Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୧୦୦କୋଟି ଫଣ୍ଡିଂ ଅଭିଯୋଗରେ ୧୪ଟି ସ୍ଥାନରେ ଇଡିର ରେଡ୍

Banajyotshna Ray
Browse all articles by Banajyotshna Ray
·12 months ago·2 min read
୧୦୦କୋଟି ଫଣ୍ଡିଂ ଅଭିଯୋଗରେ ୧୪ଟି ସ୍ଥାନରେ ଇଡିର ରେଡ୍

Key Points

ଛାଙ୍ଗୁର ବାବାର ଫିଟୁଛି ଗୁମର
ବିଦେଶରୁ ଫଣ୍ଡିଂ, ବେନାମୀ ଆକାଉଣ୍ଟ, ବିଳାସପୂର୍ଣ୍ଣ ଲାଇଫ୍ ଷ୍ଟାଇଲ୍
୧୦୦କୋଟି ଫଣ୍ଡିଂ ଅଭିଯୋଗରେ ୧୪ଟି ସ୍ଥାନରେ ଇଡିର ରେଡ୍
ଧର୍ମାନ୍ତୀକରଣ ଓ ବେନାମୀ ଅର୍ଥ କାରବାରର ବଡ ରାକେଟ୍
ୟୁଏଇ, ଦୁବାଇ ଓ ସାଉଦି ଆରବକୁ ଲମ୍ବିଛି ନେଟଓ୍ବର୍କ

ଛାଙ୍ଗୁର ବାବାଙ୍କ ଆର୍ଥିକ କାରବାର ନେଇ ଇଡିର ଖୋଳତାଡ଼ । ୟୁପିର ବଳରାମପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ବାବାଙ୍କ ୧୪ ଠିକଣାରେ ED ରେଡ୍ କରୁଛି । ଭତ୍ତରପ୍ରଦେଶର ବଳରାମପୁରରେ ଆଜି ଭୋରରୁ ଇଡି ଟିମ ଚଢଉ କରିଥିଲା । ମୁମ୍ବାଇର ଶହଜାଦ ଶେଖ ନାମକ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବାବାଙ୍କ ଆକାଉଣ୍ଟରୁ ୨ କୋଟି ଟଙ୍କା ଟ୍ରାଞ୍ଜାକ୍ସନ୍ ହୋଇଥିବା ଜଣାପଡିଛି । ଟଙ୍କା କାରବାର ନେଇ ଶହଜାଦ ଶେଖଙ୍କୁ ପଚଚାଉଚରା କରୁଛି ଇଡି । ଛାଙ୍ଗୁର ବାବା ଧର୍ମାନ୍ତୀକରଣର ବଡ଼ ରାକେଟ ଚଳାଉଥିବା ଅଭିଯୋଗ ହୋଇଥିଲା ।


ଛାଙ୍ଗୁର ବାବା ଧାର୍ମିକ ବିଶ୍ୱାସର ଆଳ ଦେଖାଇ ବିପୁଳ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରହିଛି । ଛଙ୍ଗୁର ବାବାଙ୍କ ନିକଟତମ ଅନୁଗାମୀ, ସହଯୋଗୀ ଏବଂ ଆଶ୍ରମ ପରିଚାଳକଙ୍କ ବ୍ୟାଙ୍କ ଆକାଉଣ୍ଟ, ସମ୍ପତ୍ତି ଏବଂ କାରବାରର ମଧ୍ୟ ତଦନ୍ତ କରୁଛି ଇଡି । ଛଙ୍ଗୁର ବାବାଙ୍କ ନେଟୱାର୍କରେ ବିଦେଶୀ ପାଣ୍ଠି ଥିବା ସନ୍ଦେହ କରାଯାଉଛି । ଯେଉଁଥିରେ ୟୁଏଇ, ଦୁବାଇ, ସାଉଦି ଆରବ ଏବଂ ନେପାଳରୁ ଟଙ୍କା ଆସୁଥିବାର ପ୍ରମାଣ ରହିଛି । ବର୍ତ୍ତମାନ ସୁଦ୍ଧା ଇଡି ଟିମ୍ ପକ୍ଷରୁ ୬୮କୋଟି ଟଙ୍କାର କାରବାର ହୋଇଥିବା ପ୍ରମାଣ ମିଳିଛି । ଗତ ତିନି ମାସ ମଧ୍ୟରେ ବିଦେଶରୁ ୭କୋଟି ଟଙ୍କା ଆସିଛି । ଏଥିରେ ବିଳାସପୂର୍ଣ୍ଣ ବିଲଡିଂ, ଦାମୀ ଗାଡି ଓ ଶୋ ରୁମ୍ କିଣାଯାଉଥିଲା । ଏପରିକି ଛାଙ୍ଗୁର ବାବାଙ୍କ ଦ୍ବାରା କିଣାଯାଇଥିବା ଏକ ବିଲଡିଂରେ ଆତଙ୍କବାଦୀ ଗତିବିଧି ଚାଲିଥିବାର ଛାନଭିନ୍ ଚାଲିଛି ।

ଭତ୍ତରପ୍ରଦେଶରେ ଧର୍ମ ପରିବର୍ତ୍ତନ ରାକେଟ୍ ଚଲାଇଥିବା ଛାଙ୍ଗୁର ବାବାର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ହଜାର ହଜାର ଲୋକଙ୍କ ଧର୍ମ ପରିବର୍ତ୍ତନ କରିଥିବା ଏହି ବାବାଙ୍କ ମୁଖ୍ୟ ଟାର୍ଗେଟ୍ ଥିଲେ ମହିଳା । ସେମାନଙ୍କୁ ଫସାଇ ବିଦେଶକୁ ଚାଲାଣ କରିବାକୁ ଚାଲିଥିଲା ରୀତିମତ ଷଡଯନ୍ତ୍ର । ବାବା ହିନ୍ଦୁ ନାଁରେ ଫସାଉଥିଲେ । ଆଉ ଧର୍ମ ପରିବର୍ତ୍ତନ ପରେ ସାଉଦିରେ ବିକିବାକୁ ବଡ ଷଡଯନ୍ତ୍ର ହେଉଥିଲା । ଏଥିରେ ଯେଉଁମାନେ ଏଥିରେ ଅମଙ୍ଗ ହେଉଥିଲେ ସେମାନଙ୍କୁ ଜୋରଜବରଦସ୍ତ ଗଣଦୁଷ୍କର୍ମ କରାଯାଉଥିଲା । ଧର୍ମାନ୍ତୀକରଣ ପାଇଁ ୧୫ଶହ ମୁସଲିମ୍ ଯୁବକଙ୍କୁ ନେଇ ଗଢାଯାଇଥିଲା ଗ୍ରୁପ୍। ଏମାନେ ମହାରାଷ୍ଟ୍ର, ବିହାର, ପଶ୍ଚିମବଂଗ, କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତରପ୍ରଦେଶର ସେମାନଙ୍କର ନେଟଓ୍ବର୍କ ବିଛାଇଥିଳେ । ଧର୍ମାନ୍ତୀକରଣ ଓ ଲଭ୍ ଜିହାଦ ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା । ନେପାଳ ସୀମାରେ ଥିବା ଜିଲ୍ଲାଗୁଡିର ୩୦ବର୍ଷରୁ କମ୍ ଯୁବତୀଙ୍କୁ ସେମାନେ ଟାର୍ଗେଟ କରୁଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
ups-chhangur-baba-on-mass-religious-conversion-allegations | Argus News