|
logo
Live
Argus News App
GET APP

Argus News - ବିଦେଶୀନି ହେଲେ ଓଡିଆ ବୋହୁ, କହିଲେ ଏମିତି ପରିବାର ସମସ୍ତଙ୍କୁ ମିଳୁ...

National

ବିଦେଶୀନି ହେଲେ ଓଡିଆ ବୋହୁ, କହିଲେ ଏମିତି ପରିବାର ସମସ୍ତଙ୍କୁ ମିଳୁ...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ବିଦେଶୀନି ହେଲେ ଓଡିଆ ବୋହୁ, କହିଲେ ଏମିତି ପରିବାର ସମସ୍ତଙ୍କୁ ମିଳୁ...

 ଅର୍ଗସ ବ୍ୟୁରୋ : ଆମେରିକାର ଝିଅ ଓଡିଆ ବୋହୁ । ଆଉ ଓଡିଆ ବୋହୁ ହେବାପରେ କିପରି ନିଜର ଶାଶୁଘରେ ନିଜ ଜୀବନ ବିତାଉଛନ୍ତି, ତାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ବିଦେଶିନୀ ହାନାହ୍ । ସେ ଆମେରିକାର ଝିଅ ଅଟନ୍ତି । ହେଲେ ଓଡିଶାର ପୁଅ ଦୀପକଙ୍କୁ ବିବାହ କରିଛନ୍ତି । ଏବଂ ନିଜ ଶାଶୁ , ଶଶୂର, ସ୍ବାମୀଙ୍କ ସହ ବ୍ୟାଙ୍ଗଲୋରରେ ରହୁଛନ୍ତି । ନିଜ ସ୍ବାମୀଙ୍କ ପରିବାର କିପରି ତାହା ସେ ନିଜର ପ୍ରତ୍ୟେକ ଭିଡିଓ ମାଧ୍ୟମରେ ଦେଖାଇଛନ୍ତି । ଏବଂ ଲେଖିଛନ୍ତି, ଓଡିଆ ପୁଅକୁ ବିବାହ କରିବା ପରେ ତାଙ୍କର ଜୀବନଶୈଳୀ ପରିବର୍ତ୍ତନ ହୋଇଯାଇଛି । ଓଡିଆ ସଂସ୍କୃତି, ପରମ୍ପରା ତାଙ୍କୁ ଖୁବ ପ୍ରଭାବିତ କରିଛି । ପ୍ରକୃତରେ ଓଡିଆ ଲୋକମାନେ ବହୁତ ସ୍ନେହୀ ଏବଂ ଭଲ ମଣିଷ ।


ତାଙ୍କୁ ତାଙ୍କ ଶାଶୁଘର ପରିବାରରେ ଖୁବ ଭଲପାଇବା , ଶ୍ରଦ୍ଧା, ସ୍ନେହ ମିଳୁଛି । ସେମାନଙ୍କୁ ମୁଁ ମୋ ଶାଶୁଶଶୂର ଭାବେ ପାଇଥିବାରୁ ଗର୍ବ ଅନୁଭବ କରେ । ସବୁ ଝିଅଙ୍କୁ ଏପରି ପରିବାର ମିଳିବା ନିହାତି ଦରକାର । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏପରି ଭିଡିଓ ଶେୟାର କରିଛନ୍ତି । ସେ ଭିଡିଓରେ ସେ ନିଜ ଶାଶୁଙ୍କ ସହ ଖାଇବା ତିଆରି କରୁଛନ୍ତି, ନିଜ ଶଶୁରଙ୍କ ସହ ସେ ଚେସ ଖେଳୁଛନ୍ତି, ତାଙ୍କ ଶାଶୁ ତାଙ୍କୁ ଶାଢୀ ପିନ୍ଧାଇ ଦେଉଛନ୍ତି । ସେ ନିଜ କ୍ୟାପସନରେ ଏହା ମଧ୍ୟ ଲେଖିଛନ୍ତି, ଯେହେତୁ ତାଙ୍କର ପରମ୍ପରା, ତାଙ୍କର ଜୀବନଶୈଳୀ ପୂର୍ବରୁ ଅଲଗା ଥିଲା, ସେଥିପାଇଁ ତାଙ୍କୁ ଏଠାରେ ପ୍ରଥମେ ନିଜକୁ କିଛି ମାତ୍ରାରେ ପରିବର୍ତ୍ତନ କରିବାକୁ ପଡିଥିଲା । ପରେ ତାଙ୍କୁ ତାଙ୍କ ଶାଶୁଘର ପରିବାର ଖୁବ ପସନ୍ଦ ଆସିଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର କରିବା ପରେ ଅନ୍ୟ ୟୁଜର୍ସ ମାନେ ତାଙ୍କ ଶାଶୁ ଶ୍ବଶୁରଙ୍କୁ ଖୁବ ପ୍ରଶଂସା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିଦେଶୀନି ହେଲେ ଓଡିଆ ବୋହୁ, କହିଲେ ଏମିତି ପରିବାର ସମସ୍ତଙ୍କୁ ମିଳୁ... | Argus News