articles by Rashmita Mishra
·1 hour ago·2 min read
୨ ହଜାରରୁ ଅଧିକ UPI ପେମେଣ୍ଟରେ ଚାର୍ଜ ଚର୍ଚ୍ଚା, ଜାଣନ୍ତୁ ଅନ୍ୟ ଦେଶରେ କେତେ ଦେବାକୁ ପଡ଼େ
Digital Payments

Key Points

୨ ହଜାରରୁ ଅଧିକ UPI ପେମେଣ୍ଟରେ ଚାର୍ଜ ଚର୍ଚ୍ଚା । 
ଜାଣନ୍ତୁ ଅନ୍ୟ ଦେଶରେ କେତେ ଦେବାକୁ ପଡ଼େ । 
ଚୀନ୍, ଜାପାନ, ଶ୍ରୀଲଙ୍କା...
କେଉଁ ଦେଶରେ 'UPI ପେମେଣ୍ଟ' କେତେ ?

ଭାରତରେ ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ଚାର୍ଜ ଲାଗିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି । ଭାରତ ବ୍ୟତୀତ ବିଶ୍ୱର ଅନେକ ଦେଶରେ QR କୋଡ୍ ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ ହେଉଛି । କିନ୍ତୁ ସେଠାରେ ଏପରି ପେମେଣ୍ଟ ପାଇଁ କେତେ ଚାର୍ଜ ଦେବାକୁ ପଡ଼େ, ତାହା ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

ଦେଶ ଅନୁଯାୟୀ QR କୋଡ୍ ପେମେଣ୍ଟର ନିୟମ ଓ ଚାର୍ଜ ଅଲଗା ଅଲଗା । ସାଧାରଣତଃ ଜାତୀୟ ବ୍ୟାଙ୍କିଂ କିମ୍ବା ଇନ୍‌ଷ୍ଟାଣ୍ଟ ପେମେଣ୍ଟ ନେଟୱର୍କରେ ଚାର୍ଜ ୦ରୁ ୧ ପ୍ରତିଶତ ମଧ୍ୟରେ ରହୁଥିବା ବେଳେ, ପ୍ରାଇଭେଟ୍ ୱାଲେଟ୍ କିମ୍ବା କ୍ରେଡିଟ୍ କାର୍ଡ ସହ ଯୋଡ଼ା ପେମେଣ୍ଟ ବ୍ୟବସ୍ଥାରେ ୧.୫ରୁ ୩ ପ୍ରତିଶତ ପର୍ଯ୍ୟନ୍ତ ଫି ଲାଗିପାରେ । ଅଧିକାଂଶ ଦେଶରେ ଛୋଟ ପେମେଣ୍ଟ ତୁଳନାରେ ବଡ଼ ବ୍ୟବସାୟିକ ଲେନଦେନ ଉପରେ ଏହି ଚାର୍ଜ ଲାଗୁ ହୋଇଥାଏ ।

ଭାରତ:- ଭାରତରେ ବ୍ୟକ୍ତିରୁ ବ୍ୟକ୍ତି P2P UPI ପେମେଣ୍ଟ ଏବଂ ଛୋଟ ବ୍ୟବସାୟୀଙ୍କ QR ପେମେଣ୍ଟ ସାଧାରଣତଃ ମାଗଣା । ତେବେ ବଡ଼ ବ୍ୟବସାୟୀଙ୍କ ଉଚ୍ଚ ମୂଲ୍ୟର ଟ୍ରାଞ୍ଜାକ୍ସନ୍‌ରେ ପ୍ରାୟ ୦.୩ରୁ ୦.୫ ପ୍ରତିଶତ MDR ନେଇ ଚର୍ଚ୍ଚା ହେଉଛି । ଅନ୍ତର୍ଜାତୀୟ UPI ବ୍ୟବହାରରେ ଫରେକ୍ସ କନଭର୍ସନ୍ ଚାର୍ଜ ମଧ୍ୟ ଯୋଡ଼ାଯାଇପାରେ ।
ଚୀନ:-ଚୀନରେ Alipay ଓ WeChat Pay ଭଳି ପ୍ଲାଟଫର୍ମ QR ପେମେଣ୍ଟରେ ଅଗ୍ରଣୀ । ସାଧାରଣ ଗ୍ରାହକଙ୍କ ପାଇଁ QR ସ୍କାନ୍ ପେମେଣ୍ଟ ମାଗଣା ଥିବା ବେଳେ, କମର୍ସିଆଲ୍ ଟ୍ରାଞ୍ଜାକ୍ସନ୍‌ରେ ବ୍ୟବସାୟୀଙ୍କଠାରୁ ପ୍ରାୟ ୦.୬ ପ୍ରତିଶତ ସର୍ଭିସ୍ ଫି ନିଆଯାଇପାରେ ।

