Videos
|
National

ଦୁର୍ନୀତିଗ୍ରସ୍ତଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦୁର୍ନୀତିଗ୍ରସ୍ତଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ନୂଆ ଭାରତରେ ଭ୍ରଷ୍ଟାଚାରୀଙ୍କ ପାଇଁ କୌମସି ସ୍ଥାନ ନାହିଁ। ଉତ୍ତରପ୍ରଦେଶର ଗୋଣ୍ଡାରେ ଦୁର୍ନୀତିଗ୍ରସ୍ତଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ କହିଛନ୍ତି, ଯଦି କେହି ଚାକିରୀ ବଦଳରେ ଲାଞ୍ଚ , ଲୋନ୍ ଦେବା ନାଁର ଅନ୍ୟକିଛି ଦାବି କରିନ୍ତି ତେବେ ଆପଣ ଦିଅନ୍ତୁ ନାହିଁ । ଯଦି କେହି ଦୁର୍ନୀତିରେ ଲିପ୍ତ ଜଣାପଡନ୍ତି ତେବେ ତାହା ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ଏହା ଶେଷ ଚାକିରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ଗୋଣ୍ଡାରେ ଉଦ୍ୟମୀ ବିକାଶ ଯୋଜନା ଅନ୍ତର୍ଗତ ଦେବୀ ପାଟନ ଅଂଚଳରେ ୧୪୨୩ ଯୁବକଙ୍କୁ ୫୫ କୋଟି ଟଙ୍କାର ଋଣ ବିତରଣ କରିଛନ୍ତି ।


ଏଥିସହ ମୁଖ୍ୟମନ୍ତ୍ରୀ ଯୋଗୀ, ଜିଲ୍ଲା ଏକ, ଉତ୍ପାଦ ଏକ ଯୋଜନା ଅନ୍ତର୍ଗତ ୨୦୦ ଲୋକଙ୍କୁ ଟୁଲକିଟ୍ ପ୍ରଦାନ କରିଛନ୍ତି । ସ୍ୱଚ୍ଛ ଭାରତ ଲକ୍ଷ୍ୟ ଯୋଗୀ ସରକାରଙ୍କ ବଡ ପଦକ୍ଷେପ। ଭ୍ରଷ୍ଟାଚାରୀଙ୍କୁ ଆଉ ଦେଶରେ ସ୍ଥାନ ନାହିଁ। ଯିଏ ଭ୍ରଷ୍ଟାଚାରରେ ମନ ଦେବ, ତାହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
uttar-pradesh-cm-yogi-adityanath-cracks-whip-on-corrupt-officials-suspends-11-officers-including-two-dms | Argus News