Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପିଏମ ମୋଦିଙ୍କୁ ସପରିବାର ଭେଟିଲେ ଆମେରିକା ଉପରାଷ୍ଟ୍ରପତି

Smruti Parija
Browse all articles by Smruti Parija
·1 year ago·1 min read
ପିଏମ ମୋଦିଙ୍କୁ ସପରିବାର ଭେଟିଲେ ଆମେରିକା ଉପରାଷ୍ଟ୍ରପତି

ପିଏମ ମୋଦିଙ୍କୁ ସପରିବାର ଭେଟିଲେ ଆମେରିକା ଉପରାଷ୍ଟ୍ରପତି । ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ନୂଆଦିଲ୍ଲୀ ବାସଭବନରେ ପିଏମ ମୋଦି ଓ ଜେଡି ଭାନ୍ସଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଭାରତ-ଆମେରିକା ମଧ୍ୟରେ ସାମରିକ, ଅର୍ଥନୈତିକ ସହଭାଗିତା ସହ କୁଟନୈତିକ ସ୍ତରରେ ପାରସ୍ପରିକ ସହଯୋଗ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୋଦି-ଭାନ୍ସ ।


ଆସନ୍ତାକାଲି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । 4 ଦିନିଆ ଭାରତ ଗସ୍ତରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଜେମ୍ସ ଡାଭିଡ ଭାନ୍ସ । ଆଜି ସକାଳେ ଦିଲ୍ଲୀ ପାଲମ ବିମାନ ବନ୍ଦରରେ ପହଞ୍ଚିବା ଭାନ୍ସ ପରିବାରକୁ ସ୍ବାଗତ କରିଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବିମାନ ବନ୍ଦରରେ ଭାନ୍ସଙ୍କୁ ଦିଆଯାଇଥିଲା ଗାର୍ଡ ଅଫ ଅନର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷା ଚିଲୁକୁରୀ ଓ ତିନି ସନ୍ତାନଙ୍କ ସହ ଗସ୍ତର ପ୍ରଥମ ଦିନରେ ଦିଲ୍ଲୀ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଥଲେ ଭାନ୍ସ । ମନ୍ଦିର ଯିବା ପୂର୍ବରୁ ପତ୍ନୀ ଉଷା ଚିଲୁକୁରୀ ଓ ତିନି ସନ୍ତାନ- ଇୱାନ, ବିବେକ ଏବଂ ଝିଅ ମୀରାବେଲ ଦିଲ୍ଲୀ ଜନପଥରେ ଥିବା ସେଣ୍ଟ୍ରାଲ କଟେଜ ଇଣ୍ଡଷ୍ଟ୍ରିଜ ଏମ୍ପୋରିୟମରୁ ବ୍ୟାଗ, ପିତଲ ସାମଗ୍ରୀ ଓ ପୋଷାକ କିଣିଥିଲେ । ଆସନ୍ତା 23 ତାରିଖରେ ଭାନ୍ସ ପରିବାର ତାଜମହଲ ପରିଦର୍ଶନ କରିବେ । ଗସ୍ତକାଳରେ ସେକେଣ୍ଡ ଲେଡି ଉଷା ଭାନ୍ସ ନିଜ ପୈତୃକ ଗାଁ ଆନ୍ଧ୍ରପ୍ରଦେଶର ବେଦଲୁରୁ ଗସ୍ତ କରିପାରନ୍ତି ।

Sponsored
us-vice-president-meets-pm-modi-and-his-family | Argus News