Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୃଥିବୀକୁ ମାଡ଼ିଆସୁଛି ବଡ଼ ବିପଦ ?

National

ପୃଥିବୀକୁ ମାଡ଼ିଆସୁଛି ବଡ଼ ବିପଦ ?

Manini Pattanayak
Browse all articles by Manini Pattanayak
·1 year ago·1 min read
ପୃଥିବୀକୁ ମାଡ଼ିଆସୁଛି ବଡ଼ ବିପଦ ?

ନୂଆଦିଲ୍ଲୀ:  ପୃଥିବୀକୁ ମାଡି ଆସୁଛି କି ବିପଦ ? ନାସାର ସତର୍କକୁ ନେଇ ପୁରା ବିଶ୍ଵରେ ଏବେ ଚର୍ଚ୍ଚା । କାରଣ ରିପୋର୍ଟ କହୁଛି, ପୃଥିବୀକୁ  ଧକ୍କା ଦେବାକୁ ଯାଉଛି ବିପଦଜନକ କ୍ଷୁଦ୍ରଗ୍ରହ ।  ପୃଥିବୀକୁ ଏହି  ଉପଗ୍ରହ ଧକ୍କା ଦେବ ଆଉ ସବୁ କିଛି  ଛାରଖାର ହୋଇଯାଇପାରେ । ହେଲେ  କେବେ ହେବ ? କେଉଁ ଦିନ ହେବ ? ଆଉ କେଉଁ ସମୟରେ ହେବ ? ସେ ତଥ୍ୟ ବି ଗୋଟି ଗୋଟି କରି କହିଛି ନାସା । ନାସା ପକ୍ଷରୁ  ଜାରି କରା କରାଯାଇଥିବା ଏକ୍ସରସାଇଜ୍‌ ସମରୀରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି  ଧ୍ଵଂସ ସମୟ ଆଉ ତାରିଖ । ଜୁଲାଇ ୧୨, ସମୟ ଅପରାହ୍ନ ୨.୨୫ ମିନିଟ୍‌ । ଠିକ୍‌ ଏହି ସମୟରେ ପୃଥିବୀକୁ ଧକ୍କା ଦେବ ଏହି  ବିପଦଜନକ  ଉପଗ୍ରହ ।

ଧକ୍କା ଦେବାର ଆଶଙ୍କା ୭୨ ପ୍ରତିଶତ ରହିଛି । ତେବେ  ଏହି ଉପଗ୍ରହର  ଆକାର  ବିଷୟରେ  କିଛି କୁହାଯାଇନି। ବୈଜ୍ଞାନିକ ମାନେ ଏହି ବିପତ୍ତିକୁ  ଅଟକେଇବା ପାଇଁ  ସମ୍ପୂର୍ଣ୍ଣ ଭାବେ  ସମର୍ଥ ହୋଇପାରିବେନି ବୋଲି କହିଛନ୍ତି ।  ୨୦ ଜୁନ୍‌ ରେ ଏହି ଏକ୍ସରସାଇଜ ସମରିକୁ  ଜାରି କରିଥିଲା ନାସା। ତେବେ ବଜ୍ଞାନିକଙ୍କ ଗଣନା ଅନୁସାରେ  ଏହି କ୍ଷୁଦ୍ର ଉପଗ୍ରହ  ପାଖାପାଖି  ୧୪ ବର୍ଷ ମଧ୍ୟରେ ପୃଥିବୀକୁ ଧକ୍କା ଦୋବର ୭୨ ପରସେଣ୍ଟ  ସମ୍ଭାବନା ଅଛି।  ୧୨ ଜୁଲାଇ   ୨୦୩୮ ମସିହା ସମୟ ଅପରାହ୍ନ  ୨ଟା ୨୫ ମିନିଟ୍‌ରେ ଏହି ପୃଥିବୀକୁ ଧକ୍କା ଦେବ  ଉପଗ୍ରହ।  ଏପରି ଏକ ବିପଦ ପୃଥିବୀକୁ ମାଡି ଆସିବ ବୋଲି  ଅନେକ ବର୍ଷ ପୂର୍ବରୁ ଭବିଷ୍ୟବାଣୀ ହୋଇସାରିଛି। କିନ୍ତୁ ଏହି ବିପତିରୁ  କିପରି ରକ୍ଷା କରାଯାଇପାରିବ ସେନେଇ ଏପର୍ଯ୍ୟନ୍ତ ବୈଜ୍ଞାନିକ ମାନେ କିଛ ଟେକନିକ୍‌ ପାଇପାରିନାହାଁନ୍ତି।  ତେବେ ଏହି ଖବର  ନାଶରୁ ଆସିବା ପରେ ଏବେ ହଇଚଇ ସୃଷ୍ଟି ହୋଇଛି। 
 
 ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
US space agency NASA, in a hypothetical exercise, has found that a potentially hazardous asteroid has a 72% chance of hitting the Earth | Argus News