ଶ୍ରୀଲଙ୍କା:-
ଶ୍ରୀଲଙ୍କାର QR ଆଧାରିତ ଜାତୀୟ ପେମେଣ୍ଟ ବ୍ୟବସ୍ଥାକୁ LANKAQR କୁହାଯାଏ । ଛୋଟ ପରିମାଣର ପେମେଣ୍ଟରେ ଚାର୍ଜ ନଥିବା ବେଳେ, ଉଚ୍ଚ ମୂଲ୍ୟର କିଛି ଟ୍ରାଞ୍ଜାକ୍ସନ୍‌ରେ ପ୍ରାୟ ୦.୫ରୁ ୧ ପ୍ରତିଶତ ପର୍ଯ୍ୟନ୍ତ ଫି ଲାଗିପାରେ ।

ଜାପାନ:- ଜାପାନର JPQR ହେଉଛି ଏକ ୟୁନିଫାଇଡ୍ QR କୋଡ୍ ବ୍ୟବସ୍ଥା । ଗ୍ରାହକଙ୍କ ପାଇଁ ଏହା ମାଗଣା ଥିବା ବେଳେ, ମର୍ଚ୍ଚାଣ୍ଟଙ୍କୁ ପେମେଣ୍ଟ ସେବା ଅନୁଯାୟୀ ପ୍ରାୟ ୧.୫ରୁ ୩.୨୫ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ଦେବାକୁ ପଡ଼ିପାରେ ।

ଇଣ୍ଡୋନେସିଆ:- ଇଣ୍ଡୋନେସିଆର ଜାତୀୟ QR ପେମେଣ୍ଟ ବ୍ୟବସ୍ଥାକୁ QRIS କୁହାଯାଏ। ଏଠାରେ ମର୍ଚ୍ଚାଣ୍ଟଙ୍କ ପାଇଁ ଚାର୍ଜ ପାରମ୍ପରିକ କାର୍ଡ ନେଟୱର୍କ ତୁଳନାରେ କମ୍ ରଖାଯାଇଛି। ତେଣୁ ଛୋଟ ବ୍ୟବସାୟୀଙ୍କ ମଧ୍ୟରେ QR ପେମେଣ୍ଟର ବ୍ୟବହାର ଦ୍ରୁତ ଗତିରେ ବଢ଼ିଛି ।

ଆମେରିକା, କାନାଡା ଓ ୟୁରୋପ:- ଏହି ଅଞ୍ଚଳରେ ଭାରତର UPI ଭଳି ଏକମାତ୍ର ଜାତୀୟ QR ପେମେଣ୍ଟ ବ୍ୟବସ୍ଥାର ବ୍ୟବହାର କମ୍। ଅଧିକାଂଶ QR ପେମେଣ୍ଟ ପ୍ରାଇଭେଟ୍ ୱାଲେଟ୍ କିମ୍ବା କ୍ରେଡିଟ୍-ଡେବିଟ୍ କାର୍ଡ ସହ ଯୋଡ଼ା। ଏହାର ପ୍ରୋସେସିଂ ଫି ପ୍ରାୟ ୧.୫ରୁ ୩.୫ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ ।

ଲାଟିନ୍ ଆମେରିକା:- ଏଠାର କିଛି ଦେଶରେ ପ୍ରାଇଭେଟ୍ ପେମେଣ୍ଟ ପ୍ରୋସେସର ଓ ଆଞ୍ଚଳିକ ଫିନ୍‌ଟେକ୍ ନେଟୱର୍କ ଜରିଆରେ QR ପେମେଣ୍ଟ ହେଉଛି। ବ୍ୟବସାୟୀଙ୍କଠାରୁ ପ୍ରାୟ ୧ରୁ ୩ ପ୍ରତିଶତ ପର୍ଯ୍ୟନ୍ତ ପ୍ରୋସେସିଂ ଫି ନିଆଯାଇପାରେ। ତେବେ ସାଧାରଣ ଟଙ୍କା ପଠାଇବା ପାଇଁ ଷ୍ଟାଟିକ୍ QR କୋଡ୍ ଅନେକ ସ୍ଥାନରେ ମାଗଣା ରହିଥାଏ ।

ମୋଟକଥା, QR କୋଡ୍ ପେମେଣ୍ଟ ବିଶ୍ୱବ୍ୟାପୀ ଦ୍ରୁତ ଲୋକପ୍ରିୟ ହେଉଥିଲେ ମଧ୍ୟ ପ୍ରତ୍ୟେକ ଦେଶର ଚାର୍ଜିଂ ମଡେଲ୍ ଅଲଗା। କେଉଁଠି ଗ୍ରାହକଙ୍କ ପାଇଁ ପେମେଣ୍ଟ ପୂରାପୁରି ମାଗଣା, ତ କେଉଁଠି ବ୍ୟବସାୟୀଙ୍କ ଉପରେ ପ୍ରୋସେସିଂ ଫି ଲାଗୁଛି। ତେଣୁ ଭାରତରେ UPI ଚାର୍ଜକୁ ନେଇ ଚର୍ଚ୍ଚା ମଧ୍ୟରେ ଅନ୍ୟ ଦେଶର ମଡେଲ୍ ଏକ ତୁଳନାତ୍ମକ ଚିତ୍ର ଦେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: