ଅରୁଣାଚଳ ପ୍ରଦେଶ ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ: ଆମେରିକା

ଅର୍ଗସ ବ୍ୟୁରୋ: ଅରୁଣାଚଳ ପ୍ରଦେଶ ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଏହା ଉପରେ କୌଣସି ପ୍ରକାର ଦାବିକୁ ଗ୍ରହଣ କରାଯିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛି ଆମେରିକା । ପ୍ରକୃତ ନିୟନ୍ତ୍ରଣ ରେଖା ଅତିକ୍ରମ କରି ସେନା କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ଜବରଦଖଲ, ଅନୁପ୍ରବେଶ ଗ୍ରହଣୀୟ ନୁହେଁ ବୋଲି Principal Deputy Spokesperson, US Department of State ବେଦାନ୍ତ ପଟେଲ କହିଛନ୍ତି । କିଛି ଦିନ ତଳେ ଚୀନ ଅରୁଣାଚଳପ୍ରଦେଶକୁ ନିଜ ଅଂଚଳ ବୋଲି ଦର୍ଶାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ବିରୋଧ କରିଥିଲା।
ଚୀନ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ଅଂଚଳକୁ ତିବତ ନାମକରଣ କରାଯାଇଛି । ଅରୁଣାଚଳପ୍ରଦେଶ ନାମରେ ଭାରତ ଅକ୍ତିଆର କରିବାକୁ ଚେଷ୍ଟା କରୁଛି ବୋଲି ଚୀନ କହିଥିଲା । ଚୀନର ଏଭଳି ମନ୍ତବ୍ୟ ହାସ୍ୟାସ୍ପଦ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଅରୁଣାଚଳପ୍ରଦେଶ ଭାରତ ଏକ ଅଭିନ୍ନ ଅଙ୍ଗ ଥିଲା, ରହିଛି ଓ ରହିବ ବୋଲି ଭାରତ ପକ୍ଷରୁ କୁହାଯାଇଛି । ମାର୍ଚ୍ଚ ୯ ତାରିଖରେ ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶ ଗସ୍ତ କରି ୧୩ ହଜାର ଫୁଟ ଉଚ୍ଚତାରେ ଥିବା ସାଲେ ସୁଡଙ୍ଗର ଉଦଘାଟନ କରିଥିଲେ ।
ଅଧିକ ପଢ଼ନ୍ତୁ ଦେଶ ଖବର: