Videos
|
National

ଶୁଳ୍କ ଫେରାଇବେ ଟ୍ରମ୍ପ, ବିପଦରେ ଆମେରିକା ଅର୍ଥନୀତି! ଜାଣନ୍ତୁ କାହିଁକି..

Priyanka Panda
Browse all articles by Priyanka Panda
·11 months ago·2 min read
ଶୁଳ୍କ ଫେରାଇବେ ଟ୍ରମ୍ପ, ବିପଦରେ ଆମେରିକା ଅର୍ଥନୀତି! ଜାଣନ୍ତୁ କାହିଁକି..

Key Points

ଆମେରିକା ଅର୍ଥନୀତି ପାଇଁ ଆସୁଛି ବିପଦ
ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା
ଟ୍ରମ୍ପଙ୍କ ବିପକ୍ଷରେ ଆସିଲେ ଆମେରିକା ଫେରାଇବ ଅଧା ଶୁଳ୍କ

ଶୁଳ୍କ ଫେରାଇବ ଆମେରିକା । କୋର୍ଟଙ୍କ ନିଷ୍ପତି ଆସିବା ପରେ ଆମେରିକାରେ ଜାରି ହେବ ରିବେଟ୍ । ମନ ଇଚ୍ଛା ଦେଶ ମାନଙ୍କ ଉପରେ ଟ୍ରମ୍ପ ଲଗାଇଥିବା ଟାରିଫ ଫେରାଇବ ଆମେରିକା । ଆଉ ଏମିତି ହେଲେ ଭୁସୁଡ଼ିବ ଆମେରିକା ଅର୍ଥନୀତି । ଅର୍ଥନୀତିଜ୍ଞମାନେ ଯାହା ଆକଳନ କରୁଥିଲେ ତାହା ସତ ହେଲା । ଟ୍ରମ୍ପଙ୍କ ଟାରିଫ ତାଙ୍କରି ଦେଶ ଉପରକୁ ହିଁ ବୁମେରାଙ୍ଗ ହେଲା ।


ଏକ ସାକ୍ଷାତକାରରେ ଆମେରିକାର ଟ୍ରେଜେରି ସଚିବ ସ୍କଟ୍ ବେସେଣ୍ଟ ଆମେରିକା ଅର୍ଥନୀତିକୁ ଏକ ବଡ଼ ବିପଦ ଆସୁଥିବା କହିଛନ୍ତି । ସେ କହିଛନ୍ତି ଯଦି ସୁପ୍ରିମକୋର୍ଟଙ୍କ ରାୟ ଟ୍ରମ୍ପ ପ୍ରଶାସନ ବିରୋଧରେ ଆସେ ତେବେ ଆମକୁ ଅଧା ଶୁଳ୍କକୁ ଫେରାଇବାକୁ ପଡ଼ିବ । ଯାହା କି ଆମେରିକା ଅର୍ଥନୀତି ପାଇଁ ଭୟଙ୍କର ହେବ । ତେବେ ଟ୍ରମ୍ପଙ୍କ ଟାରିଫ ଅବୈଧ ବୋଲି ଆଗରୁ ଆମେରିକାର ଫେଡେରାଲ କୋର୍ଟ ନିଜ ରାୟ ଶୁଣାଇଥିଲେ । ଫେଡେରାଲ କୋର୍ଟଙ୍କ ପୂର୍ବରୁ ଆଉ ଏକ କୋର୍ଟ ବି ଏହି ସମାନ କଥା କହିଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୋର୍ଟଙ୍କ ରାୟ ଅନୁସାରେ ଆମେରିକାର ସମ୍ବିଧାନ ରାଷ୍ଟ୍ରପତିଙ୍କୁ ଏ ଅଧିକାର ହିଁ ଦେଇନି ଯେ, ସେ ମନ ଇଛା ସବୁ ଦେଶ ଗୁଡ଼ିକ ଉପରେ ଟାରିଫ ଲଗାଇବେ । ଟ୍ରମ୍ପ ନିଜ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଆଇନ କ୍ଷମତାର ଅପବ୍ୟବହାର କରୁଛନ୍ତି । ଏହା ସମ୍ପୂର୍ଣ୍ଣ ଅବୈଧ ତେଣୁ ଏହାକୁ ବିଚାରକୁ ନେବା ଆବଶ୍ୟକ । କିନ୍ତୁ କୋର୍ଟ ଏହାକୁ ରାତି ଅଧିଆ ବନ୍ଦ କରିବାକୁ ଅନୁମତି ଦେଇନଥିଲେ । ଯଦି ଏପରି ହୋଇତାନ୍ତା ତେବେ ଆମେରିକା ଅର୍ଥ ବ୍ୟବସ୍ଥା ଭୁସୁଡ଼ି ପଡ଼ିଥାନ୍ତା ବୋଲି ନିଜ ରାୟରେ ଶୁଣାଇଥିଲେ କୋର୍ଟ ।


ଏହାଛଡ଼ା ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟ ଯିବାକୁ ସମୟ ଦେଇଥିଲେ ଫେଡେରାଲ କୋର୍ଟ । ଆମେରିକା ଫେଡେରାଲ କୋର୍ଟଙ୍କ ଏହି ରାୟକୁ ନେଇ ପ୍ରତିକ୍ରିୟା ଦେଇଥିଲେ ଟ୍ରମ୍ପ । ସେ କହିଥିଲେ ଯେ, କୋର୍ଟଙ୍କ ରାୟ ମତେ ଆଶ୍ଚର୍ଯ୍ୟ କରୁଛି ଆମେ ଏହାକୁ ନେଇ ସୁପ୍ରିମକୋର୍ଟ ଯିବୁ ଓ ଏଥିରେ ଆମର ହିଁ ବିଜୟ ହେବ ।


ତେବେ ଆମେରିକାର ଅନେକ ଆଇନ ବିଶେଷଜ୍ଞ, ଅର୍ଥନୀତି ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଉଥିବା ଏହି ଟାରିଫ ନା ଆଇନ ସଙ୍ଗତ ନା ଅର୍ଥନୀତି ପାଇଁ ଶୁଭ । ଏହା ବର୍ତ୍ତମାନ କିଛି ସମୟ ପାଇଁ ଲାଭ ଦେଲେ ବି ଆମେରିକା ଭବିଷ୍ୟତ ପାଇଁ ଖରାପ । ତେବେ ଟ୍ରମ୍ପଙ୍କ ପାଖରେ ଅକ୍ଟୋବର ୧୪ ପର୍ଯ୍ୟନ୍ତ ହିଁ ସମୟ ଅଛି ସେ ଏହି ମାମଲାକୁ ନେଇ ସୁପ୍ରିମ କୋର୍ଟ ଯାଇପାରିବେ..

US Economy at Risk if Supreme Court Rules Against Trump Tariffs: Treasury Secretary Warns | Argus News