Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁରା ବିଶ୍ୱକୁ ଦୋହଲାଇ ଦେଲା ଆମେରିକା job ରିପୋର୍ଟ

Smruti Parija
Browse all articles by Smruti Parija
·1 year ago·3 min read
ପୁରା ବିଶ୍ୱକୁ ଦୋହଲାଇ ଦେଲା ଆମେରିକା job ରିପୋର୍ଟ

Key Points

  • ପୁରା ବିଶ୍ୱକୁ ଦୋହଲାଇ ଦେଲା ଆମେରିକା ଜବ୍ ରିପୋର୍ଟ
  • ଆମେରିକାରେ ବଢିବାରେ ଲାଗିଛି ବେରୋଜଗାରୀ
  • ସୃଷ୍ଟି ହେଲା ବିମୁଦ୍ରୀକରଣ ଭୟ
  • ଡାଉନ୍ ହେଲା ସେୟାର ବଜାର 
  • ଟଙ୍କା ଉଠାଇ ନେଉଛନ୍ତି ନିବେଶକ

ଅର୍ଗସ ବ୍ୟୁରୋ: ଷ୍ଟକ ମାର୍କେଟକୁ ବଡ ଝଟକା । ସେନସେକ୍ସରେ ବଡ ଧରଣର ହ୍ରାସ । ବମ୍ବେ ଷ୍ଟକ ଏକ୍ସେଂଚେଜରେ ସୂଚକାଙ୍କ ୨୬ଶହ ପଏଣ୍ଟ ଖସି ୭୮ ହଜାର ୩୮୫ ପଏଣ୍ଟରେ ପହଞ୍ଚିଛି । ଅନ୍ୟପକ୍ଷରେ ନିଫଟିରେ ସୂଚକାଙ୍କ ୪୬୩ ପଏଣ୍ଟ ଖସି ୨୪ ହଜାର ୨୫୪ ପଏଣ୍ଟ ରହିଛି । ଆଜି କାରବାର ଆରମ୍ଭରୁ ଷ୍ଟକ ମାର୍କେଟରେ କାରବାର ମାନ୍ଦା ରହିଥିଲା । ଷ୍ଟକ ମାର୍କେଟର ପ୍ରଭାବ ଟଙ୍କା ଉପରେ ପଡିଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବକାଳୀନ ହ୍ରାସ ହୋଇ ୮୩ .୮୦ରେ ପହଞ୍ଚିଛି ।

 

ସେୟାର ବଜାର ଖୋଲୁ ଖୋଲୁ ଘାଟା । ଭାରତଠୁ ଆରମ୍ଭ କରି ପୁରା ବିଶ୍ୱରେ ଆଜି ସେୟାର ବଜାରରେ ସବୁଠାରୁ ବଡ କ୍ଷତି ଦେଖିବାକୁ ମିଳିଛି । ସୋମବାର ବଜାର ଖୋଲୁ ଖୋଲୁ ସେନସେକ୍ସ ଓ ନିଫ୍ଟି ପତନ ଦେକିବାକୁ ମିଳିଥିଲା । ଜାପାନ୍ ରେ 7.3%, ତାଇୱାନରେ 7.7%, ଉତ୍ତର କୋରିଆରେ 6.6% ତଳକୁ ଖସି ହାସିଛି ସେୟାର ବଜାର । 

ହେଲେ ଏହା ପଛରେ କାରଣ କ'ଣ ?

ଦୁନିଆୟାକର ସେୟାରରେ ବଜାରରେ ଏତେ ବଡ କ୍ଷତି କ'ଣ ପାଇଁ ହୋଇଛି । ଏହାର ପ୍ରମୁଖ କାରଣ କୁହାଯାଉଛି ଆମେରିକାରେ ବେରୋଜଗାରୀ । ଗତ ଶୁକ୍ରବାର ଆମେରିକା ଜବ୍ ରିପୋର୍ଟ ଜାରି କରିଥିଲା । ଯେଉଁଥିରେ ଜଣାପଡିଥିଲା ଯେ, ଆମେରିକାରେ ବେରୋଜଗାରୀ ଲଗାତାର ବଢୁଛି । ଫଳରେ  ଆମେରିକାରେ ଲୋକଙ୍କ ମଧ୍ୟରେ ବିମୁଦ୍ରିକରଣର ଭୟ ସୃଷ୍ଟି ହୋଇଛି । 
ଆମେରିକା ଜାରି କରିଥିବା ଜବ୍  ରିପୋର୍ଟ ପୁରା ବିଶ୍ୱରେ ହଇଚଇ ସୃଷ୍ଟି କରିଛନ୍ତି । ଆଉ ପ୍ରଶ୍ନ ଉଠିଛି କ'ଣ ଦୁନିଆର ସବୁଠୁ ବଡ ଅର୍ଥବ୍ୟବସ୍ଥା ପୂର୍ଣ୍ଣ ରାଷ୍ଟ୍ର ବିମୁଦ୍ରୀକରଣ ଭଳି ପରିସ୍ଥିତିକୁ ସାମନା କରିବ । 

