IAS Result; 48ତମ ସ୍ଥାନରେ ଓଡିଶାର ରିତିକା ରଥ

ପ୍ରକାଶ ପାଇଲା IAS ରେଜଲ୍ଟ-୨୦୨୪ । ଶକ୍ତି ଦୁବେ ହୋଇଛନ୍ତି ସର୍ବ ଭାରତୀୟ ଟପ୍ପର । ସେହିପରି ଦ୍ବିତୀୟ ସ୍ଥାନରେ ଅଛନ୍ତି ହର୍ଷିତା ଗୋୟଲ । ତୃତୀୟରେ ଅଛନ୍ତି ଡୋଙ୍ଗ୍ରେ ଅର୍ଚିତ ପରାଗ । ଶାହ ମାର୍ଗି ଚିରାଗ ୪ର୍ଥ ସ୍ଥାନରେ ରହିଛନ୍ତି । ସେହିପରି ଆକାଶ ଗର୍ଗ ପଞ୍ଚମ, କୋମଲ ପୁନିଆ ଷଷ୍ଠ, ଆୟୁଶି ବଂଶଲ ୭ମ ସ୍ଥାନ ଅଧିକାର କରିଛନ୍ତି । ୪୮ତମ ସ୍ଥାନରେ ଅଛନ୍ତି ଓଡ଼ିଶାର ରିତିକା ରଥ ।
ସେହିପରି ରାଜ କ୍ରିଷ୍ଣା ଝା ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଆଦିତ୍ୟ ବିକ୍ରମ ଅଗ୍ରୱାଲ ୯ମ ଓ ମୟଙ୍କ ତ୍ରିପାଠୀ ଦଶମ ସ୍ଥାନରେ ରହିଛନ୍ତି । ୪୮ତମ ସ୍ଥାନରେ ରହିଛନ୍ତି ଓଡ଼ିଶାର ରିତିକା ରଥ । ୯୫ତମ ସ୍ଥାନରେ ଦେବିକା ପ୍ରିୟଦର୍ଶିନୀ, ୯୬ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ , ୧୬୪ରେ ଦୀପ୍ତି ରଂଜନ ପତି , ୧୭୫ରେ ରଶ୍ମୀ ପ୍ରଧାନ , ୧୯୩ରେ ନୀଳମାଧବ ପ୍ରଧାନ , ୧୯୮ରେ ଆଶୁତୋଷ ମିଶ୍ର ଓ ୨୧୨ ରାଙ୍କ୍ରେ ଅନୁପ ନାୟକ ରହିଛନ୍ତି।
ସେହିପରି 414ରେ ପଦ୍ନନାଭ ମିଶ୍ର, 416ରେ ପ୍ରଶାନ୍ତ ମିଶ୍ର, 428ରେ ଧୃତିରାଜ ମିଶ୍ର, 443ରେ ଅଙ୍କିତା ରଥ, 535ରେ କୌଶିକ ମିଶ୍ର, 568ରେ ସିମରନ ସାହୁ, 840ରେ ରିଶିତା ଦାଶ, 971ରେ ଗୋପୀନାଥ ସାହୁ, 987ରେ ଆଦିତ୍ୟ ବେହେରା, 994 ସ୍ଥାନରେ ଅନ୍ନପୂର୍ଣ୍ଣା ମିଶ୍ର ଅଛନ୍ତି ।
📱 Get Argus News App
✨ଅଫିସିଆଲ୍ ୱେବସାଇଟ୍ - upsc.gov.in ରେ ପରୀକ୍ଷାର୍ଥୀମାନେ ନିଜର ରେଜଲ୍ଟ ଜାଣିପାରିବେ । ମେନ୍ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିବା ମୋଟ ୨୮୪୫ ଜଣ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା । ଜାନୁଆରୀ ୭ ରୁ ଏପ୍ରିଲ ୧୭, ୨୦୨୫ ପର୍ଯ୍ୟନ୍ତ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହୋଇଥିଲା ଇଣ୍ଟରଭ୍ୟୁ ।
ତେବେ ଯେଉଁ ପ୍ରାର୍ଥୀ ଇଣ୍ଟରଭ୍ୟୁ ଦେଇଥିଲେ ସେହି ପ୍ରାର୍ଥୀମାନେ ଚୂଡ଼ାନ୍ତ ମେରିଟ୍ ତାଲିକା ପାଇଁ ଉତ୍ସାହର ସହିତ ଅପେକ୍ଷା କରି ରହିଥିଲେ । ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS), ଭାରତୀୟ ପୋଲିସ ସେବା (IPS) ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ କେନ୍ଦ୍ର ସରକାରୀ ସେବା ସମେତ ଶୀର୍ଷ ସିଭିଲ୍ ସେବାରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ପରୀକ୍ଷା ଫଳ ।
