Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆତଙ୍କୀମାନଙ୍କୁ ନିପାତ କରିବାକୁ ଭାରତକୁ ସମର୍ଥନ ଜଣାଇଲା ଆମେରିକା

Rashmita Mishra
Browse all articles by Rashmita Mishra
·1 year ago·1 min read
 ଆତଙ୍କୀମାନଙ୍କୁ ନିପାତ କରିବାକୁ ଭାରତକୁ ସମର୍ଥନ ଜଣାଇଲା ଆମେରିକା

ଆତଙ୍କବାଦ ବିରୋଧରେ ପୁଣି ଭାରତକୁ ସମର୍ଥନ ଜଣାଇଲା ଆମେରିକା। ଆତଙ୍କୀମାନଙ୍କୁ ନିପାତ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୂର୍ଣ୍ଣ ସମର୍ଥନ ଘୋଷଣା କଲେ ଆମେରିକା ବୈଦେଶିକ ସଚିବ। ଗତକାଲି ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ପୂର୍ବରୁ ଆତଙ୍କୀ ମୁକାବିଲା ପାଇଁ ଭାରତକୁ ସମର୍ଥନ ଜଣାଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ।

ମୋଦିଙ୍କୁ ପୁରା ସମର୍ଥନ ଦେବ ଆମେରିକା । ପହଲଗାମ୍ ଆତଙ୍କୀ ହମଲା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମର ପୂର୍ଣ୍ଣ ସମର୍ଥନ ରହିଛି ବୋଲି କହିଛି ଆମେରିକା । ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ସହିତ ଏକତା ପ୍ରକାଶ କରିଛି ଆମେରିକା । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ବିଶ୍ୱବ୍ୟାପୀ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଆମେରିକା ଭାରତର ଏକ ଦୃଢ଼ ସମର୍ଥକ ଭାବରେ ଉଭା ହୋଇଛି।

ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ଟାମି ବ୍ରୁସଙ୍କ ଠାରୁ ଆସିଛି ଏହି ମନ୍ତବ୍ୟ । ତେବେ ଆତଙ୍କୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଆଲାଚନା କରିଥିଲେ ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ. ଜୟଶଙ୍କର । ଆମେରିକା ବିଦେଶ ମନ୍ତ୍ରୀ ଆତଙ୍କୀ ଆକ୍ରମଣକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ପୀଡିତଙ୍କ ପରିବାରକୁ ଆମେରିକା ପକ୍ଷରୁ ସମବେଦନା ଜଣାଇଥିଲେ ।

କୂଟନୈତିକ ସ୍ତରରେ ପାକିସ୍ତାନ ଏବେ ଏକ ଘରିକିଆ ହୋଇଯାଇଛି । ଆତଙ୍କୀ ବିରୋଧୀ ଅଭିଯାନରେ ବିଶ୍ବ ସମୁଦାୟ ଭାରତକୁ ସମର୍ଥନ କରୁଛନ୍ତି । ପାକିସ୍ତାନରେ ଏବେ ଭାଳେଣୀ ପଡିଯାଇଛି । ହମାସ ଉପରେ ଇସ୍ରାଏଲ ଯେପରି ଲେଜର ଆକ୍ରମଣ କରିଥିଲା ସେହିପରି ବଡ ଆକ୍ରମଣ କରିବାକୁ ଭାରତ ପ୍ରସ୍ତୁତ ହେଉଥିବା ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
us-supports-india-in-defeating-terrorists | Argus News