Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଂଗ୍ରେସ ଓ ସପାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିଶାନା

National

କଂଗ୍ରେସ ଓ ସପାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିଶାନା

Ritu Das
Browse all articles by Ritu Das
·1 year ago·1 min read
କଂଗ୍ରେସ ଓ ସପାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିଶାନା

ଅର୍ଗସ ବ୍ୟୁରୋ: କଂଗ୍ରେସ ଓ ସମାଜବାଦୀ ପାର୍ଟିକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିଶାନା। ଆଲିଗଡରେ ଏକ ଜନସଭାକୁ ସମ୍ବୋଧିତ ବେଳେ ଯୋଗୀ କହିଛନ୍ତି, ସପା ଓ କଂଗ୍ରେସକୁ ସୁଯୋଗ ମିଳିଲେ ଏମାନେ ଦଙ୍ଗା କରିଦେବେ। କାହିଁକି ନା ସେମାନଙ୍କ ଆତ୍ମା ଭିତରେ ଜିନ୍ନା ପ୍ରବେଶ କରି ସାରିଥିବା କହିଛନ୍ତି ଯୋଗୀ । ଆଲିଗଡର ସୋମନା ରୋଡରେ ଥିବା ଗୁରୁକୂଳ ପବ୍ଲିକ ସ୍କୁଲରେ ଆୟୋଜିତ ଜିଲ୍ଲାସ୍ତରୀୟ ବୃହତ ରୋଜଗାର ଏବଂ ଋଣ ମେଳାରେ ଯୋଗ ଦେଇ 5 ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିଛନ୍ତି ଯୋଗୀ । 

ଏଥିସହ ଉଦ୍ୟୋଗୀଙ୍କୁ 35 କୋଟି ଟଙ୍କାର ଋଣ ବଣ୍ଟନ କରିଛନ୍ତି। ଏହାଛଡା 1500ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଟାବଲେଟ୍ ବିତରଣ ତଥା 705 କୋଟି ଟଙ୍କାର 305ଟି ବିକାଶ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଦେଶ ଆଗକୁ ବଢୁଛି। ସରକାର ରୋଜଗାର ଦେବାକୁ ଜନତାଙ୍କ ପାଖରେ ପହଞ୍ଚୁଛନ୍ତି। ଯାହାର ଯେତିକି କ୍ଷମତା ସେହି ଅନୁସାରେ ରୋଜଗାର ମିଳୁଥିବା କହିଛନ୍ତି ଯୋଗୀ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Uttar Pradesh | Argus News