Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜାନୁଆରୀରୁ ନୂଆ ନିୟମରେ ଚାଲିବ ୟୁପିଆଇ

Ritu Das
Browse all articles by Ritu Das
·1 year ago·1 min read
ଜାନୁଆରୀରୁ ନୂଆ ନିୟମରେ ଚାଲିବ ୟୁପିଆଇ

ଜାନୁୟାରୀ ୧ ତାରିଖରୁ ଦେଶରେ ଅନେକ ନିୟମ ବଦଳିବାକୁ ଯାଉଛି । ଯାହା ଭିତରେ ୟୁପିଆଇ ନିୟମ ମଧ୍ୟ ସାମିଲ ଅଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ତରଫରୁ ୟୁପିଆଇ ନିୟମରେ ପରିବର୍ତ୍ତନ ହେବା ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ୟୁପିଆଇ ୧୨୩ ପେ’ ଟ୍ରାନଜାକ୍ସନ ଲିମିଟରେ ପରିବର୍ତ୍ତନ କରାଯିବ । ଯେଉଁଥିରେ ଲୋକମାନେ ୟୁପିଆଇ ୧୨୩ ପେ’କୁ ବ୍ୟବହାର କରି ୫ ହଜାର ଜାଗାରେ ୧୦ ହଜାର ଟଙ୍କାର କାରବାର କରିପାରିବେ ।

ୟୁପିଆଇ ୧୨୩ପେ’ରେ ଲୋକମାନେ ବିନା ଇଣ୍ଟରନେଟ୍ କନେକ୍ଶନରେ ପେମେଣ୍ଟ କରିବାର ସୁବିଧା ପାଆନ୍ତି । ଏହାକୁ ସମ୍ପୂର୍ଣ୍ଣ ଭାବେ ଆର୍ବିଆଇ ନିୟନ୍ତ୍ରଣ କରିଥାଏ । ଏହାକୁ ବ୍ୟବହାର କରିବାକୁ ପାଇଁ ୟୁଜରଙ୍କୁ ୪ଟି ଅପଶନ ଦିଆଯାଏ । ଯେଉଁଥିରେ ଆଇଭିଆର୍ ନମ୍ବର, ମିଷ୍ଟ କଲ୍ସ, ଓଇଏମ୍-ଏମବେଡେଡ୍ ଆପ୍ ଏବଂ ସାଉଣ୍ଡ ବେସ୍ଡ ଟେକନୋଲୋଜିର ବ୍ୟବହାର କରାଯାଏ । ଜାନୁୟାରୁ ୧ ପରଠାରୁ ୟୁଜର୍ସମାନେ ନୂଆ ନିୟମ ଅନୁସାରେ ସବୁ ସୁବିଧାର ଫାଇଦା ଉଠେଇ ପାରିବେ । ଏଥିରେ ଓଟିପି ବେସ୍ଡ ସର୍ଭିସ୍ ମଧ୍ୟ ଆଡ୍ କରାଯାଇଛି । ୟୁପିଆଇ ଜରିଆରେ ପେମେଣ୍ଟ କରିବାକୁ ଚାହୁଁଥିଲେ ଓଟିପି ବ୍ୟବହାର କରିବାକୁ ପଡ଼ିବ । ଶ୍ରୀଲଙ୍କା ସମେତ ଅନ୍ୟ ବିଦେଶରେ ମଧ୍ୟ ୟୁପିଆଇ ପେମେଣ୍ଟ ଟ୍ରାନଜାକ୍ସନ ଆରମ୍ଭ ହୋଇଗଲାଣି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
upi-will-run-on-new-rules-from-january | Argus News