ଜେଲ୍ରେ ସଂଜୟ ମାଗୁଛି ଏଗ୍ ଚାଓମିନ୍

ନୂଆଦିଲ୍ଲୀ: କୋଲକତା ମାମଲାର ମୁଖ୍ୟ ଅଭିଯୁକ୍ତ ସଂଜୟକୁ ନେଇ ଥମୁନି ଚର୍ଚ୍ଚା । କାରଣ ଜେଲରେ ସେ ଯେଉଁପରି ଭାବରେ ନଖରା ଦେଖାଉଛି ତାହାକୁ ନେଇ ଖବର ନିଇତି ନୂଆ ଖବର ସାମ୍ନାକୁ ଆସୁଛି । କାରଣ ଜେଲର ରୁଟି ଓ ତରକାରୀ ତାକୁ ପସନ୍ଦ ହେଉନି । ତେଣୁ ଖାଇବାରେ ମାଗୁଛି ଏଗ୍ ଚାଓମିନ୍ । ହେଲେ ଜେଲରେ ରହିବା ପରେ ବି ଅନୁତାପ ନକରି ଯେଉଁପରି ଭାବରେ ସେ ଖାଇବା ମାଗୁଛି ତାହାକୁ ନେଇ ଏବେ ବିବାଦ ଉପୁଜିଛି । କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଂଜୟ ରୟ ବର୍ତ୍ତମାନ ପ୍ରେସିଡେନ୍ସି ଜେଲ୍ ରେ। ଜେଲ ରେ ଖାଇବାକୁ ଦିଆଯାଉଥିବା ଖାଦ୍ୟ ସଞ୍ଜୟକୁ ପସନ୍ଦ ଆସୁନି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜେଲ୍ ରେ ରୋଟୀ ଏବଂ ସବଜୀ ଦିଆଯିବା ପରେ ଅଭିଯୁକ୍ତ ରୟ ରାଗି ଯାଇଥିଲା ଆଉ ଡିମାଣ୍ଡ କରିଥିଲା ଚାଇନିଜ୍ ଫୁଡ୍ । କିନ୍ତୁ ଜେଲ୍ରେ ନିୟମ ଅନୁସାରେ ସମସ୍ତ କଏଦି ମାନଙ୍କୁ ସମାନ ପ୍ରକାର ଖାଦ୍ୟ ପରସା ଯାଇଥାଏ। ଆଉ ଗୋଟିଏ ପ୍ରକାର ଖାଦ୍ୟ ମଧ୍ୟ ଜେଲ୍ ରେ ପ୍ରସ୍ତୁତ ହୋଇଥାଏ। ତେବେ ରିପୋର୍ଟ ଅନୁସାରେ ଜେଲ୍ ଅଧିକାରୀମାନେ ବୁଝାଇବା ପରେ ଅଭିଯୁକ୍ତ ସଞ୍ଜୟ ରୋଟି ସବଜି ଖାଇବାକୁ ରାଜି ହୋଇଯାଇଥିଲା। ।
ସିବିଆଇ ହେପାଜତରୁ ପ୍ରେସିଡେନ୍ସି ଜେଲକୁ ଅଣାଯିବା ପରେ ସଞ୍ଜୟ ରୟ ଶୋଇବା ପାଇଁ ଅତିରିକ୍ତ ସମୟ ମାଗିଥିଲା । ଜେଲ୍ ରେ ଅଧିକାଂଶ ସମୟ ସଞ୍ଜୟ ଚିଲାଚିଲି କରିଥଏ। ଅବଶ୍ୟ, କିଛି ଦିନ ପରେ ଏହା ସ୍ୱାଭାବିକ ଅବସ୍ଥାକୁ ଫେରିଥିଲା ସଞ୍ଜୟ | ଟ୍ରେନୀ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାରେ ସାରା ବିଶ୍ୱରେ ଜଳୁଛି ନିଆଁ। ଏହି ମାମଲାରେ ଏପର୍ଯ୍ୟନ୍ତ କେବଳ ଜଣଙ୍କ ଗିରଫ କରାଯାଇଛି। ଆଉ ସେ ହେଉଛି ସଞ୍ଜୟ ରାୟ। କୋଲକାତା ଆରଜି କର ମେଡିକାଲ କଲେଜ ଟ୍ରେନି ଡକ୍ଟର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ସଂଜୟକୁ ଅଗଷ୍ଟ 10 ରେ କୋଲକାତା ପୋଲିସ ଗିରଫ କରିଥିଲା। ସିସିଟିଭି ଫୁଟେଜ୍ ଏବଂ ବ୍ଲୁଟୁଥ୍ ଡିଭାଇସ୍ ଦ୍ବାରା ସଂଜୟଙ୍କୁ ରୟଙ୍କୁ ଗିରଫ କରିଥିଲା, ଯାହା କଲେଜର ସେମିନାର ହଲରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା ଯେଉଁଠାରେ ସକାଳ ପ୍ରାୟ 4 ଟା ସମୟରେ ମୃତଦେହ ମିଳିଥିଲା।
ଅଧିକ ଦେଖନ୍ତୁ: