Videos
|
National

ଦିଲ୍ଲୀ ବିଧାନସଭାରେ ହଙ୍ଗାମା: ଆତିଶୀଙ୍କ ସମେତ ୧୧ ଆପ୍‌ ବିଧାୟକ ସସ୍‌ପେଣ୍ଡ

Ritu Das
Browse all articles by Ritu Das
·1 year ago·1 min read
ଦିଲ୍ଲୀ ବିଧାନସଭାରେ ହଙ୍ଗାମା: ଆତିଶୀଙ୍କ ସମେତ ୧୧ ଆପ୍‌ ବିଧାୟକ ସସ୍‌ପେଣ୍ଡ

ଦିଲ୍ଲୀ ବିଧାନସଭା ଅଧିବେଶନର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଆମ ଆଦମୀ ପାର୍ଟି ବିଧାୟକମାନେ ହଟ୍ଟଗୋଳ କରିବା ଆରମ୍ଭ କରିଦେଇଛନ୍ତି। ଲେଫ୍ଟନାଣ୍ଟ ଗଭର୍ନର ଭିକେ ସକ୍ସେନାଙ୍କ ଅଭିଭାଷଣ ସମୟରେ ହଙ୍ଗାମା କରିବା ପାଇଁ ଆତିଶୀଙ୍କ ସମେତ ଅନେକ ଏଏପି ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ଗୃହରେ ଉପ-ରାଜ୍ୟପାଳ ବିନୟ ସକ୍ସେନାଙ୍କ ଅଭିଭାଷଣ ସମୟରେ ‘ମୋଦି-ମୋଦି’ ନାରା ଦିଆଯାଇଥିଲା। ଯାହା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।


ଭଗତ ସିଂ ଏବଂ ବି.ଆର. ଆମ୍ବେଦକରଙ୍କ ଫଟୋ ହଟାଇବା ବିରୋଧରେ ପ୍ରତିବାଦ କରୁଥିବା ଆମ ଆଦମୀ ପାର୍ଟିର ବିଧାୟକମାନଙ୍କୁ ଲଗାତାର ନିଲମ୍ବିତ କରାଯାଉଛି। ଗୃହରୁ ବାହାରକୁ ଆସିବା ପରେ ବିରୋଧୀ ଦଳ ନେତା ଆତିଶୀ କହିଛନ୍ତି, ବିଜେପି ଆମ୍ବେଦକରଙ୍କ ଫଟୋକୁ ମୋଦିଙ୍କ ଫଟୋରେ ବଦଳାଇ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବିଧାନସଭା, କର୍ମୀ କାର୍ଯ୍ୟାଳୟ ସବୁଠି ଫଟୋ ପରିବର୍ତ୍ତନ କରାଯାଇଛି। ଆପଣ ଅହଙ୍କାରୀ ହୋଇଯାଇଛନ୍ତି। ଆପଣ କ’ଣ ଭାବୁଛନ୍ତି ନରେନ୍ଦ୍ର ମୋଦି ଆମ୍ବେଦକରଙ୍କ ସ୍ଥାନ ନେବେ? ଆମେ ଏହା ହେବାକୁ ଦେବୁ ନାହିଁ। ଏଭଳି କହିବାରୁ ଦିଲ୍ଲୀ ବିଧାନସଭା ଗୃହରୁ ୧୨ ବିଧାୟକଙ୍କୁ ବିଦାକଲେ ବାଚସ୍ପତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Uproar in Delhi Assembly: 11 AAP MLAs including Atishi suspended | Argus News