ଆମେରିକା ଜବ୍ ରିପୋର୍ଟ କ'ଣ କହୁଛି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ ଶୁକ୍ରବାର ଆମେରିକାର ବ୍ୟୁରୋ ଅଫ୍ ଲେବର୍ ଷ୍ଟାଟିଷ୍ଟିକ୍ସ୍ ଚାକିରିକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଥିଲା । ଯେଉଁଥିରେ ପ୍ରକାଶ ଥିଲା ଯେ ଜୁଲାଇରେ 1.14 ଲକ୍ଷ ଲୋକଙ୍କୁ ହିଁ ଚାକିରି ମିଳିଛି । ଯେତେବେଳେ କି ପ୍ରତି ମାସରେ ପ୍ରାୟ 2.15 ଲକ୍ଷ ଲୋକଙ୍କୁ ଚାକିରି ମିଳିଥାଏ । 

ରିପୋର୍ଟରେ ଉଲ୍ଲେଖ ଥିଲା ଯେ, ଲଗାତାର ଜୁଲାଇ ହେଉଛି ତୃତୀୟ ମାସ, ଯେଉଁଥିରେ ବେରୋଜଗାରୀ ବଢୁଛି । ଜୁଲାଇରେ ବେରୋଜଗାରୀ ସଂଖ୍ୟା 4.3% ଥିଲା । ଏହାପୂର୍ବରୁ ଅର୍ଥାତ୍ ଜୁନ୍ ରେ 4.1 %, ମେ ମାସରେ 4% ଥିଲା । ଅକ୍ଟୋବର 2021 ପରଠୁ ଚଳିତ ବର୍ଷ ଜୁଲାଇ ମାସରେ ବେରୋଜଗାରୀ ସଂଖ୍ୟା ସବୁଠୁ ଅଧିକ ଥିଲା । 

ରିପୋର୍ଟ ମୁତାବକ ପୁରୁଷଙ୍କ ବେରଜୋଗାରୀ ସଂଖ୍ୟା 4 % ଓ ମହିଳାଙ୍କର ବେରୋଜଗାରୀ ସଂଖ୍ୟା ଥିଲା 3.8 % । 
ଜୁଲାଇ ମାସରେ ବେରଜୋଗାରୀ 0.2 % ରୁ ବଢି 4.3% ହୋଇଥିଲା । ଫଳରେ ଏହି ମାସରେ 3.52 ଲକ୍ଷ ଲୋକ ବେରୋଜଗାର ହୋଇଯାଇଛନ୍ତି । 

ବରୋଜଗାରୀରେ 11 ଲକ୍ଷ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କୁ ଅସ୍ଥାୟୀ ଭାବରେ କମ୍ପାନୀ ଚାକାରିରୁ ବିଦା କରିଛି । ଯେଉଁମାନଙ୍କୁ ପରବର୍ତ୍ତୀ ମୁହୂର୍ତ୍ତରେ କମ୍ପାନୀ ଚାକିରିରେ ରଖି ପାରିବ ।
ସେହିପରି 17 ଲକ୍ଷ ଲୋକ ଏପରି ଅଛନ୍ତି ଯେଉଁମାନଙ୍କୁ କମ୍ପାନୀ ସ୍ଥାୟୀ ଭାବରେ ଚାକିରିରୁ ବିଦା କରିଦେଇଛି । 

ଆମେରିକାରେ ବେରୋଜଗାରୀ ସଂଖ୍ୟା ବର୍ଷକରେ 3 ଲକ୍ଷରୁ ଉର୍ଦ୍ଧ୍ୱକୁ ବୃଦ୍ଧି ପାଇଛି । 

ଏହିଭଳି ପରିସ୍ଥିତିରେ ବିଦୁଦ୍ରୀକରଣ ଭୟ ଲୋକଙ୍କୁ ଘାରିଛି । କାରଣ ଆମେରିକାରେ ଏକ ନିୟମ ଅଛି ଯେ ଯଦି ଲଗାତାର 3 ମାସ ପର୍ଯ୍ୟନ୍ତ ବରୋଜଗାରୀ ସଂଖ୍ୟା ଗତ ବର୍ଷ ଅପେକ୍ଷା ତଳକୁ ଯାଉଛି ତେବେ ଭାବି ନେବା କଥା ଯେ ବିମୁଦ୍ରୀକରଣର ପରିସ୍ଥିତି ଆସିଗଲାଣି । 

ଶୁକ୍ରାବର ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଆମେରିକା ସେୟାର ବଜାର ପୁରା ଡାଉନ ହୋଇଯାଇଥିଲା । ଏହାପରେ ସୋମବାର ପୁରା ବିଶ୍ୱରେ ସେୟାର ବଜାର ଡାଉନ ହୋଇଛି । ଭାରତରେ ସୋମବାର ସେନସେକ୍ସ 2 ହଜାର ଓ ନିଫ୍ଟି 650 ରୁ ତଳକୁ ଖସି ଆସିଛି । 

ଏଭଳି ପରିସ୍ଥିତି ଏଥିପାଇଁ ଉପୁଜେ କାରଣ, କୁହାଯାଏ ଯେତେବଳେ ଆମେରିକାରେ ଅର୍ଥବ୍ୟବସ୍ଥା ଦୁର୍ବଳ ହେବାର ସଙ୍କେତ ମିଳେ  ସେତେବେଳେ ନିବେଶକ ମାନେ ସେୟାର ବଜାରରେ ଲଗାଇଥିବା ନିଜ ଟଙ୍କା ଉଠାଇନେଇଥାନ୍ତି । ଯାହା ଫଳରେ ସେୟାର ମାର୍କେଟର ପତନ ହୋଇଥାଏ ।  
 

Sponsored