Videos
|
National

Digital Payment Safety / ଆପଣ UPI ବ୍ୟବହାରକାର କରୁଛନ୍ତି କି ? ସତର୍କ ରୁହନ୍ତୁ! କମ୍ପାନିଙ୍କୁ ବ୍ୟାଙ୍କର କଡ଼ା ନିର୍ଦ୍ଦେଶ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଆପଣ UPI ବ୍ୟବହାରକାର କରୁଛନ୍ତି କି ? ସତର୍କ ରୁହନ୍ତୁ! କମ୍ପାନିଙ୍କୁ ବ୍ୟାଙ୍କର କଡ଼ା ନିର୍ଦ୍ଦେଶ
UPI

Key Points

ଡିଜିଟାଲ୍ ପେମେଣ୍ଟକୁ ନେଇ ବଢ଼ିଲା ଚିନ୍ତା
ସାଇବର ଠକେଇ ନେଇ ବଢ଼ିଲା ଚିନ୍ତା
ଫିନଟେକ୍ କମ୍ପାନିଙ୍କୁ ବ୍ୟାଙ୍କର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୧୨/୧୧: ଆଜିକାଲି ଛୋଟ କିଣାକିଣିଠାରୁ ଆରମ୍ଭ କରି ବଡ଼ ବିଲ୍ ପୈଠ ପର୍ଯ୍ୟନ୍ତ ସବୁ କାମ ଡିଜିଟାଲ୍ ପେମେଣ୍ଟ ମାଧ୍ୟମରେ ହେଉଛି। UPI ଯୋଗୁଁ ଟଙ୍କା ଦେବା ଓ ନେବା ସହଜ ହୋଇଛି। କିନ୍ତୁ ଡିଜିଟାଲ୍ ପେମେଣ୍ଟ ବଢ଼ିବା ସହିତ ସାଇବର ଠକେଇର ବିପଦ ମଧ୍ୟ ବଢ଼ୁଛି। ଏହାକୁ ରୋକିବା ପାଇଁ ବ୍ୟାଙ୍କଗୁଡ଼ିକ ଏବେ ଫିନଟେକ୍ କମ୍ପାନିଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପରାମର୍ଶ ଦେଇଛନ୍ତି।

ଫିନଟେକ୍ କମ୍ପାନିଙ୍କୁ ବ୍ୟାଙ୍କର ନିର୍ଦ୍ଦେଶ

ବ୍ୟାଙ୍କଗୁଡ଼ିକ ସେମାନଙ୍କ ସହ ଜଡ଼ିତ ଫିନଟେକ୍ କମ୍ପାନିଗୁଡ଼ିକୁ ନୂଆ ବ୍ୟବସାୟୀଙ୍କୁ ପ୍ଲାଟଫର୍ମରେ ଯୋଡ଼ିବା ପୂର୍ବରୁ ଭଲ ଭାବେ ଯାଞ୍ଚ କରିବାକୁ କହିଛନ୍ତି। ଏହା ସହିତ, ବ୍ୟବସାୟୀଙ୍କ ଟଙ୍କା ଯେଉଁ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି, ସେହି ଆକାଉଣ୍ଟର ତଥ୍ୟ ମଧ୍ୟ ପୁନଃ ଯାଞ୍ଚ କରିବାକୁ କୁହାଯାଇଛି। ସ୍ୱୟଂଚାଳିତ ପେମେଣ୍ଟ ବ୍ୟବସ୍ଥା ଉପରେ ମଧ୍ୟ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ଏକାଥରକେ ହଜାର ହଜାର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇପାରେ। ତେଣୁ ଏଥିରେ ଯାଞ୍ଚ ଠିକ୍ ଭାବେ ନହେଲେ ଠକମାନେ ଏହାର ଫାଇଦା ଉଠାଇପାରନ୍ତି।

ପଢନ୍ତୁ ଏହି ଖବର: ବିନା କ୍ଲିକ୍‌ରେ ବି ଫୋନ୍‌ ହ୍ୟାକ୍ ! ଆସିଲା ଭୟଙ୍କର ‘AdFection’ ଟେକ୍ନୋଲୋଜି

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
API କୀ ଚୋରି ହେଲେ କ’ଣ ହେବ?

ଡିଜିଟାଲ୍ ପେମେଣ୍ଟରେ API କୀର ଗୁରୁତ୍ୱ ରହିଛି। ଏହା ଏକ ପ୍ରକାର ଗୋପନୀୟ କୋଡ୍। ଏହା ମାଧ୍ୟମରେ ବ୍ୟବସାୟୀଙ୍କ ସଫ୍ଟୱେର୍ ପେମେଣ୍ଟ କମ୍ପାନିକୁ ଟଙ୍କା ନେଣଦେଣ ସମ୍ପର୍କିତ ନିର୍ଦ୍ଦେଶ ଦେଇଥାଏ। ଯଦି କୌଣସି ସାଇବର ଅପରାଧୀ ବ୍ୟବସାୟୀଙ୍କ ସର୍ଭରକୁ ହ୍ୟାକ୍ କରି API କୀ ଚୋରି କରିନିଏ, ତେବେ ସେ ଏହାର ଅପବ୍ୟବହାର କରିପାରେ। ଏପରି ସ୍ଥିତିରେ ନକଲି ପେମେଣ୍ଟ ନିର୍ଦ୍ଦେଶ ପଠାଇ ଅନ୍ୟ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିବାର ବିପଦ ରହିଛି।

ସୁରକ୍ଷା ପାଇଁ ବଦଳୁଛି API କୀ

ଏଭଳି ଠକେଇକୁ ରୋକିବା ପାଇଁ ପେମେଣ୍ଟ କମ୍ପାନିଗୁଡ଼ିକ API କୀକୁ ନିୟମିତ ବ୍ୟବଧାନରେ ବଦଳାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହାଦ୍ୱାରା ପୁରୁଣା କୋଡ୍ ଚୋରି ହେଲେ ମଧ୍ୟ ତାହାର ଅପବ୍ୟବହାର ଆଶଙ୍କା କମିପାରିବ। ଡିଜିଟାଲ୍ ପେମେଣ୍ଟକୁ ଅଧିକ ସୁରକ୍ଷିତ କରିବା ପାଇଁ ବ୍ୟାଙ୍କ ଓ ଫିନଟେକ୍ କମ୍ପାନିଗୁଡ଼ିକୁ ଏବେ ଅଧିକ ସତର୍କ ରହିବାକୁ ପଡ଼ିବ।