Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି କୁମ୍ଭମେଳାର ସମୀକ୍ଷା କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Ritu Das
Browse all articles by Ritu Das
·1 year ago
ଆଜି କୁମ୍ଭମେଳାର ସମୀକ୍ଷା କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଅର୍ଗସ ବ୍ୟୁରୋ: ଆଜି କୁମ୍ଭମେଳାର ସମୀକ୍ଷା କରିବେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୧୦୦ ଘଣ୍ଟା ଭିତରେ ଯୋଗୀ ଆଦିତ୍ୟନାଥଙ୍କ ଏହା ଦ୍ବିତୀୟ ଗସ୍ତ । ଆସନ୍ତା ୨୯ ତାରିଖରେ ମୌନୀ ଅମାବାସ୍ୟା । ସେହିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇବେ । ଏଥିପାଇଁ ଉତ୍ତରପ୍ରଦେଶ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳରେ ୫ଘଣ୍ଟା ରହି ପ୍ରସ୍ତୁତିର ସମୀକ୍ଷା କରିବେ । ଫେବୃଆରୀ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁମ୍ଭମେଳା ଯିବାର କାର୍ଯ୍ୟକ୍ରମ ରହିଛି ।


ତାର ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ତିନି ଦିନ ତଳେ ଉତ୍ତରପ୍ରଦେଶ କ୍ୟାବିନେଟ ବୈଠକ କୁମ୍ଭମେଳାରେ ହୋଇଥିଲା । ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କ୍ୟାବିନେଟର ଅନ୍ୟ ସଦସ୍ୟମାନେ ସଙ୍ଗମରେ ବୁଡ ପକାଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Uttar Pradesh Chief Minister Yogi Adityanath will review the Kumbh Mela today | Argus News