Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

PV Sindhu / ଆମେରିକା-ଇରାନ ଯୁଦ୍ଧ: ପିଭି ସିନ୍ଧୁ ଦୁବାଇରୁ ଫେରିବା ପରେ ଏମିତି କିଛି ପୋଷ୍ଟ ଲେଖିଲେ

Rashmita Mishra
Browse all articles by Rashmita Mishra
·4 months ago·2 min read
ଆମେରିକା-ଇରାନ ଯୁଦ୍ଧ: ପିଭି ସିନ୍ଧୁ ଦୁବାଇରୁ ଫେରିବା ପରେ ଏମିତି କିଛି ପୋଷ୍ଟ ଲେଖିଲେ
PV Sindhu

Key Points

ଏମିତି କହିଲେ ପିଭି ସିନ୍ଧୁ...
 ଆମେରିକା-ଇରାନ ଯୁଦ୍ଧ: ପିଭି ସିନ୍ଧୁ ଦୁବାଇରୁ ଫେରିବା ପରେ ଏମିତି କିଛି ପୋଷ୍ଟ ଲେଖିଲେ

ତେହେରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ କରିଥିଲେ। ପରେ ଏହାର ଜବାବ ଇରାନ ମଧ୍ୟ ଦେଇଛି । ଇରାନ ଦୁବାଇର ବିଳାସପୂର୍ଣ୍ଣ ହୋଟେଲ, ପାମ ଜୁମୈରା ଦ୍ବୀପ ଓ ଦୁବାଇର ବ୍ୟସ୍ତବହୁଳ ବିମାନବନ୍ଦର ଉପରେ ଭୟଙ୍କର ଆକ୍ରମଣ କରିଛି । ଏନେଇ ବିମାନବିନ୍ଦରରେ ସମସ୍ତ ବିମାନଯାତ୍ରା ଉପରେ ରୋକ ଲଗାଯାଇଛି । ତେବେ ଏହାରି ମଧ୍ୟରେ ଭାରତୀୟ ଡବଲ ଅଲମ୍ପିକ୍‌ ମେଡାଲିଷ୍ଟ ପିଭି ସିନ୍ଧୁ ମଧ୍ୟ ଦୁବାଇ ବିମାନବନ୍ଦରରେ ଫସିରହିଥିଲେ । ଯାହା ପରିସ୍ଥିତକୁ ଆହୁରି ଜଟିଳ କରିଛି ।

ଏପରି ପରିସ୍ଥିତି ଯୋଗୁଁ, ସିନ୍ଧୁଙ୍କୁ ମାର୍ଚ୍ଚ ୩, ୨୦୨୬ରେ ବର୍ମିଂହାମରେ ଆରମ୍ଭ ହେବାକୁ ଥିବା ଅଲ୍ ଇଂଲଣ୍ଡ ଓପନ୍ ଚାମ୍ପିଅନସିପ୍ ରୁ ଓହରି ଯିବାକୁ ବାଧ୍ୟ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ବ୍ୟାଡମିଣ୍ଟନ୍ ବିଶ୍ୱ ଫେଡେରେସନ (BWF) ର ଏକ ସୁପର ୧୦୦୦ ଇଭେଣ୍ଟ ଏବଂ ପ୍ୟାରିସ୍ ଅଲିମ୍ପିକ୍ ପାଇଁ ପ୍ରସ୍ତୁତି ପାଇଁ ଏହାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିଲା ।

ତେଣୁ, ତାଙ୍କର ଓହରିଯିବାକୁ ଏକ ବଡ଼ କ୍ଷତି ବୋଲି କୁହାଯାଉଛି । ସିନ୍ଧୁ, ତାଙ୍କ ଦଳ ସହିତ, ଇଣ୍ଡୋନେସିଆନ୍ କୋଚ୍ ଇରୱାନସ୍ୟାହ ଆଦି ପ୍ରାତାମାଙ୍କ ସମେତ ଦୁବାଇରେ ଫସି ରହିଥିଲେ ଏବଂ ସେମାନ ରହୁଥିବା ସ୍ଥାନରେ ଏକ ବିସ୍ଫୋରଣ ଘଟିଥିଲା ସେମାନେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ । ଯଦିଓ ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା, କିନ୍ତୁ ଏପରି ପରିସ୍ଥିତି ଅଲିମ୍ପିକ୍ ପଦକ ବିଜେତାଙ୍କୁ ଅଲ୍ ଇଂଲଣ୍ଡ ଚାମ୍ପିଅନସିପରୁ ଓହରି ଯିବାକୁ ବାଧ୍ୟ କରିଥିଲା ।

ସିନ୍ଧୁ କହିବାନୁଯାୟୀ ସେ ବର୍ତ୍ତମାନ ବିଶ୍ରାମ ନେବେ । ଆଉ ନିଜକୁ ରିସେଟ୍ କରିବେ ଏବଂ ତାଙ୍କର ତାଲିମ ଯୋଜନା ବିଷୟରେ ବିଚାର କରିବେ । ତଥାପି, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ତାଙ୍କର ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ ଏବଂ ତାଲିମ ସମ୍ପର୍କରେ କିଛି ସୂଚନା ନାହିଁ ।

ପୂର୍ବରୁ, ପୂର୍ବତନ ଭାରତୀୟ ପ୍ରଶିକ୍ଷକ ବିମଲ କୁମାର କହିଛନ୍ତି ଯେ ସିନ୍ଧୁ ସଡ଼କ ପଥରେ ଓମାନ ଯାତ୍ରା କରିବାକୁ ଚିନ୍ତା କରୁଛନ୍ତି । ସେ କହିଥିଲେ ଯେ ଏହା ଜଣେ ଖେଳାଳିଙ୍କ ପାଇଁ କଷ୍ଟକର କାରଣ ସେ ପ୍ରକୃତରେ ଭଲ ଦେଖାଯାଉଥିଲେ ଏବଂ ତାଙ୍କ ସମଗ୍ର ଦଳ ଅଲ୍ ଇଂଲଣ୍ଡକୁ ନେଇ ଉତ୍ସାହିତ ଥିଲା । ସେ ମଧ୍ୟ ସଡ଼କ ପଥରେ ଓମାନ ଯାତ୍ରା କରିବାକୁ ଚିନ୍ତା କରିଥିଲେ, କିନ୍ତୁ ଏହା ଅତ୍ୟଧିକ ବିପଦପୂର୍ଣ୍ଣ ହୋଇଥାନ୍ତା, ତେଣୁ ସେ ଯୋଜନାକୁ ଛାଡ଼ିଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PV Sindhu | US-Iran Conflict: PV Sindhu Shares Emotional Post After Dubai Return | Argus News