Videos
|
National

ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା 

Manini Pattanayak
Browse all articles by Manini Pattanayak
·2 years ago·1 min read
ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା 

ନୂଆଦିଲ୍ଲୀ:  ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା । ରାଜ୍ୟ ପୋଲିସ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ସଂରକ୍ଷଣ । ହରିୟାଣା, ଉତ୍ତରାଖଣ୍ଡ ପରେ ଉତ୍ତର ପ୍ରଦେଶରେ ମଧ୍ୟ ଅଗ୍ନିବୀରଙ୍କୁ ପୋଲିସ ନିଯୁକ୍ତିରେ 10 ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି ସିଏମ ଯୋଗୀ ଆଦିତ୍ୟନାଥ ।  ସେହିପରି ସମାନ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ।

ଏହାପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି,ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନି ମଧ୍ୟ  ଅଗ୍ନିବୀରଙ୍କୁ ସଂରକ୍ଷଣ ଦେବାକୁ ଘୋଷଣା କରିଥିଲେ ।  ଅଗ୍ନିପଥ ଯୋଜନାରେ କାର୍ଯ୍ୟ କରିଥିବା ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେବାପରେ ପ୍ରଥମ ରାଜ୍ୟଭାବେ ହରିୟାଣା ରାଜ୍ୟରେ ଯୋଜନା ଲାଗୁ କରିଥିଲେ । କେନ୍ଦ୍ର ସରକାର ନିକଟରେ CISF, BSF ଓ RPF କନେଷ୍ଟବଳ ପୋଷ୍ଟ ଲାଗି ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଥିଲେ। ୨୦୨୨ ଜୁନରେ କେନ୍ଦ୍ର ସରକାର ପ୍ରଥମ କରି ସେନାରେ ଅଗ୍ନିପଥ ନିଯୁକ୍ତି ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହି ନିଯୁକ୍ତି ମାଧ୍ୟମରେ ସାଢେ ୧୭ ବର୍ଷରୁ ୨୧ ବର୍ଷ ବୟସର ପିଲା ସେନାରେ ନିୟୋଜିତ ହୋଇ ପାରୁଛନ୍ତି। ଅଗ୍ନିପଥ ଯୋଜନାରେ ସାମିଲ ହେଉଥିବା ଯବାନଙ୍କ କାର୍ଯ୍ୟକାଳ ୪ ବର୍ଷ ରଖାଯାଇଛି।  

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Uttar Pradesh CM Yogi Adityanath has given a big gift to the fire fighters. | Argus News