Donald Trump vs Xi Jinping / ଟ୍ରମ୍ପଙ୍କ ଲୋକ ଦେଖାଣିଆ ପ୍ରେମ ! କହିଲେ... ମହାନ ଦେଶର ନେତା ଜିନ୍ପିଙ୍ଗ୍

Key Points
୬ ବର୍ଷ ପରେ ଦକ୍ଷିଣ କୋରିଆର ବୁସାନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ରାଷ୍ଟ୍ରପତି ସି-ଜିନପିଙ୍ଗଙ୍କୁ ଭେଟିଛନ୍ତି । ଏହାପରେ ଉଭୟ ନେତା ବୈଠକ କରିବା ସହ ଆଲୋଚନା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଦୀର୍ଘ ସମୟ ଧରି ଚୀନ୍ ସହିତ ବନ୍ଧୁତ୍ବ ବଡ଼ ସମ୍ମାନର କଥା । ଅନେକ ଜିନିଷରେ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କ ସହ ଆମେରିକା ଏକମତ ହୋଇଛି । ଆଉ କିଛି ପ୍ରସଙ୍ଗ ଉପରେ ଏବେ ସହମତି ହେବା ନେଇ ଆଲୋଚନା ଚାଲିଛି । ଗୋଟିଏ ମହାନ ଦେଶର ମହାନ ନେତା ହେଉଛନ୍ତି ଜିନ୍ପିଙ୍ଗ । ଲମ୍ବା ସମୟ ପାଇଁ ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କ ସ୍ଥାପନ ହେବା ନେଇ ସେ ଆଶା କରୁଥିବା କହିଛନ୍ତି ଟ୍ରମ୍ପ ।
ଅନ୍ୟପଟରେ ଚାଇନା ରାଷ୍ଟ୍ରପତି ଜିନପିଙ୍ଗ କହିଛନ୍ତି, ବଡ଼ ବଡ଼ ଚ୍ୟାଲେଞ୍ଜ ଆସିବା ସମୟରେ ଆମେରିକା ଓ ଚାଇନା ସମ୍ପର୍କକୁ ଦୃଢିଭୂତ କରିବାରେ ଏକାଠି ଦୁହେଁ ଛିଡା ହୋଇଛନ୍ତି । ଆଗକୁ ମଧ୍ୟ ଚୀନ୍-ଆମେରିକା ସମ୍ପର୍କକୁ ଦୃଢ଼ କରିବା ପାଇଁ, ପୁରୁଣା ସମ୍ପର୍କକୁ ସ୍ଥାୟୀ କରିବା ପାଇଁ ଉଦ୍ୟମ ଜାରି ରହିଛି । ଆମେରିକାକୁ ସର୍ବଶ୍ରେଷ୍ଠ ପ୍ରତିପାଦିତ କରିବା ପାଇଁ ଆମେରିକାର ଭିଜନ ସହିତ ଚାଇନାର ବିକାଶ ମଧ୍ୟ ହେଉଛି । ଦୁଇ ଦେଶ ପରସ୍ପରକୁ ସାହାଯ୍ୟ କରି ସଫଳତାର ଦିଗରେ ଆଗେଇ ନେବେ ।
ଦୀର୍ଘ ସମୟ ଧରି ଚାଲିଥିବା ଶୁଳ୍କ ଯୁଦ୍ଧ ମଧ୍ୟରେ ଦୁଇ ଦେଶର ରାଷ୍ଟ୍ରପତି ଟ୍ରମ୍ପ ଏବଂ ସି ଜିନପିଙ୍ଗଙ୍କ ସାକ୍ଷାତ ହୋଇଛି। ଏବେ ଆଶା କରାଯାଉଛି ଯେ, ଚୀନ୍ ଏବଂ ଆମେରିକା ମଧ୍ୟରେ ଶୁଳ୍କ ସମସ୍ୟାର ସମାଧାନ ହୋଇପାରେ। ଟ୍ରମ୍ପ କହିଛନ୍ତି, "ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ।"
ଟ୍ରମ୍ପ ଚୀନ୍ ଉପରେ ଶୁଳ୍କ ବୃଦ୍ଧି କରିବା ପରେ, ସି ଜିନପିଙ୍ଗ ଆମେରିକାଠାରୁ ସୋୟାବିନ କିଣିବା ବନ୍ଦ କରିଦେଇଥିଲେ, ଯାହା ଫଳରେ ଆମେରିକୀୟ ଚାଷୀମାନେ କ୍ଷତି ସହୁଥିଲେ। ଶୁଳ୍କ ସାମଗ୍ରିକ ବାଣିଜ୍ୟକୁ ପ୍ରଭାବିତ କରୁଥିଲା। ଏବେ ଦୁଇ ଦେଶର ନେତା ପରସ୍ପରକୁ ଭେଟିବା ପରେ ଏହାର ସମାଧାନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଶେଷ ଥର ପାଇଁ ୨୦୧୯ରେ ସାକ୍ଷାତ କରିଥିଲେ। ଶୁଳ୍କ ଲାଗୁ ପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଥିବା ବେଳେ ଏବେ ଟ୍ରମ୍ପ ଏବଂ ଜିନପିଙ୍ଗଙ୍କ ସାକ୍ଷାତ ସବୁ ବିବାଦର ଅନ୍ତ ଘଟାଇବ ବୋଲି ଚର୍ଚ୍ଚା ହେଉଛି।
📱 Get Argus News App
✨Related Topics
Explore more stories