John Kiriakou / CIA ଅଧିକାରୀଙ୍କ ବଡ଼ ଖୁଲାସା, ଆମେରିକା କଣ୍ଟ୍ରୋଲରେ ପାକିସ୍ତାନ ପରମାଣୁ ଅସ୍ତ୍ର !

Key Points
ଯାହାକି କେବଳ ବ୍ୟବସାୟ ପାଇଁ ଉଦ୍ଦିଷ୍ଟ କହିଲେ ଭୁଲ ହେବନି ।
ପୂର୍ବତନ ଆମେରିକୀୟ CIA ଅଧିକାରୀ ଜନ୍ କିରିଆକୋଙ୍କ ବିସ୍ଫୋରକ ବୟାନ । ନ୍ୟୁଜ ଏଜେନ୍ସି ANIକୁ ଏକ ସାକ୍ଷାତକାର ଦେଇ ସେ ଯେଉଁ ତଥ୍ୟ ସାମ୍ନାକୁ ଆଣିଛନ୍ତି । ତାହା ଶୁଣି ସାରା ଦେଶ ଆଶ୍ଚର୍ଯ୍ୟ । ସେ କହିଛନ୍ତି ଆମେକରିକା କେବେ କାହାର ବନ୍ଧୁ ନୁହେଁ । ଆମେରିକା ପାଇଁ ଯିଏ ଫାଇଦା ଦିଏ, ସିଏ ହିଁ ତାର ବନ୍ଧୁ । ଦିନ ଥିଲା ପାକିସ୍ତାନର ମୁସାରଫଙ୍କୁ କିଣିଦେଇଥିଲା ପାକିସ୍ତାନ । ଯାହାଫଳରେ ପାକିସ୍ତାନ ନିଜ ଲୋକଙ୍କ ସହ ଡବଲ ଗେମ୍ ଖେଳୁଥିଲା ।
କିରିଆକୋ କହିଛନ୍ତି ଯେ ଆମେରିକା ନିଜକୁ ଗଣତନ୍ତ୍ର ଏବଂ ମାନବାଧିକାରର ରକ୍ଷକ ଭାବରେ ଚିତ୍ରଣ କରେ, କିନ୍ତୁ ସତ୍ୟ ହେଉଛି ଏହି ଦେଶ କେବଳ ତାହା କରେ ଯାହା ତାକୁ ଲାଭ ଦିଏ। ଏହାର ସବୁଠାରୁ ବଡ଼ ଉଦାହରଣ ହେଲା ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ଥିବା ସମ୍ପର୍କ। ଉଭୟଙ୍କ ସମ୍ପର୍କ ସମ୍ପୂର୍ଣ୍ଣ ଭାବରେ ତେଲ ଏବଂ ଅସ୍ତ୍ରଶସ୍ତ୍ର ଉପରେ ଆଧାରିତ। ଆମେରିକା ସାଉଦି ଆରବରୁ ତେଲ କିଣେ ଏବଂ ସାଉଦି ଆରବ ଆମେରିକାରୁ ଅସ୍ତ୍ରଶସ୍ତ୍ର କିଣେ। ଏହା ହେଉଛି ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ପ୍ରକୃତ ସମ୍ପର୍କ। ଯାହାକି କେବଳ ବ୍ୟବସାୟ ପାଇଁ ଉଦ୍ଦିଷ୍ଟ କହିଲେ ଭୁଲ ହେବନି ।
ଏହାରି ଭିତରେ ସେ ଆଉ ଏକ ବଡ଼ କଥା ମଧ୍ୟ କହିଛନ୍ତି । ତାହା ହେଲା, 'ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ପାକିସ୍ତାନର ବେଶି କ୍ଷତି ହେବ । ପାକିସ୍ତାନ ମାଟି କାମୁଡ଼ି ପଡ଼ିବ । ମୁଁ କେବଳ ପରମାଣୁ ଯୁଦ୍ଧ କଥା କହୁନି, ଅନ୍ୟ କ୍ଷେତ୍ରରେ ମଧ୍ୟ ପାକିସ୍ତାନଠାରୁ ଭାରତ ବହୁ ଆଗରେ । ଯଦି ଉଭୟଙ୍କ ମଧ୍ୟରେ ପାରମ୍ପରିକ ଯୁଦ୍ଧ ହୁଏ ତେବେ ପାକିସ୍ତାନ ପରାସ୍ତ ହେବା ନିଶ୍ଚିତ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ସାମରିକ ଶକ୍ତି ଏବଂ ରଣନୈତିକ କ୍ଷମତା ପାକିସ୍ତାନ ଅପେକ୍ଷା ବହୁତ ଅଧିକ।
