ଆଜି ଭାରତ ଆସୁଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ
·1 year ago·1 min read

ଆଜି ଭାରତ ଆସୁଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ । ୪ ଦିନିଆ ଭାରତ ଗସ୍ତ ନେଇ ସ୍ପଷ୍ଟ କଲା US ବୈଦେଶିକ ମନ୍ତ୍ରଣାଳୟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ସହ NSA ଓ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ ଜେଡି ଭାନ୍ସ । ଭାରତୀୟ ବଂଶୋଦ୍ଭବ ପତ୍ନୀଙ୍କ ସହ ଦେଶର ବିଭିନ୍ନ ଐତିହ୍ୟ ସ୍ଥଳ ପରିଦର୍ଶନ କରିବେ ଭାନ୍ସ ପରିବାର । ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ନୂଆଦିଲ୍ଲୀରେ ପହଞ୍ଚିବେ।
ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଏବଂ ବାଣିଜ୍ୟ, ଶୁଳ୍କ, ଆଞ୍ଚଳିକ ସୁରକ୍ଷା ଏବଂ ସାମଗ୍ରିକ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢାଇବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ପ୍ରାୟ 60ଟି ଦେଶ ବିରୁଦ୍ଧରେ ବ୍ୟାପକ ଶୁଳ୍କ ବ୍ୟବସ୍ଥା ଲାଗୁ କରିବା ପରେ ଭାନ୍ସ ତାଙ୍କର ପ୍ରଥମ ଭାରତ ଗସ୍ତରେ ଆସିବେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: