Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଦଳିଯିବ UPI ନିୟମ, ଏହି ପରିବର୍ତ୍ତନ ନ କଲେ ବନ୍ଦ ହୋଇଯିବ ସର୍ଭିସ

National

ବଦଳିଯିବ UPI ନିୟମ, ଏହି ପରିବର୍ତ୍ତନ ନ କଲେ ବନ୍ଦ ହୋଇଯିବ ସର୍ଭିସ

Ritu Das
Browse all articles by Ritu Das
·1 year ago·1 min read
ବଦଳିଯିବ UPI ନିୟମ, ଏହି ପରିବର୍ତ୍ତନ ନ କଲେ ବନ୍ଦ ହୋଇଯିବ ସର୍ଭିସ

ଅର୍ଗସ ବ୍ୟୁରୋ: ଭାରତରେ ଅନେକ ଲୋକ Paytm, PhonePe ଏବଂ Google Pay ସାହାଯ୍ୟରେ UPI ବ୍ୟବହାର କରିଥାନ୍ତି। ଫେବୃଆରୀ ୧ ରୁ UPI(ୟୂନିଫଏଡ ପେମେଣ୍ଟ ସିଷ୍ଟମ) ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(NPCI) ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରିସାରିଛି। ଏଥିରେ ବଦଳିବାକୁ ଯାଉଥିବା ଅନିୟମ ବିଷୟରେ କୁହାଯାଇଛି। NPCI କହିଛି ଯେ, ଏହି ପରିବର୍ତ୍ତନ କିଛି UPI ୟୁଜର୍ସଙ୍କ ଉପରେ ପ୍ରଭାବ ପକାଇବ। ଏନପିସିଆଇ UPI ଟ୍ରାନଜାକ୍ସନ ଆଇଡି କରିବାର ପ୍ରକ୍ରିୟାକୁ ଷ୍ଟାଣ୍ଡାଡାଇଜ କରିବାକୁ ଘୋଷଣା କରିଛି। NPCI କହିଛି ଯେ, ଯେଉଁ ୟୁଜର ମାନଙ୍କ UPI ଆଇଡିରେ ସ୍ପେଶାଲ ଅକ୍ଷର ରହିଛି, ସେମାନଙ୍କ ପେମେଣ୍ଟ ସ୍ୱୀକାର କରାଯିବ ନାହିଁ।


NPCI ଦ୍ୱାରା ଶେୟାର କରାଯାଇଥିବା ସୂଚନା ଅନୁଯାୟୀ ୟୁଜର୍ସ କେବଳ ଆଲଫାନ୍ୟୁମରିକ ସଂଖ୍ୟା ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ID ରୁ ଟ୍ରାନଜାକ୍ସନ କରିପାରିବେ। ଯେଉଁମାନେ ଆଲଫାନ୍ୟୁମରିକ ଅକ୍ଷର ବ୍ୟବହାର କରୁ ନ ଥିବେ, ସେମାନଙ୍କର ID ବ୍ଲକ୍ ହୋଇଯିବ। NPCIର ନୂଆ ଗାଇଡଲାଇନ ଅନୁଯାୟୀ ୧ ଫେବୃଆରୀ ୨୦୨୫ ରୁ ଲାଗି ହେବ। ଏନପିସିଆଇ UPI ଅପରେଟରଙ୍କୁ ସ୍ପଷ୍ଟ କରିଦେଇଛି କି ସେମାନେ UPI ଟ୍ରାନଜାକ୍ସନ ପାଇଁ ଆଲଫାନ୍ୟୁମରିକ ଅକ୍ଷର ବ୍ୟବହାର କରିବେ। ଆଲଫାନ୍ୟୁମରିକ ଅକ୍ଷର ବ୍ୟବହାର ନ କଲେ ସିଷ୍ଟମ କୌଣସି UPI ଟ୍ରାନଜାକ୍ସନକୁ ଅନୁମତି ଦେବ ନାହିଁ। ଏହି ନିୟମକୁ ପାଳନ କରିବାର ଦାୟିତ୍ୱ ପେମେଣ୍ଟ ଆପ୍ ଉପରେ ରହିବ। ପୂର୍ବରୁ ମଧ୍ୟ NPCI ପକ୍ଷରୁ UPI ଟ୍ରାନଜାକ୍ସନ ID ପାଇଁ ସ୍ପେଶାଲ ଅକ୍ଷର ବଦଳରେ ଆଲଫାନ୍ୟୁମରିକ ଅକ୍ଷର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ତେବେ UPI ଏହି ନିୟମ ସାଧାରଣ ଲୋକଙ୍କ ପାଇଁ ନୁହେଁ, ଏହା UPI ସର୍ଭିସ ଯୋଗାଉଥିବା ଆପ୍ ବା ଫାର୍ମ ଗୁଡିକ ପାଇଁ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UPI rules to be changed, service will be shut down if this change is not made | Argus News