Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Uranium / ବିହାରରେ ମା’ କ୍ଷୀରରୁ ମିଳିଲା ୟୁରାନିୟମ

Rashmita Mishra
Browse all articles by Rashmita Mishra
·7 months ago·2 min read
 ବିହାରରେ ମା’ କ୍ଷୀରରୁ ମିଳିଲା ୟୁରାନିୟମ

Key Points

ମା’ କ୍ଷୀରରୁ ମିଳିଲା ୟୁରାନିୟମ
ବିହାରର ୬ଟି ଜିଲ୍ଲାରେ ୪୦ଟି ମାମଲା
ନବଜାତଙ୍କ ଉପରେ କ୍ୟାନସର ବିପଦ
ନେଚର ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣା ରିପୋର୍ଟରେ ଚମକାଇବା ଭଳି ଖୁଲାସା

ମା’ କ୍ଷୀରରୁ ମିଳିଲା ୟୁରାନିୟମ... ବିହାରରେ ୬ ଜିଲ୍ଲାରେ ୪୦ଟି ମାମଲା ଦେଖଯାଇଛି । ନବଜାତଙ୍କ ଉପରେ କ୍ୟାନସରର ବିପଦ ।

ସୂଚନାନୁଯାୟୀ ବିହାରରେ ମା’ କ୍ଷୀରରୁ ମିଳିଲା ୟୁରାନିୟମ । ୬ଟି ଜିଲ୍ଲାରେ ୪୦ଟି ମାମଲା ଦେଖାଯାଇଛ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୟୁରାନିୟମ ଯାହା ନବଜାତଙ୍କ ପାଇଁ ଭାରି ବିପଦ ହୋଇଥାଏ । ଆଉ ଏହା ଦ୍ଵାରା ନବଜାତଙ୍କ ଉପରେ କ୍ୟାନସର ବିପଦ ଥାଏ ।

ନେଚର ଜର୍ଣ୍ଣାଲରେ ପ୍ରକାଶିତ ଏକ ନୂଆ ବୈଜ୍ଞାନିକ ଗବେଷଣାରେ ହୋଇଛି ଚମକାଇବା ଭଳି ଖୁଲାସା । ଅଧ୍ୟୟନ ଅନୁସାରେ ସ୍ତନପାନ କରାଉଥିବା ୪୦ ଜଣ ମାଙ୍କର କ୍ଷୀର ନମୁନାରେ ୟୁରାନିୟମର ଅତ୍ୟଧିକ ମାତ୍ରାରେ ମିଳିଛି । ପାଟନାର ମହାବୀର କ୍ୟାନସର ସଂସ୍ଥାନ ପକ୍ଷରୁ ଏହି ଗବେଷଣା କରାଯାଇଛି । ସଂସ୍ଥାନର ଡକ୍ଟର ଅରୁଣ କୁମାର ଓ ପ୍ରଫେସର ଅଶୋକ ଘୋଷଙ୍କ ନେତୃତ୍ବରେ କରାଯାଇଥିବା ଏହି ଗବେଷଣାରେ ନୂଆଦିଲ୍ଲୀ ଏମ୍ସର ବାୟୋକେମିଷ୍ଟ୍ରି ବିଭାଗର ଡାକ୍ତର ଅଶୋକ ଶର୍ମା ବି ସାମିଲ ହୋଇଥିଲେ ।
ଏହାସହ ପଢ଼ନ୍ତୁ: କାହିଁକି ବଢ଼ୁଛି ମେଡିସିନ୍‌ ଦାମ୍‌ ?

ଅକ୍ଟୋବର ୨୦୨୧ରୁ ଜୁଲାଇ ୨୦୨୪ ମଧ୍ୟରେ ହୋଇଥିବା ଏହି ଗବେଷଣାରେ ବିହାରର ଭୋଜପୁର, ସମସ୍ତିପୁର, ବେଗୁସରାଇ, ଖଗଡ଼ିଆ, କଟିହାର ଓ ନାଳନ୍ଦା ଜିଲ୍ଲାର ୧୭ରୁ୩୫ ବର୍ଷ ବୟସ୍କ ୪୦ ଜଣ ମହିଳାଙ୍କଠାରୁ କ୍ଷୀର ନମୁନା ସଂଗ୍ରହ କରାଯାଇଥିଲା । ସବୁ ନମୁନାରେ ୟୁରାନିୟମ U-238 ମିଳିଛି । ଯାହାର ମାତ୍ରା ୦ରୁ୫.୨୫ ଗ୍ରାମ ପ୍ରତି ଲିଟର ମଧ୍ୟରେ ଥିବା ଦେଖାଯାଇଛି ।

ବ୍ରେଷ୍ଟ ମିଲ୍କରେ ୟୁରାନିୟମ ପାଇଁ ବିଶ୍ବରେ କୌଣସି ଅନୁମେୟ ସୀମା ନିର୍ଦ୍ଧାରିତ ନାହିଁ। ଶିଶୁମାନଙ୍କୁ ୟୁରାନିୟମଠାରୁ ବିପଦ ଥାଏ । ସେମାନଙ୍କର ଅଙ୍ଗ ବିକଶିତ ହୋଇନଥାଏ। ଏଣୁ ଶିଶୁଙ୍କ ଶରୀର ବିଷାକ୍ତ ଧାତୁକୁ ଅଧିକ ଅବଶୋଷିତ କରେ, ଏବଂ ସେମାନଙ୍କ ହାଲୁକା ଶରୀର କାରଣରୁ ବିପଦ ଅନେକ ଗୁଣା ବଢ଼ିଯାଏ । ୟୁରାନିୟମ କିଡନୀକୁ କ୍ଷତି କରେ, ସ୍ନାୟୁଜନିତ ସମସ୍ୟା ସୃଷ୍ଟି କରେ ଏବଂ କ୍ୟାନସରର ବିପଦ ବି ବଢ଼ାଇ ଦିଏ। ବୈଶ୍ବିକ ସ୍ତରରେ କାନାଡ଼ା, ଆମେରିକା, ଫିନଲାଣ୍ଡ, ସ୍ବିଡେନ୍, ସ୍ବିଜରଲ୍ୟାଣ୍ଡ, ବ୍ରିଟେନ, ବାଂଲାଦେଶ, ଚୀନ, କୋରିଆ, ମଙ୍ଗୋଲିଆ, ପାକିସ୍ତାନ ଭଳି ଦେଶରେ ଭୂତଳ ଜଳରେ ୟୁରାନିୟମର ଅତ୍ୟଧିକ ମାତ୍ରା ନେଇ ରିପୋର୍ଟ ଆସିଛି। କିନ୍ତୁ ଆମ ଦେଶର ବିହାରରେ ବ୍ରେଷ୍ଟ ମିଲ୍କରେ ୟୁରାନିୟମ ମିଳିବା ଏହି ସମସ୍ୟାକୁ ଏକ ନୂଆ, ଗମ୍ଭୀର ସ୍ତରକୁ ନେଉଛି । ଯାହା ପାଇଁ ସମସ୍ତେ ଚିନ୍ତାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Uranium | Uranium Found in Mother's Milk in Bihar – Health Risk Alarms, Investigation Begins | Argus News