'ଭାରତକୁ ଉସୁକାଇ ପାକିସ୍ତାନ କିଛି ଫାଇଦା ପାଇବ ନାହିଁ, ବରଂ ଅଧିକ କ୍ଷତି ସହିବ । ଯାହାର ପ୍ରମାଣ ମଧ୍ୟ ପୂର୍ବରୁ ରହିଛି । ପ୍ରତ୍ୟେକ ଯୁଦ୍ଧରେ ପାକିସ୍ତାନ ହାରିବ । ଏହା ସ୍ପଷ୍ଟ।'
ଭାରତର ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନକୁ ଲକ୍ଷ୍ୟ କରି କିରିଆକୋ କହିଛନ୍ତି ଯେ ଭାରତ ୨୦୧୬ ସର୍ଜିକାଲ୍ ଷ୍ଟ୍ରାଇକ୍, ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକ୍ ଏବଂ ୨୦୨୫ରେ ଅପରେସନ୍ ସିନ୍ଦୁର ଭଳି କାର୍ଯ୍ୟ ମାଧ୍ୟମରେ ସ୍ପଷ୍ଟ କରିଛି ଯେ ଏହା ସୀମାପାର ଆତଙ୍କବାଦ କିମ୍ବା ପରମାଣୁ ବିପଦ ଦ୍ୱାରା ଭୟଭୀତ ହେବା ଭଳି ଦେଶ ନୁହେଁ। ଭାରତ ବାରମ୍ବାର ପ୍ରଦର୍ଶନ କରିଛି ଯେ ଏହା ଆତଙ୍କବାଦ ଏବଂ ବ୍ଲାକମେଲ୍ ସହ୍ୟ କରିବ ନାହିଁ।
ଅନ୍ୟପଟେ ମୁସାରଫ ଡବଲ ଗେମ ଖେଳୁଥିଲେ ବୋଲି କହିଛନ୍ତି କିରିଆକୋ । ତତ୍କାଳୀନ ପାକିସ୍ତାନୀ ରାଷ୍ଟ୍ରପତି ପରଭେଜ ମୁଶାରଫ ତାଙ୍କ ନିଜ ଦେଶରେ ଡବଲ ଗେମ ଖେଳୁଥିଲେ। ଗୋଟିଏ ପଟେ, ମୁଶାରଫ ଆତଙ୍କବାଦ ବିରୁଦ୍ଧରେ ଆମେରିକା ସହିତ ସହଯୋଗ କରିବାର ଅଭିନୟ କରୁଥିଲେ, ଅନ୍ୟପଟେ ସେ ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ଭାରତ ବିରୁଦ୍ଧରେ ସକ୍ରିୟ ରଖିଥିଲେ। ପାକିସ୍ତାନୀ ସେନା ଆତଙ୍କବାଦୀ ସଂଗଠନ ଅଲ-କାଏଦା ବିଷୟରେ ଯେତିକି ଚିନ୍ତିତ ନଥିଲା; ସେମାନେ ପ୍ରକୃତରେ ଭାରତ ପାଇଁ ଚିନ୍ତିତ ଥିଲେ। ମୁଶାରଫ ସ୍ପଷ୍ଟ ଭାବରେ ଆମେରିକାକୁ ସମର୍ଥନ କରୁଥିଲେ, କିନ୍ତୁ ପରଦା ପଛରେ ସେ ଭାରତ ବିରୁଦ୍ଧରେ କାମ କରୁଥିଲେ।
ANI ସହ ଏହି ସାକ୍ଷାତକାରରେ କିରିଆକୋ, ଭାରତ-ପାକିସ୍ତାନ ଯୁଦ୍ଧଠୁ ଆରମ୍ଭ କରି ସାଉଦି ଆରବ ଏବଂ ଦକ୍ଷିଣ ଏସିଆର ରାଜନୀତି ପର୍ଯ୍ୟନ୍ତ, ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଏଥିରେ ସେ କହିଛନ୍ତି, 'ମୁସାରଫଙ୍କୁ କୋଟି କୋଟି ଡଲାର ଦେଇ କିଣିଦେଇଥିଲା ଆମେରିକା । ଏମିତିକି ଗୋଟିଏ ସମୟରେ, ଆମେରିକା ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ରର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ମଧ୍ୟ ନେଇଥିଲା। ମୁଶାରଫ ତାଙ୍କ ପରମାଣୁ ଅସ୍ତ୍ରଶସ୍ତ୍ରର ସବୁ ଗୁମର ମଧ୍ୟ ଆମେରିକାକୁ ହସ୍ତାନ୍ତର କରିଥିଲେ।
📱 Get Argus News App
✨Related Topics
Explore more stories