ବର୍ତ୍ତମାନ ସମସ୍ତଙ୍କୁ ମିଳୁଛି ରାସନ : ଯୋଗୀ

ନୂଆଦିଲ୍ଲୀ: ୨୦୧୭ ପୂର୍ବରୁ ଉତ୍ତରପ୍ରଦେଶରେ ଭୋକରେ ଲୋକଙ୍କର ମୃତ୍ୟୁ ହେଉଥିଲା। ବର୍ତ୍ତମାନ ସମସ୍ତଙ୍କୁ ମିଳୁଛି ରାସନ। ଲକ୍ଷ୍ନୌରେ ୧୧ଶହ ଅନ୍ନପୂର୍ଣ୍ଣା ଭବନର ଲୋକାର୍ପଣ ଅବସରରେ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅନ୍ନପୂର୍ଣ୍ଣା ଭବନର ଲୋକାର୍ପଣ ସହ ୭୯ ହଜାର ସୁଲଭ ଦୋକାନରେ ଡିଜିଟାଲ୍ ଓଜନ ମେସିନ୍ ଏବଂ ଏହାସହିତ ସଂଲଗ୍ନ ଇ-ପାସ୍ ମେସିନ୍ ମାଧ୍ୟମରେ ଖାଦ୍ୟାନ୍ନ ବିତରଣର ଶୁଭାରମ୍ଭ କରିଛନ୍ତି ଯୋଗୀ।
ଏହି ଅବସରରେ ସେ କହିଛନ୍ତି, ସରକାର କାର୍ଯ୍ୟରେ ଅଧିକରୁ ଅଧିକ ଟେକ୍ନୋଲୋଜିର ବ୍ୟବହାର ଯୋଗୁଁ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ଏହାଦ୍ବାରା କେବଳ ପାରଦର୍ଶିତା ବଢିନି ବରଂ ଦୁର୍ନୀତିର ସମାପ୍ତ ହୋଇଛି। ଯେଉଁଠି ଭେଦଭାବ ବିନା ଲୋକଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚେ ତାକୁ ହିଁ ରାମରାଜ୍ୟ କୁହାଯାଏ ବୋଲି କହିଛନ୍ତି ଯୋଗୀ। ଉତ୍ତରପ୍ରଦେଶରେ କିଛି ବର୍ଷ ଭିତରେ ରାସନ ବିତରଣରେ ଅନେକ ପରିବର୍ତ୍ତନ ଆସିଛି। ରାଜ୍ୟରେ ଖାଦ୍ୟ ସମସ୍ୟାର ସମାଧାନ ହୋଇଛି। ଅନ୍ନପୂର୍ଣ୍ଣା ଭବନରେ ରାସନ ଛଡା ଅନ୍ୟାନ ସୁବିଧା ମିଳୁଛି। ଏଠାରେ ଶସ୍ତାରେ ଜେନେରିକ୍ ମେଡିସିନ୍ ସହ ଅନ୍ୟାନ ସାମଗ୍ରୀ ମିଳୁଥିବା କହିଛନ୍ତି ଯୋଗୀ ।
ଅଧିକ ପଢନ୍ତୁ ଭାରତ ଖବର