ଭାରତରେ ପହଞ୍ଚିଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପରିବାର

ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ । ୪ ଦିନିଆ ଭାରତ ଗସ୍ତରେ ଆସି ପାଲମ ବିମାନ ବନ୍ଦରରେ ପହଞ୍ଚିବା ପରେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ତାଙ୍କୁ ସ୍ବାଗତ କରିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇଛି। ଆମେରିକା ଉପରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଜେଡି ଭାନ୍ସ ଏବଂ ଉଷା ତିନି ସନ୍ତାନର ମାତାପିତା ଅଟନ୍ତି। ଇଓ୍ବାନ, ବ୍ଲେକ ଏବଂ ଝିଅ ମିରେବେଲ ଭାନ୍ସ। ଆଉ ଏକ କଥା ହେଉଛି ସେମାନେ ଭାରତର ସଂସ୍କୃତି ପରମ୍ପରାକୁ ନଜରରେ ରଖି ସେ ତାଙ୍କର ଦୁଇ ପୁଅ କୁର୍ତ୍ତା ପିନ୍ଧିଥିବା ବେଳେ ତାଙ୍କ ଝିଅ ଏକ ଅନାରକଲି ସୁଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଦୁଇ ପୁଅ ପିତା ମାତାଙ୍କ ସହ ବିମାନ ସିଡିରେ ଏକା ସାଥୀରେ ଆସିଥିବାବେଳେ ତିନି ବର୍ଷର ତାଙ୍କ ଭଉଣୀ ମୀରାବେଲଙ୍କ ସହ ଜଣେ କର୍ମଚାରୀ ଥିଲେ, ଯିଏ ତାଙ୍କୁ ସିଡି ତଳକୁ ଓହ୍ଲାଇବାରେ ସାହାଯ୍ୟ କରିଥିଲେ।
#WATCH | Delhi: Vice President of the United States, JD Vance, Second Lady Usha Vance, along with their children, at Palam airport.
— ANI (@ANI) April 21, 2025
Vice President JD Vance is on his first official visit to India and will meet PM Modi later today. pic.twitter.com/LBDQES2mz1
📱 Get Argus News App
✨ଏହାପରେ ଶ୍ରୀ ଭାନ୍ସ ତାଙ୍କୁ ଉଠାଇ ନେଇଥିଲେ ଏବଂ ତା'ପରେ ପରିବାର ଲୋକ ଶ୍ରୀ ବୈଷ୍ଣବଙ୍କୁ ଭେଟିଥିଲେ, ଯିଏ କି ସେମାନଙ୍କୁ ସ୍ୱାଗତ କରିବା ପାଇଁ ଟାର୍ମାକ୍ ରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବା ସହ NSA ମୁଖ୍ୟ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବେ ଜେଡି ଭାନ୍ସ । ବାଣିଜ୍ୟ, ଶୁଳ୍କ, ଆଞ୍ଚଳିକ ସୁରକ୍ଷା ଏବଂ ସାମଗ୍ରିକ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢାଇବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବେ। ଭାରତୀୟ ବଂଶୋଦ୍ଭବ ପତ୍ନୀଙ୍କ ସହ ଦେଶର ବିଭିନ୍ନ ଐତିହ୍ୟ ସ୍ଥଳ ପରିଦର୍ଶନ କରିବେ ଭାନ୍ସ ପରିବାର । ଆମେରିକା ଉପରାଷ୍ଟ୍ରପତିଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାନ୍ସ ପରିବାର ପାଇଁ ଏକ ରାତ୍ରୀ ଭୋଜନର ଆୟୋଜନ କରିବେ।